ଭାରତର ୧୩୫ କୋଟି ଜନସଂଖ୍ୟାରେ ଚାଇନାର କରୋନା ଭ୍ୟାକ୍ସିନ୍‌ର ପ‌ତ୍ତା ସାଫ୍‌ : ଗ୍ଲୋବାଲ୍‌ ଟାଇମ୍ସ କ୍ଷୁ‌ବ୍ଧ

ବେଜିଂ : କରୋନା ଭୂତାଣୁ ପ୍ରସାରିତ କରିବାରେ ସାରା ବିଶ୍ୱରେ ଅବି‌ଶ୍ୱାସନୀୟ ହୋଇ ପଡ଼ିଥିବା ଚୀନ୍ ବର୍ତ୍ତମାନ ଏହାର ସରକାରୀ କ୍ଷମତା ମାଧ୍ୟମରେ ଭାରତୀୟ କରୋନା ଭାଇରସ୍ ଭ୍ୟାକ୍ସିନର ସୁରକ୍ଷା ଉପରେ ପ୍ରଶ୍ନ କରୁଛି । କେବଳ ଏତିକି ନୁହେଁ, ଚାଇନାର ଖବରକାଗଜ ଗ୍ଲୋବାଲ ଟାଇମ୍ସ ମଧ୍ୟ ‌ସ୍ୱୀକାର କରିଛି ଭାରତର ୧୩୫ କୋଟି ଜନସଂଖ୍ୟାରେ ଚାଇନାର କରୋନା ଭ୍ୟାକ୍ସିନ୍‌ର ପ‌ତ୍ତା ସାଫ୍‌ ହୋଇଯାଇଛି । ଗ୍ଲୋବାଲ ଟାଇମ୍ସ କହିଛି ଯେ, ଭାରତୀୟ ନେତାମାନେ ଚୀନ୍ ବିରୋଧୀ ଭାବନାକୁ ଉତ୍ସାହିତ କରିବା ସହିତ ଚୀନ୍‌ର କରୋନା ଟୀକା କିଣିବା ସମ୍ଭାବନା କମ୍ କରି ଦେଇଛନ୍ତି ।

ଚୀନ୍‌ର ସରକାରୀ ଖବରକାଗଜ ଗ୍ଲୋବାଲ ଟାଇମ୍ସ କହିଛି ଯେ, ତୃତୀୟ ପର୍ୟ୍ୟାୟ କ୍ଲିନିକାଲ ପରୀକ୍ଷଣକୁ ଯିବାର ୧ ମାସ ପରେ ଭାରତ କରୋନା ଭୂତାଣୁ ଟୀକାକୁ ଜରୁରୀକାଳୀନ ବ୍ୟବହାରକୁ ଅନୁମୋଦନ କରିଛି । ଏହା ନିରାପତ୍ତା ଏବଂ ଟୀକାକରଣର ପ୍ରଭାବକୁ ନେଇ ଚିନ୍ତା ବଢ଼ାଇଛି । ଗ୍ଲୋବାଲ ଟାଇମ୍ସ ଚାଇନାର ବିଶ୍ଳେଷକଙ୍କ ଉଦ୍ଧେଶ୍ୟରେ କହିଛି ଯେ, ଚୀନ୍ ଟିକା ଅନୁମୋଦନ ଏବଂ ଚୀନ୍ ବିରୋଧରେ ଭାରତୀୟ ନେତାଙ୍କ ଅଭିଯୋଗ ଚାଇନା ଟୀକା କିଣିବାର ସମ୍ଭାବନାକୁ ହ୍ରାସ କରିଛି ।

ଚାଇନିଜ୍ ଏକାଡେମୀ ଅଫ୍ ସୋସିଆଲ୍ ସାଇନ୍ସର ଅନୁସନ୍ଧାନକାରୀ ତିଆନ୍ ଗୁଆଙ୍ଗକିଆଙ୍ଗ କହିଛନ୍ତି ଯେ, ଭାରତୀୟ ଟୀକା ଉପରେ ତାଙ୍କର ସାମାନ୍ୟ ବିଶ୍ୱାସ ନାହିଁ । ସେ ଭାରତର ସ୍ୱାଧୀନ ଚିକିତ୍ସା ଅନୁସନ୍ଧାନ ଏବଂ ବିକାଶ କ୍ଷମତା ଉପରେ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି ଯେ, ଟୀକା ସଫଳ ଏବଂ ପ୍ରଭାବଶାଳୀ ହୋଇଥିଲେ ମଧ୍ୟ ଚିକିତ୍ସା ସୁବିଧା ନ ଥିବାରୁ ଭାରତ ଏହାକୁ ପ୍ରୟୋଗ କରିବାରେ ଅନେକ ବ୍ୟବହାରିକ ଅସୁବିଧାର ସମ୍ମୁଖୀନ ହେବ ।

Leave A Reply

Your email address will not be published.