oom

ଲାଲୁ ପ୍ରସାଦ ଏନଡିଏ ବିଧାୟକଙ୍କୁ ଫୋନ୍‌ ମାଧ୍ୟମରେ ମନ୍ତ୍ରୀ ପଦର ଲୋଭ ଦେଖାଉଛନ୍ତି : ସୁଶୀଲ ମୋଦୀ

jsmm

ପାଟନା : ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀ ମଙ୍ଗଳବାର ଦିନ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସଭାପତି ଲାଲୁ ପ୍ରସାଦଙ୍କୁ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ (ଏନଡିଏ) ବିଧାୟକଙ୍କୁ ଜେଲରୁ ଫୋନ୍‌ ମାଧ୍ୟମରେ ମନ୍ତ୍ରୀ ପଦର ଲୋଭ ଦେଖାଉଛନ୍ତି ବୋଲି କହିଛ‌ନ୍ତି ।

ମଙ୍ଗଳବାର ସନ୍ଧ୍ୟାରେ ସୁଶୀଲ ମୋଦୀ ତାଙ୍କ ଟ୍ୱିଟରକ୍ଷହ ଲେଖିଛନ୍ତି, “ଲାଲୁ ପ୍ରସାଦ ଯାଦବ ମେବାଇଲ୍‌ ନଂ.୮୦୫୧୨୧୬୩୦୨ରୁ ଏନଡିଏ ବିଧାୟକମାନଙ୍କୁ ମନ୍ତ୍ରୀ ପଦବୀ ପାଇଁ ପ୍ରଲୋଭିତ କରୁଛନ୍ତି । ଯେତେବେଳେ ମୁଁ ସେହି ନମ୍ବରକୁ ଡାକିଲି, ଲାଲୁ ଯାଦବ ନିଜେ ଫୋନ୍ ଉଠାଇଥିଲେ । ମୁଁ ତାଙ୍କୁ କହିଥିଲି ଜେଲରୁ ଏପରି କଦର୍ଯ୍ୟ କାର୍ୟ୍ୟ କରନ୍ତୁ ନାହିଁ, ଆପଣ ଏଥିରେ ସଫଳ ହେବେ ନାହିଁ। “

jittmm
Leave A Reply

Your email address will not be published.