om academy

ଶିମିଳିପାଳ ଅଭୟାରଣ୍ୟରେ ୧୦ଟି କଳାବାଘ

jsm

ନୂଆଦିଲ୍ଲୀ : ଭାରତରେ ମୋଟ ୧୦ଟି କଳାବାଘ ଅଛନ୍ତି । ସମସ୍ତ କଳାବାଘ ଓଡ଼ିଶାର ଶିମିଳିପାଳରୁ ମିଳିଥିବା କେନ୍ଦ୍ର ସରକାର ଗୁରୁବାର ରାଜ୍ୟ ସଭାରେ ଉତ୍ତର ରଖିଛନ୍ତି । କେବଳ ଓଡ଼ିଶା ଶିମିଳିପାଳ ଅଭୟାରଣ୍ୟରେ ଏହି ବାଘ ରହିଥିବା କାଗଜପତ୍ରରେ ଦର୍ଶାଯାଇଛି ବୋଲି ପରିବେଶ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ଗୃହକୁ ଜଣାଇଛନ୍ତି । ୨୦୨୨ରେ ସାରା ଦେଶରେ ବାଘ ଆକଳନ କରାଯାଇଥିବା ବେଳେ ଶିମିଳିପାଳରେ ୧୬ଟି ବାଘ ଥିବା ଜଣାପଡ଼ିଥିଲା । ସେଥିରୁ ୧୦ଟି ମେଲାନିଷ୍ଟିକ୍‌ ପ୍ରଜାତିର (କଳା) ବାଘ । ଗତ ୫ ବର୍ଷରେ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟକୁ ବନ୍ୟପ୍ରାଣୀ ସଂରକ୍ଷଣ, ବାସସ୍ଥାନ ପରିଚାଳନା, ମାନବ ସମ୍ବଳ ଏବଂ ଭିତ୍ତିଭୂମି ବିକାଶ ଲାଗି କେନ୍ଦ୍ରୀୟ ଯୋଜନାରେ ୩୨.୭୫ କୋଟି ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି ।

Leave A Reply

Your email address will not be published.