କରୋନାର ଦ୍ୱିତୀୟ ଲହର ଭୟଙ୍କର ରୂପ ନେଉଛି : ଗୋଟିଏ ଦିନରେ ୯୩ ହଜାରରୁ ଅଧିକ ନୂଆ ରୋଗୀ ଚି‌ହ୍ନଟ

ନୂଆଦିଲ୍ଲୀ : ଦେଶରେ କରୋନା ଭୂତାଣୁର ଦ୍ୱିତୀୟ ଲହର୍‌ ଏକ ଭୟଙ୍କର ରୂପ ନେଇ ଦେଖାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ, ଭାରତରେ ୯୩,୦୦୦ରୁ ଅଧିକ କରୋନା ସଂକ୍ରମଣ ହୋଇଛି ଏବଂ ୫୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ଆଜି ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯୩ ହଜାର ୨୪୯ ନୂଆ କରୋନା ସଂକ୍ରମଣର ରିପୋର୍ଟ ହୋଇଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଆଜି ପ୍ରକାଶିତ ତଥ୍ୟ ଅନୁଯାୟୀ, ଦେଶରେ କରୋନା ସଂକ୍ରମଣର ସମୁଦାୟ ମାମଲା ୧କୋଟି ୨୪ ଲକ୍ଷ ୮୫ ହଜାର ୫୦୯ କୁ ବୃଦ୍ଧି ପାଇଛି । ଏହି ମାମଲାଗୁଡ଼ିକ ମଧ୍ୟରୁ ୧ କୋଟି ୧୬ ଲକ୍ଷ ୨୯ ହଜାର ୨୮୯ ଲୋକ ଏହି ରୋଗକୁ ପରାସ୍ତ କରିବାରେ ସଫଳ ହୋଇଛନ୍ତି । ଏହି ସମୟରେ ଦେଶରେ କରୋନା ସକ୍ରିୟ ମାମଲା ୬ ଲକ୍ଷ ୯୧ ହଜାର ୫୯୭ ଥିବାବେଳେ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୪ ହଜାର ୬୨୩ କୁ ବୃଦ୍ଧି ପାଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ଯେ, ବର୍ତ୍ତମାନ ପର୍ୟ୍ୟନ୍ତ ଦେଶରେ ୭ କୋଟି ୫୯ ଲକ୍ଷ ୭୯ ହଜାର ୬୫୧ ଲୋକଙ୍କୁ ଦେଶରେ କରୋନା ଟୀକା ଦିଆଯାଇଛି।

Leave A Reply

Your email address will not be published.