oum

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସ୍ଥାପନା ଦିବସରେ ସରସଂଘଚାଳକ ମୋହନ ଭାଗବତଙ୍କ ସ୍ୱୟଂସେବକଙ୍କୁ ସମ୍ବୋଧନ

jsm

ନାଗପୁର : ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସ୍ଥାପନା ଦିବସ ଏବଂ ବଜୟାଦଶମୀ ଅବସରରେ ଆଜି ସରସଂଘଚାଳକ ମୋହନ ଭାଗବତ ସ୍ୱୟଂସେବକମାନଙ୍କୁ ସମ୍ବୋଧିତ କରିଛନ୍ତି । ସେ ଏହି ସମ୍ବୋଧନରେ ଅନୁଚ୍ଛେଦ ୩୭୦, ରାମ ମନ୍ଦିର, ନାଗରିକତା ନିୟମ ଏବଂ ଚୀନ୍‌ ସହ ପ୍ରତିରୋଧ ତଥା କରୋନା ଆଦି ବିଷୟରେ କହିଛନ୍ତି । ସେ ବିରୋଧୀମାନଙ୍କ ଉପରେ ରାଜନୀତିକ ମହତ୍ୱାକାଂକ୍ଷା ପାଇଁ ଦେଶ ବିରୋଧୀ ବ୍ୟବହାର ପ୍ରଦର୍ଶନର ଆପତ୍ତି ଉଠାଇଛନ୍ତି ।

ସଂଘ ପକ୍ଷରୁ ଶସ୍ତ୍ରପୂଜା ଏବଂ ବିଜୟାଦଶମୀର ଏହି କାର୍ଯ୍ୟକ୍ରମ ଏଥର ନାଗପୁରରେ ଡା. ହେଡ଼ଗେୱାର ସ୍ମୃତି ମନ୍ଦିର ପରିସରରେ ଆୟୋଜନ କରାଯାଇଛି । ଏହାପୂର୍ବରୁ ଏହାର ଆୟୋଜନ ମୁକ୍ତ ସ୍ଥାନରେ ହେଉଥିଲା । କରୋନା ସଂକ୍ରମଣ ଦୃଷ୍ଟିରୁ କାର୍ଯ୍ୟକ୍ରମରେ ସୀମିତ ସଂଖ୍ୟକ ସ୍ୱୟଂସେବକ ଉପସ୍ଥିତ ଥିଲେ ।

ମୋହନ ଭାଗବତ କହିଛନ୍ତି ଯେ, ମାର୍ଚ୍ଚରେ ଲକ୍‌ ଡାଉନ୍‌ ଆରମ୍ଭ ହେବା ପରେ ଅନେକ ଦେଶ ବିଦେଶର ବିଷୟ ଚର୍ଚ୍ଚାରେ ରହିଥିଲା । କିନ୍ତୁ ସେସବୁ ଚାପି ହୋଇଗଲା ଏବଂ ସେସବୁ ଚର୍ଚ୍ଚାର ସ୍ଥାନ କରୋନା ମହାମାରୀ ନେଇଗଲା ।

Leave A Reply

Your email address will not be published.