ଡ୍ରଗ୍ସ କନେକ୍‌ସନ୍‌ ମାମଲା : ରିୟାଙ୍କୁ ମିଳିଲା ବେଲ୍‌

ମୁମ୍ବାଇ : ଡ୍ରଗ୍ସ କନେକ୍‌ସନ୍‌କୁ ନେଇ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ମୁମ୍ବାଇ ହାଇକୋର୍ଟ ସର୍ତ୍ତମୂଳକ ଭାବେ ଜମାନତ ଦେଇଛନ୍ତି । କିନ୍ତୁ ରିୟାଙ୍କ ଭାଇ ସୋବିକଙ୍କ ଜମାନତ୍‌ ଯାଚିକା ଖାରିଜ୍‌ ହୋଇଯାଇଛି । ଡ୍ରଗ୍‌ସ ପେଡ୍‌ଲର ବାସିତ ପରିହାରଙ୍କ ବେଲ୍‌ ମଧ୍ୟ କୋର୍ଟ ଦ୍ୱାରା ରିଜେକ୍ଟ କରି ଦିଆଯାଇଛି । ସୂଚନା ଅନୁସାରେ ଗତ ୧୧ ସେପ୍ଟେମ୍ବରରେ ସ୍ପେସାଲ ଏନ୍‌ଡିପିଏସ୍‌ କୋର୍ଟ ସଂପୃକ୍ତ ୫ ଜଣଙ୍କ ଜମାନତ ଯାଚିକା ଖାରଜ୍‌ କରି ଦେଇଥିଲେ । ଏହାପରେ ସମସ୍ତେ ମୁମ୍ବାଇ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ୨୯ ସେପ୍ଟେମ୍ବରରେ ମୁମ୍ବାଇ ହାଇକୋର୍ଟ ସମସ୍ତ ଜମାନତ ଅର୍ଜିର ଶୁଣାଣୀକୁ ସୁରକ୍ଷିତ ରଖିଛନ୍ତି । ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଗତ ୮ ସେପ୍ଟେମ୍ବରରେ ଗିରଫ୍‌ ହୋଇଥିଲେ ।

Leave A Reply

Your email address will not be published.