oom

ଦୁଇ ସାଙ୍ଗ ଗୋଟିଏ ଝିଅକୁ ପସନ୍ଦ କଲେ : ଏକାଠି ରହିବାକୁ ଅବଲ‌ମ୍ବନ କଲେ ଅଜବ୍‌ ତରିକା

jsmm

ବ୍ରାଜିଲ : ବ୍ରାଜିଲର ଦୁଇଜଣ ବନ୍ଧୁ ଗୋଟିଏ ଝିଅକୁ ପସନ୍ଦ କଲେ । କିନ୍ତୁ ଆଶ୍ଚର୍ୟ୍ୟର କଥା ହେଲା, ଏହା ସେମାନଙ୍କର ବନ୍ଧୁତାକୁ ଭାଙ୍ଗି ନଥିଲା । ବରଂ ସେମାନଙ୍କ ମଧ୍ୟରେ ଏକ ନୂତନ ସମ୍ପର୍କ ସ୍ଥାପନ ହୋଇଥିଲା । ଏକାଠି ରହିବାକୁ ଅବଲ‌ମ୍ବନ କଲେ ଅଜବ୍‌ ତରିକା । ସେଇ ଝିଅଟି ମଧ୍ୟ ଜଣକୁ ବାଛିବା ପରିବର୍ତ୍ତେ ଉଭୟଙ୍କୁ ଡେଟିଂ ଦେବା ଆରମ୍ଭ କଲା ଏବଂ ସମ୍ପର୍କର ନାମ ଥ୍ରୋପଲ୍ (ଦୁଇ ଜଣ ଦମ୍ପତିଙ୍କ ପରି) ରଖିଲା । ଏବେ ଦୁଇ ବ‌ନ୍ଧୁ‌ଙ୍କ ଜଣେ ପ‌ତ୍ନୀ । ବୁଝାମଣାରେ ବେଶ୍‌ ସୁରୁଖୁରୁରେ ଚାଲିଛି ସଂସାର । ଏହି ତିନିଜଣଙ୍କ ଜୀବନ ବର୍ତ୍ତମାନ ବହୁତ ମଜାଦାର । ଦୁଇ ବ‌ନ୍ଧୁ‌ଙ୍କ ଅନୁସାରେ ଖୁବ୍‌ ରୋମାଣ୍‌ଣ୍ଟିକ୍‌ ସେମାନଙ୍‌ଙ୍କ ଜୀବନ । ପ୍ରାରମ୍ଭରେ ଦୁଇ ବ‌ନ୍ଧୁ‌ଙ୍କ ପରିବାର ଏହି ଅଜବ ସମ୍ପର୍କକୁ ବିରୋଧ କରିଥିଲେ । କିନ୍ତୁ ବର୍ତ୍ତମାନ ସମସ୍ତେ ଏହି ଅସୁବିଧାକୁ ପୂର୍ଣ୍ଣ ଭାବରେ ସହଯୋଗ କରନ୍ତି । ଆସନ୍ତୁ ଜାଣିବା, ଏହି ପ୍ରେମ କାହାଣୀ କିପରି ଆରମ୍ଭ ହେଲା ଏବଂ ବର୍ତ୍ତମାନ ତିନିଜଣ କିପରି ଏକାଠି ଜୀବନ ବିତାଉଛନ୍ତି ….

୨୦୧୯ ରେ ବେଲାରୁଷର ସ୍ଥାନୀୟ ବାରରେ ଡିନୋ ଡି’ସୁଜା ଏବଂ ସାଉଲୋ ଗୋମସ୍ ଦୁଇ ବ‌ନ୍ଧୁ ଓଲ୍‌ଗା ନା‌ମ୍ନି ଜଣେ ଝିଅକୁ ଭେଟିଥିଲେ । ଓଲ୍‌ଗା ତାଙ୍କ ସାଙ୍ଗମାନଙ୍କ ସହିତ ମଜା କରିବା ପାଇଁ ବାରକୁ ଆସିଥିଲେ ଏବଂ ଯେତେବେଳେ ଦୁଇ ବନ୍ଧୁ ତାଙ୍କୁ ଡେଟ୍‌ ମାଗିଥିଲେ, ସେ ଉଭୟଙ୍କୁ ଅସ୍ୱୀକାର କରିନଥିଲେ । ଦୁଇ ବନ୍ଧୁ ମଧ୍ୟ ଏକତ୍ର ଓଲଗା ପାଖକୁ ଯାଇଥିଲେ । କାରଣ ଓଲଗା ଚାହୁଁ ନଥିଲେ ଯେ ସେମାନଙ୍କର ବନ୍ଧୁତା ଭାଙ୍ଗୁ । ଫ୍ରାନ୍ସରେ ରହୁଥିବା ତିନି ଥ୍ରପଲ୍ ସେମାନଙ୍କର ଅନ୍ତରଙ୍ଗ ଜୀବନ କିପରି ଚାଲିଛି, ତାହା ବ୍ୟାଖ୍ୟା କରି ନାହାଁନ୍ତି । ତେବେ ବିଶ୍ୱାସ କରାଯାଏ ଯେ, ଏହି ଦୁଇ ବନ୍ଧୁ କେବଳ ଓଲଗାଙ୍କ ସହ ଅଛନ୍ତି ଏବଂ ଅନ୍ୟ କାହା ସହିତ ନୁହେଁ । ଗୋଟିଏ ପରିବାରରେ ଏବେ ଦୁଇ ‌ସ୍ୱାମୀ ଓ ଜଣେ ପତ୍ନୀ ।

jittmm
Leave A Reply

Your email address will not be published.