ପାର୍ଟି ପିକ୍‌ନିକ୍‌ କରିବାକୁ ଯୋଜନା କରୁଛନ୍ତି କି : ଜାଣନ୍ତୁ, ମହାରାଷ୍ଟ୍ର ଏବଂ ୟୁପିରେ ଜାରି ହୋଇଥିବା ନୂତନ ନିର୍ଦ୍ଦେଶାବଳୀ

ନୂଆଦିଲ୍ଲୀ : ପାର୍ଟି ପିକ୍‌ନିକ୍‌ କରିବାକୁ ଯୋଜନା କରୁଛନ୍ତି କି ? ଆସନ୍ତୁ ଜାଣିନେବା, ମହାରାଷ୍ଟ୍ର ଏବଂ ୟୁପିରେ ଜାରି ହୋଇଥିବା ନୂତନ ନିର୍ଦ୍ଦେଶାବଳୀ ।

ମହାରାଷ୍ଟ୍ରରେ କୋଭିଡ -୧୯ ମାମଲା ଏବଂ ୬୫ ଓମିକ୍ରନ୍ ସଂକ୍ରମିତ ସଂଖ୍ୟା ମଧ୍ୟରେ ମହାରାଷ୍ଟ୍ର ସରକାର ଆସନ୍ତା ପର୍ବକୁ ଦୃଷ୍ଟିରେ ରଖି ନୂତନ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଖ୍ରୀଷ୍ଟମାସ ସମୟରେ ସରକାର ନିରାଡ଼ମ୍ବର ଉତ୍ସବ ପାଳନ କରିବାକୁ ଅନୁମତି ଦେଇଛନ୍ତି, ସମସ୍ତ କୋଭିଡ଼ ପ୍ରୋଟୋକଲ ଅନୁସରଣ କରି ଏବଂ ଧାର୍ମିକ ସ୍ଥାନ ଭିତରେ ତଥା ବାହାରେ ଭିଡ଼ରୁ ଦୂରେଇ ରୁହିବାକୁ ନିର୍ଦ୍ଦେଶ କରିଛନ୍ତି ।

କୌଣସି ବଡ଼ ଉତ୍ସବ, ଶୋଭାଯାତ୍ରା, ସମାବେଶ, ଆତସବାଜି କିମ୍ବା ଅନ୍ୟାନ୍ୟ ଇଭେଣ୍ଟକୁ ଭିଡ଼ ଜମାଇବା ପାଇଁ ଅନୁମତି ଦିଆଯିବ ନାହିଁ ଏବଂ ସମସ୍ତ ସ୍ଥାନୀୟ ନାଗରିକ ସଂସ୍ଥା କିମ୍ବା ଜିଲ୍ଲା କର୍ତ୍ତୃପକ୍ଷଙ୍କ ଦ୍ୱାରା ଧାର୍ୟ୍ୟ କରାଯାଇଥିବା ନିୟମ ପାଳନ କରାଯିବ ବୋଲି ଆଶା କରାଯାଉଛି ଜ୍ଝ

ବୁଧବାର ଦିନ, ମହାରାଷ୍ଟ୍ରରେ ୧,୨୦୧ ତାଜା କୋଭିଡ -୧୯ ମାମଲା ରିପୋର୍ଟ ହେବା ପରେ ହଠାତ୍ ସଂକ୍ରମଣରେ ଆଗକୁ ଡେଇଁ ପଡିଲା । ପ୍ରାୟ ପାଞ୍ଚ ସପ୍ତାହ ପରେ ରାଜ୍ୟରେ ଏକ ହଜାରରୁ ଅଧିକ ମାମଲା ଦେଖାଦେଇଛି । ଏହା ସହିତ ମୁମ୍ବାଇରେ ଦୈନିକ ସଂକ୍ରମଣର ବୃଦ୍ଧି ମଧ୍ୟ ପଞ୍ଜିକୃତ ହୋଇଛି । ଆଗାମୀ ସପ୍ତାହରେ କୌଣସି ସ୍ୱାସ୍ଥ୍ୟ ଚ୍ୟାଲେଂଜକୁ ସାମ୍ନା କରିବା ପାଇଁ ବ୍ରୁହାନମ୍ବୁଇ ମ୍ୟୁନିସିପାଲଟି କର୍ପୋରେସନ ଏବଂ ସ୍ଥାନୀୟ ପ୍ରଶାସନ ସମ୍ପୂର୍ଣ୍ଣ ସତର୍କ ଅଛନ୍ତି ।

ଏଥି ସହିତ, କରୋନାର ବିସ୍ତାରକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୟୁପିରେ ନୂତନ ଭାରିଆଣ୍ଟ ଓମିକ୍ରୋନକୁ ନିୟନ୍ତ୍ରଣ କରିବା ପାଇଁ ସତର୍କତା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କେବଳ ଏତିକି ନୁହେଁ, ଖ୍ରୀଷ୍ଟମାସ ଏବଂ ନୂଆ ବର୍ଷର ଭିଡ଼କୁ ନିୟନ୍ତ୍ରଣରେ ରଖିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । ଖ୍ରୀଷ୍ଟମାସ ଏବଂ ନୂତନ ବର୍ଷ ପାଳନ ଅବସରରେ ଆୟୋଜିତ ହେବାକୁ ଥିବା ପାର୍ଟିଗୁଡିକରେ କୋଭିଡ୍ ପ୍ରୋଟୋକଲ୍, ସାମାଜିକ ଦୂରତା ଏବଂ ମାସ୍କ ବାଧ୍ୟତାମୂଳକ ହେବ । କରୋନାର ଡେଲ୍‌ଟା ଏବଂ ଓମିକ୍ରନ୍ ପ୍ରକାରକୁ ଧ୍ୟାନରେ ରଖି ରାଜ୍ୟର ସମସ୍ତ ଡିଏମ୍ ମାନଙ୍କୁ ଏକ ସତର୍କ ସୂଚନା ଜାରି କରାଯାଇଛି ।

ୟୁପି ସୀମାରେ ସୁରକ୍ଷା ଏବଂ ସଜାଗତା ବୃଦ୍ଧି କରି ରାଜ୍ୟକୁ ଆସୁଥିବା ପ୍ରତ୍ୟେକ ଯାତ୍ରୀଙ୍କ ଯାଞ୍ଚ ଉପରେ ଗୁରୁତ୍ୱ ଦିଆଯାଉଛି । ଏଥି ସହିତ ରାଜ୍ୟବାସୀଙ୍କୁ ନୂତନ ଭୂତାଣୁ ବିସ୍ତାରରୁ ରକ୍ଷା କରିବା ପାଇଁ ଦ୍ରୁତ ଟୀକାକରଣ କରାଯାଉଛି । ଏଭଳି ପରିସ୍ଥିତିରେ ରାଜ୍ୟରେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଟିମ୍‌ର ପରାମର୍ଶକୁ ଦୃଷ୍ଟିରେ ରଖି ସରକାରୀ ତଥା ବେସରକାରୀ ଡାକ୍ତରଖାନାଗୁଡ଼ିକରେ ନୂତନ ଗାଇଡଲାଇନ ଅନୁଯାୟୀ ସମସ୍ତ ବ୍ୟବସ୍ଥାକୁ ମଜବୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.