ମହାରାଷ୍ଟ୍ରରେ କାଲିଠୁ ଖୋଲିବ ଧାର୍ମିକ ସ୍ଥଳୀ

ମୁମ୍ବାଇ : ମହାରାଷ୍ଟ୍ରରେ ଧାର୍ମିକ ସ୍ଥଳ ଆସନ୍ତାକାଲି ଠୁ ଖୋଲିବ । ତେବେ କରୋନା ଗାଇଡ ଲାଇନ ଅନୁସାରେ ମନ୍ଦିର ଖୋଲିବାକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର ବୋଲି ସୂଚନା ରହିଛି । ଧାର୍ମିକସ୍ଥଳ ଖୋଲିବାକୁ ନେଇ କିଛି ସର୍ତ୍ତ ରଖିଛନ୍ତି ଉଦ୍ଧବ ସରକାର । ଏହି ସର୍ତ୍ତ ଅନୁସାରେ ଧାର୍ମିକ ସ୍ଥଳ ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଛି ବୋଲି କୁହାଯାଇଛି । ସୂଚନାଯୋଗ୍ୟ ଯେ, ଗତ ମାର୍ଚ୍ଚ ମାସରୁ କରୋନା ମହାମାରୀ ସଂକ୍ରମଣ ଦୃଷ୍ଟିରୁ ଏସବୁ ବନ୍ଦ ରଖାଯାଇଥିଲା । ତେବେ ମନ୍ଦିର ଖୋଲିବା ନେଇ କିଛି ଗାଇଡଲାଇନକୁ ବାଧ୍ୟତାମୂଳକ କରାଯାଇଛି । ୬୫ ବର୍ଷରୁ ଅଧିକ ବୟସ୍କଙ୍କୁ, ଗର୍ଭବତୀ ତଥା ୧୦ରୁ କମ୍‌ ବୟସର ଶିଶୁଙ୍କୁ ଧାର୍ମିକ ସ୍ଥଳକୁ ନଆସିବା ପାଇଁ ପରାମର୍ଶ ରହିଛି । ସେହିପରି ଧାର୍ମିକସ୍ଥଳୀ ଭିତରେ ଦୁଇ ଜଣଙ୍କ ଭିତରେ ଛଅ ଫୁଟ ଦୂରତା ରହିବା ସହ ମସ୍କ ପିନ୍ଧିବା ବାଧ୍ୟତାମୂଳକ କୁହାଯାଇଛି ।

Leave A Reply

Your email address will not be published.