oum

କୃଷି ବିଲ୍‌ ବିରୁଦ୍ଧରେ ରାଜରାସ୍ତାରେ କୃଷକ : ବିଭିନ୍ନ ବିରୋଧୀ ସଂଗଠନ ଦ୍ୱାରା ଆଜି ସାରା ଦେଶରେ ଚାଲିଛି ଚକାଜାମ୍‌ ଆନ୍ଦୋଳନ

jsm

ନୂଆଦିଲ୍ଲୀ : କୃଷକଙ୍କୁ ନେଇ ମୋଦୀ ସରକାରଙ୍କ ଦ୍ୱାରା ଅଣାଯାଇଥିବା ବିଲ୍‌ ଉପରେ ସଂଗ୍ରାମ ଜାରି ରହିଛି । ଭାରତୀୟ କିଷାନ୍‌ ୟୁନିଅନ୍‌ ସହ ବିଭିନ୍ନ କୃଷକ ସଂଗଠନ ଆଜି ସାରା ଦେଶରେ ଚକାଜାମ୍‌ ଡାକରା ଦେଇଛନ୍ତି । ଏଥିରେ ୩୧ଟି ସଂଗଠନ ସାମିଲ୍‌ ରହିଛନ୍ତି । ତେବେ କୃଷକ ସଂଗଠନ ମାନଙ୍କୁ କଂଗ୍ରେସ, ଆର୍‌ଜେଡ଼ି, ସମାଜବାଦୀ ପାର୍ଟି, ଅକାଳି ଦଳ, ଆପ୍‌, ଟିଏମ୍‌ସି ସହ ଅନେକ ପାର୍ଟି ସାମିଲ୍‌ ହୋଇଛନ୍ତି । ଏହାପୂର୍ବରୁ ପଞ୍ଜାବରେ ତିନି ଦିନିଆଁ ରେଳରୋକୋ ଗତକାଲିଠାରୁ ଆରମ୍ଭ ହୋଇଯାଇଛି । କୃଷକମାନେ ରେଲୱେ ଟ୍ରେକ୍‌ ଉପରେ ଅଡ଼ି ବସିଛନ୍ତି ଏବଂ କୃଷି ବିଲ୍‌ ପ୍ରତ୍ୟାହାର ପାଇଁ ଦାବୀ କରିଛନ୍ତି ।


ଭାରତ ବନ୍ଦ କାରଣରୁ ଦିଲ୍ଲୀ-ଚଣ୍ଡୀଗଡ଼ ବସ୍‌ ସେବା ବନ୍ଦ ହୋଇଯାଇଛି । କୃଷକମାନଙ୍କ ବିରୋଧ ଯୋଗୁଁ ଟ୍ରେନ୍‌ ଲାଇନ୍‌ ବି ଥମ୍‌ ହୋଇଯାଇଛି । କୃଷକ ଆନ୍ଦୋଳନକୁ ନେଇ ଅମ୍ବାଲା ଜିଲ୍ଲା ପ୍ରଶାସନ ସଜାଗ ରହିଛି ଏବଂ ୫ ବାଟେଲିଅନ୍‌ ପୋଲିସ୍‌ ଫୋର୍ସ ମୁତୟନ କରିଛି । ଏହାସହ ରେଲୱେ ଟ୍ରେକ୍‌ ଏବଂ ଷ୍ଟେସନ୍‌ ଗୁଡ଼ିକର ସୁରକ୍ଷାରେ ଜିଆର୍‌ପି ଏବଂ ଆର୍‌ପିଏଫ୍‌ ସଜାଗ ରହିଛନ୍ତି । ତେବେ ଜିଲ୍ଲା ପ୍ରଶାସନ ଆନ୍ଦୋଳନର ଭିଡ଼ିଓ ତିଆରି ପାଇଁ ପ୍ରସ୍ତୁତି ଜାରି ରଖିଛି ।
କୃଷି ବିଲ୍‌ ବିରୋଧରେ ଭାରତ ବନ୍ଦ ଡାକରାର ଖାସ୍‌ ଦୃଶ୍ୟ ହାଜିପୁରରେ ଦେଖିବାକୁ ମିଳିଛି । ଗାନ୍ଧୀ ସେତୁ ନିକଟସ୍ଥ ଏନ୍‌ଏଚ୍‌୧୯ ଉପରେ ଭିଡ଼ ଜମି ରହିଛି । ସକାଳୁ ପପ୍ପୁ ଯାଦବଙ୍କ ଜନ ଅଧିକାର ପାର୍ଟିର ସମର୍ଥକମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ତେବେ ବନ୍ଦ ସମର୍ଥକମାନେ ଏନ୍‌ଏଚ୍‌-୧୯କୁ ବନ୍ଦ କରି ଦେଇଥିବା ବେଳେ ରାସ୍ତା ଉପରେ ଟାୟାର୍‌ ଜାଳି ନାରାବାଜୀ କରୁଥିବା ଦେଖିବାକୁ ମିଳିଛି ।


ପଞ୍ଜାବର ଅମୃତସରରେ କୃଷକ ମଜଦୁର ସଂଘର୍ଷ ସମିତିର ର‍୍ୟାଲି ଅଭିଯାନ ଜାରି ରହିଛି । କୃଷକ ସାରା ରାତି ରେଲୱେ ଟ୍ରେକ୍‌ ଉପରେ ଅଡ଼ି ରହିଥିଲେ ଏବଂ କୃଷି ବିଲ୍‌କୁ ବିରୋଧ ପ୍ରଦର୍ଶନ କରିଥିଲେ । କୃଷକଙ୍କ କହିବା ଅନୁସାରେ ୨୬ ସେପ୍ଟେମ୍ବର ପର୍ଯ୍ୟନ୍ତ ରେଳରୋକୋ ଅଭିଯାନ ଚାଲିବ । ଏହାପରେ ବି ଯଦି ସରକାର ବିଲ୍‌ ପ୍ରତ୍ୟାହାର ନ କରନ୍ତି ତେବେ ଆଗାମୀ ଦିନର ରଣନୀତି ପ୍ରସ୍ତୁତ କରାଯିବ ।

Leave A Reply

Your email address will not be published.