ls

କରୋନା ସଂକ୍ରମଣକୁ ଦୃ‌ଷ୍ଟିରେ ରଖି ପଶ୍ଚିମବଙ୍ଗରେ ରାଲି ବାତିଲ କଲେ ରାହୁଲ ଗାନ୍ଧୀ

sb

ନୂଆଦିଲ୍ଲୀ : ଦେଶରେ ନଛୋଡ଼ବ‌ନ୍ଧା ଭାବେ ବଢି ଚାଲିଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଂଗ୍ରେସ ନେତା ରାହୁଲ ଗାନ୍ଧୀ ପଶ୍ଚିମବଙ୍ଗରେ ହେବାକୁଥିବା ନିଜର ସବୁ ରାଲି ବାତିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି । ରାହୁଲ ଗାନ୍ଧୀ ଅନ୍ୟ ସମସ୍ତ ରାଜନେତାଙ୍କୁ ମଧ୍ୟ ନିଜ ନିର୍ବାଚନୀ ରାଲି ବାତିଲ କରିବା ନେଇ ବିଚାର କରିବାକୁ ଅପିଲ କରିଛନ୍ତି । ରାହୁଲ ଗାନ୍ଧୀ ଟ୍ୱିଟରେ କହିଛନ୍ତି, ‘କୋଭିଡ ସଙ୍କଟକୁ ଦେଖି ମୁଁ ପଶ୍ଚିମବଙ୍ଗରେ ନିଜର ସବୁ ରାଲି ବାତିଲ କରିବାକୁ ନିଷ୍ପତ୍ତି ନେଇଛି । ରାଜନୈତିକ ଦଳଗୁଡିକୁ ଚିନ୍ତା କରିବା ଉଚିତ ଯେ, ଏହିଭଳି ସମୟରେ ରାଲି ଜନତା ଓ ଦେଶ ପାଇଁ ଭୟଙ୍କର ହୋଇପାରେ।’

pc pk
Leave A Reply

Your email address will not be published.