ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଇସ୍ରାଏଲ ପ୍ରଧାନମନ୍ତ୍ରୀ ମିଷ୍ଟର ବେଞ୍ଜାମିନ ନେତାନ୍ୟାହୁଙ୍କ ମଧ୍ୟରେ ଟେଲିଫୋନ ବାର୍ତ୍ତାଳାପ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ ମହାମହିମ ମିଷ୍ଟର ବେଞ୍ଜାମିନ ନେତାନ୍ୟାହୁଙ୍କ ସହିତ ଟେଲିଫୋନ ଯୋଗେ ବାର୍ତ୍ତାଳାପ କରିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀ ଇହୁଦୀ ନୂତନ ବର୍ଷ ଏବଂ ସୁକୋଟ ଇହୁଦୀ ପର୍ବ ପାଇଁ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଏବଂ ଇସ୍ରାଏଲବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
କୋଭିଡ-୧୯ ମହାମାରୀ ପ୍ରସଙ୍ଗରେ ଦ୍ୱିପାକ୍ଷିକ ସହଯୋଗର ଅଗ୍ରଗତିକୁ ଉଭୟ ନେତା ସକାରାତ୍ମକ ଭାବରେ ମୂଲ୍ୟାଙ୍କନ କରିଥିଲେ, ବିଶେଷକରି ଗବେଷଣା କ୍ଷେତ୍ର, ନିଦାନ ଉପକରଣ, ପରୀକ୍ଷଣ ଏବଂ ଟୀକା ବିକାଶ କ୍ଷେତ୍ରରେ । କେବଳ ଦୁଇ ଦେଶର ଲୋକଙ୍କ ହିତ ପାଇଁ ନୁହେଁ ବରଂ ମାନବିକତାର ମଙ୍ଗଳ ପାଇଁ ମଧ୍ୟ ଏହି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଘନିଷ୍ଠ ସହଯୋଗର ଗୁରୁତ୍ୱ ଉପରେ ସେମାନେ ସହମତ ହୋଇଥିଲେ ।
ସେମାନେ ଜଳ, କୃଷି, ସ୍ୱାସ୍ଥ୍ୟ, ବାଣିଜ୍ୟ, ଷ୍ଟାର୍ଟ ଅପ୍ ଏବଂ ନବସୃଜନ କ୍ଷେତ୍ରରେ ଆଗେଇ ଚାଲିଥିବା ସହଯୋଗର ସମୀକ୍ଷା କରିବା ସହିତ ଏହି ସମ୍ପର୍କର ଦୃଢତା ଉପରେ ଆଲୋଚନା ମଧ୍ୟ କରିଥିଲେ ।
କ୍ଷେତ୍ରୀୟ ତଥା ବିଶ୍ଵସ୍ତରୀୟ ଆହ୍ଵାନ ଏବଂ ସୁଯୋଗ ଉପରେ ମତାମତ ବାଣ୍ଟିବା ସହିତ ଦ୍ୱିପାକ୍ଷିକ ରଣନୈତିକ ଭାଗିଦାରୀକୁ ଆଗେଇ ନେବା ଦିଗରେ ନିୟମିତ ପରାମର୍ଶ ଜାରି ରଖିବାକୁ ଉଭୟେ ସହମତ ହୋଇଥିଲେ ।

Leave A Reply

Your email address will not be published.