‌ ଟପ୍‌-୧୦ ଧନୀ ରୁ ବାଦ ପଡିଲେ ଅମ୍ବାନୀ, ଆସିଲା ଫୋର୍ବସ୍‌ ରିୟଲ ଟାଇମ ଧନିକଙ୍କ ସୂଚୀ

ନ୍ୟୁଜର୍ସି : ଚୀନ୍‌ର ୱାଟର କିଙ୍ଗଭାବେ ଜଣାଶୁଣା ବ୍ୟବସାୟୀ ଝୋଙ୍ଗ ଶାନଶାନ୍‌ ଏସିୟ ଧନିକଙ୍କ ସୂଚୀର ପ୍ରଥମ ସ୍ଥାନରେ ପହଞ୍ଚିଛନ୍ତି । ଏହି ସ୍ଥାନରେ ଥିବା ଭାରତୀୟ ଉଦ୍‌ୟୋଗପତି ମୁକେଶ ଅମ୍ବାନୀ ତଳକୁ ଖସିଥିବା ବେଳେ ବିଶ୍ୱର ଶୀର୍ଷ ୧୦ ଧନିକଙ୍କ ସୂଚୀରୁ ମଧ୍ୟ ବାଦ ପଡିଛନ୍ତି । ଚୀନ୍‌ ପ୍ୟାକେଜଡ୍‌ ୱାଟର ଓ ଭାକ୍ସିନ ନିର୍ମାଣକାରୀ କମ୍ପାନୀର ମାଲିକ ଏସିୟାର ସବୁଠୁ ଧନିବ୍ୟକ୍ତି ଓ ବିଶ୍ୱ ଧନିକଙ୍କ ସୂଚୀର ଷଷ୍ଠ ସ୍ଥାନକୁ ପହଞ୍ଚିଯାଇଛନ୍ତି । ଫୋର୍ବସ୍‌ ରିୟଲ ଟାଇମ୍‌ ସୂଚୀ ଜାରି ହୋଇଛି ।

ଏଥିରେ ଆମାଜନ ମାଲିକ ଜେଫ ବେଜୋସ ୧୮୭.୬ ବିଲିୟନ ସମ୍ପତ୍ତିସହ ବିଶ୍ୱର ୧ ନମ୍ବର ଧନିକ ରହିଥିବା ବେଳେ ତାଙ୍କ ପଛକୁ ଟେସ୍ଲା ଓ ସ୍ପେଶ ଏକ୍ସ ମାଲିକ ଏଲନ ମସ୍କ ଅଛନ୍ତି । ସେହିପରି ତୃତୀୟ ସ୍ଥାନରେ ବର୍ଣ୍ଣାଡ ଅର୍ଣ୍ଣାଟ ଏଣ୍ଡ ଫ୍ୟାମିଲି ରହିଥିବା ବେଳେ ୧୧୯.୮ ବିଲିୟନ ସମ୍ପତ୍ତିସହ ଚତୁର୍ଥ ସ୍ଥାନରେ ମାଇକ୍ରୋସଫ୍ଟ ମାଲିକ ବିଲଗେଟସ୍‌ ଅଛନ୍ତି ।
ଫେସବୁକ୍‌ ମାଲିକ ମାର୍କ ଜୁକେରବର୍ଗ ଧନିକଙ୍କ ସୂଚୀର ପଞ୍ଚମ ସ୍ଥାନରେ ଅଛନ୍ତି । ସେହିପରି ଚୀନ୍‌ର ବେଭରାଜ ଓ ଫାର୍ମା କମ୍ପାନୀ ମାଲିକ ଝୋଙ୍ଗ ଶାନଶାନ ୯୩.୮ ବିଲିୟନ ସମ୍ପତ୍ତି ସହ ଷଷ୍ଠ ସ୍ଥାନରେ ପହଞ୍ଚିଛନ୍ତି । ତାଙ୍କ ପଛକୁ ସପ୍ତମ ସ୍ଥାନରେ ସଫ୍ଟୱେର ବ୍ୟବସାୟୀ ଲେରି ଏଲିସନ ଅଛନ୍ତି । ଧନିକଙ୍କ ସୂଚୀର ଅଷ୍ଟମ ସ୍ଥାନରେ ୱାର୍କସାୟର ହାଥୱ ମାଲିକ ୱାରେନ ବଫେଟ ଥିବା ବେଳେ ନବମ ସ୍ଥାନରେ ଗୁଗଲର ଲେରି ପେଜ୍‌ ଓ ଦଶମ ସ୍ଥାନରେ ଗୁଗଲର ସର୍ଜି ବ୍ରିନ ଅଛନ୍ତି । ଟପଟେନନ ସୂଚୀର କୌଣସିଠାରେ ଭାରତୀୟ ଧନିକ ମୁକେଶ ଅମ୍ବାନୀ ନାହାନ୍ତି । ତେବେ ଶୀର୍ଷ ୨୦ ଜଣଙ୍କ ତାଲିକାର ତ୍ରୟୋଦଶତମ ସ୍ଥାନରେ ମୁକେଶ ଥିବା ଜଣାପଡିଛି ।

Leave A Reply

Your email address will not be published.