
ମୁମ୍ବାଇ : ବଲିଉଡର ଭେଟେରାନ ଅଭିନେତା ଅମିତାଭ ବଚ୍ଚନ ଏବଂ ଅଭିନେତ୍ରୀ ଜୟା ବଚ୍ଚନ ବିବାହର ୪୮ ବର୍ଷ ସମାପ୍ତ କରିଛନ୍ତି । ଏହି ବିଶେଷ ଅବସରରେ ବିଗ୍ ବି ସୋସିଆଲ ମିଡିଆରେ ତାଙ୍କ ବିବାହର ଏକ ଆକର୍ଷଣୀୟ ଚିତ୍ର ସେୟାର କରିଛନ୍ତି । ଯେଉଁମାନେ ତାଙ୍କୁ ଏବଂ ଜୟାଙ୍କୁ ବିବାହ ବାର୍ଷିକୀରେ ଅଭିନନ୍ଦନ ଜଣାଇଛନ୍ତି, ସେମାନଙ୍କୁ ମଧ୍ୟ ସେ କୃତଜ୍ଞତା ଜଣାଇଛନ୍ତି ।
ସେୟାର ଫଟୋ ଅମିତାଭ ଏବଂ ଜୟା ବଚ୍ଚନଙ୍କ ବିବାହ ସମୟର । ବିଗ୍ ବି ଫଟୋ କ୍ୟାପସନ୍ରେ ଲେଖିଛନ୍ତି- ‘୩ ଜୁନ୍ ୧୯୭୩ … ଯେଉଁମାନେ ଜୟା ଏବଂ ମୋତେ ବିବାହ ବାର୍ଷିକୀରେ ଅଭିନନ୍ଦନ ଜଣାଇଛନ୍ତି, ଆମେ ସେମାନଙ୍କୁ କୃତଜ୍ଞତା ଜଣାଉଛୁ ।’
ସୂଚନାଯୋଗ୍ୟ ଯେ, ଅମିତାଭ ଏବଂ ଜୟା ଅନେକ ଚଳଚ୍ଚିତ୍ରରେ ଏକାଠି କାମ କରିଛନ୍ତି । ଦୁହେଁ ପ୍ରଥମେ ୧୯୭୨ ମସିହାରେ ମୁକ୍ତିଲାଭ କରିଥିବା ‘ବାନସୀ ବିରଜୁ’ରେ କାମ କରିଥିଲେ । ତା’ପରେ ଜୟା ଅମିତାଭଙ୍କ ସହ ‘ଜନ୍ଜିର୍’ରେ କାମ କରିଥିଲେ ଏବଂ ଏହି ଚଳଚ୍ଚିତ୍ରଟି ହିଟ୍ ବୋଲି ପ୍ରମାଣିତ ହୋଇଥିଲା । ଏହା ପରେ ଅଭିମାନ, ଚୁପକେ ଚୁପକେ ଏବଂ ଶୋଲେ ଭଳି ଚଳଚ୍ଚିତ୍ରରେ ଦୁହେଁ ଏକାଠି ନଜରକୁ ଆସିଥିଲେ ।
