ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ମାଟିର ବୟୋଜ୍ୟେଷ୍ଠ ତଥା ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ବେହେରାଙ୍କ ଜନ୍ମଦିନ ଅବସରରେ ଶୁଭେଚ୍ଛାର ସୁଅ ଛୁଟିଥିବା ବେଳେ ‘କୋଶଳ ପ୍ରବାହ’ ପରିବାର ପକ୍ଷରୁ ମଧ୍ୟ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ପ୍ରଦାନ କରାଯାଇଛି । ଏବେ ସେ ୮୨ ବର୍ଷ ଅତିକ୍ରମ କରି ୮୩ ବର୍ଷରେ ପହଂଚିଲେ । ଏଭଳି ବାର୍ଦ୍ଧକ୍ୟ ଅବସ୍ଥାରେ ବି ଖୁବ୍ କର୍ମ ଚଂଚଳ । ବର୍ତ୍ତମାନ ମଧ୍ୟ ସାମ୍ବାଦିକତା କ୍ଷେତ୍ରରେ ସକ୍ରିୟ । ପ୍ରତିଦିନ, ନିଯୁକ୍ତି ଖବର ତଥା ତଦନ୍ତ ଗଣମାଧ୍ୟମରେ କାର୍ଯ୍ୟରତ । ଏହି ଅବସରରେ ତାଙ୍କୁ ବିତେଇଥିବା ଜୀବନ ସଂପର୍କରେ ପଚାରିବାରୁ ସେ କହିଛନ୍ତି, ଜଗତ ମତେ ଅନେକ କିଛି ଦେଇଛି । ଏଭଳି ଏକ ସୁନ୍ଦର ପୃଥିବୀକୁ ମତେ ଆଣିଥିବାରୁ ମୁଁ ଜଗତସ୍ରଷ୍ଟାଙ୍କ ପାଖରେ କୃତଜ୍ଞ । ମୁଁ କେବେ ଅନୁଭବ କରିନାହିଁ ମୋର ବାର୍ଦ୍ଧକ୍ୟ । ଏବେ ବି ମତେ ଯୁବକ ଭଳି ତତ୍ପର ରହିବାକୁ ବେଶ୍ ଭଲ ଲାଗେ । ଯେବେ ମରଣ ଆସିବ, ସାଦରେ ଗ୍ରହଣ କରିବି । କିନ୍ତୁ ବଂଚିଥିବା ପର୍ଯ୍ୟନ୍ତ ଜୀବନକୁ ମନଭରି ଆହୁରି ଭଲ ପାଇବି ।
ସତ୍ୟ ଦାଦାଙ୍କ ଜନ୍ମଦିନରେ ତାଙ୍କୁ ଅଭିନନ୍ଦନ ଜଣାଉଛି..
thanks bhae