csstore

ସମାଜସେବୀଙ୍କ ସ୍ମୃତିରେ ଜଳଛତ୍ର ଉଦ୍‌ଘାଟିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର-୨ ସରକାରୀ ବସ୍ ଷ୍ଟାଣ୍ଡ ନିକଟରେ ସମାଜସେବୀ ସ୍ଵର୍ଗତ ମନୋଜ ପ୍ରଧାନ (ପେଚି ଭାଇ)ଙ୍କ ଉଦ୍ଦେଶ୍ୟରେ ସେକ୍ଟର-୨, ଯୁବକ ସଂଘ ପକ୍ଷରୁ ପବିତ୍ର ପଣା ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ଉପଲକ୍ଷେ ଏକ ଜଳଛତ୍ର ଖୋଲାଯାଇ ଅଛି । ଏହି ଜଳଛତ୍ରଟିକୁ ମୁଖ୍ୟ ଅତିଥି ଭାବେ ସେକ୍ଟର-୩ ଥାନା ଅଧିକାରୀ ଲକ୍ଷ୍ମୀକାନ୍ତ ପ୍ରଧାନ ଓ ସମ୍ମାନିତ ଅତିଥି ଓଡିଶା ରାଜ୍ୟ ପରିବହନ ନିଗମର ଅଧିକାରୀ ବସନ୍ତ କୁମାର ଷଡଙ୍ଗୀ ଫିତା କାଟି ଉଦ୍‌ଘାଟନ କରିବା ସଙ୍ଗେ ସଙ୍ଗେ ପଥଚାରୀଙ୍କୁ ପଣା ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ ଅଜିତ ନାୟକ, ବିରେନ୍ଦ୍ର ସ୍ଵାଇଁ, ସରୋଜ ପ୍ରଧାନ, ସତ୍ୟ ନାରାୟଣ ପ୍ରଧାନ, ମନୋଜ ଡୋରା, ଅଭିଜିତ ଚକ୍ରବର୍ତ୍ତୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ସର୍ବଶ୍ରୀ ପ୍ରସନ୍ନ ମହାନ୍ତି, ମହେଶ୍ୱର ସାହୁ, ବିଶ୍ବଜିତ ପାତ୍ର, ସୁଶାନ୍ତ ମାହୀ, ହିମାଂଶୁ ଶେଖର, ଆଶିଷ ମହାନ୍ତି, ପବିତ୍ର ସାହୁ, ଦୀପକ୍ ଦାସ, ସନ୍ତୋଷ ନାୟକ, ପୂର୍ଣ୍ଣ ଶେଖର, ଫିରୋଜ ଖାଁ, ସୂରଜ ସିଂ, କିଶୋର ସିଂ ପ୍ରମୁଖ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.