csstore

ପାଇକମାଲରେ କୃଷକମାନଙ୍କ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ ବୋଡାସମ୍ବର କୃଷକ ସଙ୍ଗଠନ ଆହ୍ୱାନ କ୍ରମେ ଆଞ୍ଚଳିକ ପାଇକମାଲ କୃଷକମାନଙ୍କ ଚେତନା ଶ୍ରମିକ ସଂଘ କାର୍ୟ୍ୟାଳୟ ପରିସରରେ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ପାଇକମାଲ ଅଞ୍ଚଳର ଚାଷୀମାନେ ଏକତ୍ରୀତ ହୋଇଥିଲେ । ଏହି ସମାବେଶରେ ଲିଙ୍ଗରାଜ, ରମେଶ ମହାପାତ୍ର, ହରି ବନିଆ, ଅଶୋକ ସାହୁ, ରୋହିତ ପ୍ରଧାନ, କୈଳାଶ ବାରିକ, ଦହିତ ସାହୁ, ବିଶ୍ବନାଥ ରଣା, ବାଳକୃଷ୍ଣ ବନଛୋର ପ୍ରମୁଖ ଉପସ୍ଥିତ ଥିଲେ । ଏହି ବୈଠକରେ ସରକାରଙ୍କ ଜନ ବିରୋଧୀ କୃଷି ବିଲ୍ ପ୍ରତ୍ୟାହାର କରିବା, କୃଷି କ୍ଷେତ୍ରକୁ କର୍ପୋରେଟ ହାତରେ ଟେକି ଦେବା, ମଣ୍ତି ବ୍ୟବସ୍ଥାର ଉଛେଦ କରିବା, ଜନ ବିରୋଧୀ ନୂତନ ବିଦ୍ୟୁତ ସଂଶୋଧନ ବିଲ ପ୍ରତ୍ୟାହାର, କମ୍ପାନୀ ଦ୍ବାରା ଠିକା ଚାଷୀ ବ୍ୟବସ୍ଥା ବାତିଲ ଆଦି ବିଷୟ ଉପରେ ଆଲୋଚନା କରାଯାଇଥିଲା ।

jayashree
Leave A Reply

Your email address will not be published.