oom

ବଲାଙ୍ଗିର ଜିଲ୍ଲାରେ ୫୪୦୫ ଜଣ କରୋନା ଆକ୍ରନ୍ତଙ୍କ ମଧ୍ୟରୁ ସୁସ୍ଥ ହେଲେଣି ୪୫୨୭ ଜଣ : ଆଜି ୯୩ ନୂଆ ଆକ୍ରାନ୍ତ, ବଲାଙ୍ଗିର ପୌରାଂଚଳରୁ ୧୧ ଓ ଟିଟିଲାଗଡ଼ ପୌରାଂଚଳରୁ ୧୫

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ସମୁଦାୟ ୫୪୦୫ ଜଣ କରୋନାରେ ଆକ୍ରନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪୫୨୭ ଜଣ ସୁସ୍ଥ ହୋଇ ସାରିଛନ୍ତି । ୮୫୩ ଜଣ ଏବେ ଏକ୍‌ଟିଭ୍‌ ସଂକ୍ରମିତ ରହିଛନ୍ତି । ଆଜି ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୯୩ ରହିଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୧୧ ଓ ଟିଟିଲାଗଡ଼ ପୌରାଂଚଳରୁ ୧୫ ଜଣ ସଂକ୍ରମିତ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳର ୱାର୍ଡ ନଂ.୭ରୁ ୧, ୧୪ରୁ ୧, ୧୮ରୁ ୨ ଏବଂ ୨୦ରୁ ୭ ଜଣ ଆକ୍ରାନ୍ତ ହୋଇଛନ୍ତି । ସେହିପରି ଟିଟିଲାଗଡ଼ ପୌରାଂଚଳ ୱାର୍ଡ ନଂ.୧ରୁ ୩, ୪ରୁ ୨, ୬ରୁ ୨, ୮ରୁ ୪, ୯ରୁ ୧ ଓ ୧୧ରୁ ୩ ଜଣ ସଂକ୍ରମିତ ହୋଇଛନ୍ତି । ଆଗଲପୁର ବ୍ଲକ୍‌ ଝରନିପାଲି ଗ୍ରା.ପ.ରୁ ୫, ଉପରବାହାଲ ଗ୍ରା.ପ.ରୁ ୨ ଏବଂ ଭରସୁଜା ଗ୍ରା.ପ.ରୁ ୧, ବଲାଙ୍ଗିର ବ୍ଲକ୍‌ ମାୟାବର୍‌ହା ଗ୍ରା.ପ.ରୁ ୧ ଓ ଖୁଣ୍ଟପାଲି ଗ୍ରା.ପ.ରୁ ୪, ବଙ୍ଗୋମୁଣ୍ଡା ବ୍ଲକ୍‌ ସିନ୍ଧେକେଲା ଗ୍ରା.ପ.ରୁ ୪, ଝଲପ ଗ୍ରା.ପ.ରୁ ୧, ବଙ୍ଗୋମୁଣ୍ଡା ଗ୍ରା.ପ.ରୁ ୧ ଏବଂ ଭାଲୁମୁଣ୍ଡା ଗ୍ରା.ପ.ରୁ ୨, ବେଲପଡ଼ା ବ୍ଲକ୍‌ ସଲଣ୍ଡି ଗ୍ରା.ପ.ରୁ ୧, ଗୁଡ଼ଭେଲା ବ୍ଲକ୍‌ ସମରା ଗ୍ରା.ପ.ରୁ ୧ ଏବଂ ଗମ୍ଭାରୀଗୁଡ଼ା ଗ୍ରା.ପ.ରୁ ୯, କଂଟାବାଂଜି ଏନ୍‌ଏସି. ୱାର୍ଡ ନଂ.୨ରୁ ୧ ଓ ୩ରୁ ୧, ଖପ୍ରାଖୋଲ ବ୍ଲକ୍‌ ଲାଠୋର ଗ୍ରା.ପ.ରୁ ୧, ଲୋଇସିଂହା ବ୍ଲକ୍‌ ଯୋଗୀସଡର଼୍ା ଗ୍ରା.ପ.ରୁ ୧, ମୁରିବାହାଲ ବ୍ଲକ୍‌ ମୁରିବାହାଲ ଗ୍ରା.ପ.ରୁ ୨, ପତ୍ରାପାଲି ଗ୍ରା.ପ.ରୁ ୧, ଲଖନା ଗ୍ରା.ପ.ରୁ ୧, ପାଟଣାଗଡ଼ ବ୍ଲକ୍‌ ବରପଦର ଗ୍ରା.ପ.ରୁ ୫ ଏବଂ ପଥାମୁଣ୍ଡା ଗ୍ରା.ପ.ରୁ ୧, ପାଟଣାଗଡ଼ ଏନ୍‌ଏସି. ୱାର୍ଡ ନଂ. ୧୫ରୁ ୧, ପୁଇଁନ୍ତଲା ବ୍ଲକ୍‌ ଭାଲେର ଗ୍ରା.ପ.ରୁ ୧, ସାଆଁନ୍ତପୁର ଗ୍ରା.ପ.ରୁ ୪, ସଇଁନ୍ତଲା ବ୍ଲକ୍‌ ଗଣ୍ଡପତ୍ରାପାଲି ଗ୍ରା.ପ.ରୁ ୬, ଟିଟିଲାଗଡ଼ ବ୍ଲକ୍‌ ବିନେକେଲା ଗ୍ରା.ପ.ରୁ ୧, ସିହିନି ଗ୍ରା.ପ.ରୁ ୩, ମନିଗାଁ ଗ୍ରା.ପ.ରୁ ୨, ତୁରେକେଲା ବ୍ଲକ୍‌ ଧାମନଡଙ୍ଗା ଗ୍ରା.ପ.ରୁ ୧, କୁଇବାହାଲ ଗ୍ରା.ପ.ରୁ ୧ ଏବଂ ଚାଉଲସୁଖା ଗ୍ରା.ପ.ରୁ ୧ ଜଣ ଆକ୍ରାନ୍ତ ହୋଇଛନ୍ତି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଜିଲ୍ଲାରେ କରୋନା ଆକ୍ରନ୍ତ ହୋଇ ସମୁଦାୟ ୨୫ ଜଣଙ୍କ ମୃତ୍ୟୁ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି ।

jittmm
Leave A Reply

Your email address will not be published.