ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ କାର୍ଯ୍ୟାରମ୍ଭ ହୋଇନଥିବା ଅଭିଯୋଗ

ତୁରେକେଲା, (କୈଳାଶ ସଗ୍ରିଆ) : ହିଆଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ହିଆଲ ଗ୍ରାମରେ ଥିବା ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ ଏଏନ୍‌ଏମ୍‌ ନଥିବା ଅଭିଯୋଗ ହୋଇଛି । ଅଗିଯୋଗ ଅନୁସାରେ ହିଆଲ ଗ୍ରାମରେ ଥିବା ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏପର୍ଯ୍ୟନ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ କୌଣସି କାର୍ଯ୍ୟାରମ୍ଭ ହୋଇନାହିଁ ଫଳରେ ଗ୍ରାମବାସୀ ସମସ୍ତ ଚିକିତ୍ସା ସୁବିଧାରୁ ବଞ୍ଚିତ ହେଉଛନ୍ତି । ଏହି ସ୍ୱାସ୍ଥ୍ୟକେନ୍ଦ୍ର ଖୋଲା ହେବା ପରେ କେଉଁ କାରଣରୁ ବନ୍ଦ ଅଛି ବୋଲି ଜନ ସାଧାରଣରେ ପ୍ରଶ୍ନ ଉଠୁଛି । ଏଥିପ୍ରତି ବ୍ଲକ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଉ ଓ ତୁରନ୍ତ ଏହି ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ୟା ସମାଧାନ କରାଯାଉ ବୋଲି ଗ୍ରାମବାସୀ ଦାବୀ କରିଛନ୍ତି ।

Leave A Reply

Your email address will not be published.