lika

‘ଘରକୁ ଘର ପାଣି’ ଓଡ଼ିଶା ସରକାରଙ୍କ ଯୋଜନାକୁ ନେଇ ଅଭିଯୋଗ

gbag

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପର୍ଯ୍ୟନ୍ତ ଘରକୁ ଘର ପାଣି ସ୍ୱପ୍ନ ହୋଇଛି ବୋଲି ଡେଙ୍ଗନାଡିହି ଗ୍ରାମର ମହିଳା ବେଦମତୀ ବରିହା, କମଳା ରଣା, ନେତ୍ର ସୁନା, ମଞ୍ଜୁରୀ ସୁନାଙ୍କ ସମେତ ଗ୍ରାମବାସୀ ମହେଶ ଚନ୍ଦ୍ର ମିଶ୍ର, ଅମୂଲ୍ୟ ସାହୁ, ମୁରଲୀଧର ଛତ୍ରିଆ, ଚିନ୍ତାମଣି ସୁନା, ଲୋକନାଥ ବାରିକ ଜିଲ୍ଲାପାଳ ବରଗଡଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ସେମାନେ କହିଛନ୍ତି ଯେ, ବସୁଧା ଯୋଜନାରେ ରାଜ୍ୟର ଗ୍ରାମାଞ୍ଚଳର ପ୍ରତ୍ୟେକ ଘରକୁ ଘର ପାଣି ଯୋଗାଇ ଦିଆଯିବାକୁ ରାଜ୍ୟ ସରକାରଙ୍କ ଘୋଷଣା କେତେ ଦୂର କାର୍ଯ୍ୟକାରୀ ହେଉଛି, ଗ୍ରାମାଞ୍ଚଳର ଦୃଶ୍ୟା ଦେଖିଲେ ଏହା ସଠିକ ବାରି ହେଉଛି । ପଦ୍ମପୁର ବ୍ଳକ କଂସର ଗ୍ରାମ ପଞ୍ଚାୟତ ଗଡଭାଟି ଗ୍ରାମରେ ପାଣିର ଉତ୍କଟ ସମସ୍ୟା ବହୁ ବର୍ଷ ଧରି ରହି ଆସିଅଛି । ଅନେକ ଥର ଗ୍ରାମର ମହିଳା ମାନେ ଲିଖିତ ଅଭିଯୋଗ କଲେ ମଧ୍ୟ ଏଠାରେ ଘରକୁ ଘର ପାଣିର ବ୍ୟବସ୍ଥା ଆଜି ପର୍ଯ୍ୟନ୍ତ ହୋଇନାହିଁ । ଗଡଭାଟି ଗ୍ରାମକୁ ଲାଗି ଅଙ୍ଗନଦୀ ବୋହି ଯାଉଥିବା ବେଳେ ଗାଁରେ ପିଇବା ପାଣିର ବ୍ୟବସ୍ଥା ସରକାର କରି ପାରୁନାହାଁନ୍ତି । ଗାଁର ଅଧିକାଂଶ ନଳକୂପ ଅଚଳ । ଠିକ ସେହିପରି ପାଇକମାଲ ବ୍ଲକ ଭେଙ୍ଗରାଜପୁର ଗ୍ରାମ ପଞ୍ଚାୟତ ଅଧୀନସ୍ଥ ଡେଙ୍ଗନାଡିହି ଗ୍ରାମର ଅବସ୍ଥା ୨୦୨୧ ମସିହାରେ ଘରକୁ ଘର ପାଣି ଯୋଗାଇବା ପାଇଁ ବସୁଧା ଯୋଜନାରେ ୪୦ ଲକ୍ଷ ଟଙ୍କା ବ୍ୟୟରେ ପାଣି ଟାଙ୍କି ତିଆରି ହୋଇଛି, କିଂତୁ ଫଳ ଶୂନ୍‌ । ପଦ୍ମପୁର ଅଞ୍ଚଳର ପଲସଦା, ବାରପଲ୍ୟ, ବରଭଟା, ସଲଡିହି ଏପରି ଅନେକ ଗ୍ରାମରେ ବହୁ ବର୍ଷ ତଳୁ କେବଳ ପାଣି ଟାଙ୍କି ୪୦/୪୫ ଲକ୍ଷ ଟଙ୍କାରେ ନିର୍ମାଣ କରି ଠିକାଦାର ପୋଷିବା ଛଡା ଅନ୍ୟ କିଛି କାମକୁ ନୁହେଁ । ଗାଁକୁ ସ୍ୱପ୍ନ ହୋଇଛି ପାଣି ବୋଲି ମହିଳାମାନେ ଅଭିଯୋଗ କରିଛନ୍ତି ।

sandip
Leave A Reply

Your email address will not be published.