ସଇଁନ୍ତଲା ରେଲୱେ ଷ୍ଟେସନ ନିକଟରୁ ୬ ଫୁଟର ଅଜଗର ସାପ ଉଦ୍ଧାର କଲେ ବିକି

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ରେଲୱେ ଷ୍ଟେସନ ନିକଟରେ ଏକ ସାପ ରହିଥିବା ସ୍ଥାନୀୟ ରେଲୱେ କର୍ମଚାରୀ ଦେଖିବାକୁ ଦେଖିବାକୁ ପାଇଥିଲେ ପରେ ସାପ ଧରାଳି ବିକି ଜି ନାଗଙ୍କୁ ଖବର ଦେଇଥିଲେ ।ଖବର ଦେବା ପରେ ଉକ୍ତ ସ୍ଥାନରେ ପହଁଚି ୬ ଫୁଟର ଅଜଗର ସାପ ଉଦ୍ଧାର କରିଥିଲେ । ସାପକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଲାଗି ରହିଥିଲା । ପରେ ଉକ୍ତ ସାପ ସ୍ଥାନୀୟ ଜଙ୍ଗଲରେ ଛାଡି ଦେଇଥିବା ସୂଚନା ଦେଇଛନ୍ତି ଶ୍ରୀ ନାଗ ।

Leave A Reply

Your email address will not be published.