csstore

ସିଲୁଆଁରେ ଡ୍ୟାନ୍ସ ଧମାକା

ଟିଟିଲାଗଡ଼, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ବ୍ଲକ ଅନ୍ତର୍ଗତ ସିଲୁଆଁ ପଞ୍ଚାୟତରେ ସ୍ଥାନୀୟ ଯୁବକ ସଂଘ ପକ୍ଷରୁ ଡ୍ୟାନ୍ସ ଧମାକା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ଟିଟିଲାଗଡ ବିକାଶସେନା ସଭାପତି ଅମ୍ଳାନ ଷଡ଼ଙ୍ଗୀ, ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ବରିଷ୍ଠ ସମାଜସେବୀ ଜଗତରାମ ରଣା, ରମେଶ ରଣା, ଶିକ୍ଷକ ବ୍ରଜବନ୍ଧୁ ରଣା, ବିକାଶ ସେନା ସିଲୁଆଁ ସଭାପତି ହେମନ୍ତ କଟା, ତଥାଗତ କଟା, ରଜନୀକାନ୍ତ ରଣା, ନବୀନ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନାରେ ସୁରେନ୍ଦ୍ର ରଣା, ଡେନି ରଣା, ମୁକେଶ କଟା, ପବିତ୍ର ଚନ୍ଦନ, ଭମ୍ରର ଚନ୍ଦନ, ଭେଙ୍କଟ ରଣା, ମନୋଜ ରଣା, ହେମରାଜ ଚନ୍ଦନ, କଲାକାହ୍ନୁ ରଣା, ବବଲୁ ଭୋଇ, ନିରାକାର ରଣା, ଚିନ୍ତା ରଣା, ବାବୁଲି ରଣା ପ୍ରମୁଖ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.