pr

ଅନ୍ନଦାତା ଅନାଇ ବସିଛି ଚାଷ କ୍ଷତିର ବୀମା ପାଇଁ : ଜିଲ୍ଲା ପ୍ରଶାସନ ଆଶ୍ୱାସନ ଦେବାରେ ବ୍ୟସ୍ତ : ରାଜରାସ୍ତା ଅବରୋଧର ଧମକ ଦେଲେ ଶେଷରେ ଚାଷୀ ସଂଗଠନ

dr. purohit

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ଚାଷୀକୁଳ ହେଲେ ଦେଶର ଅନ୍ନଦାତା । ତାଙ୍କୁ କେନ୍ଦ୍ର ସରକାର ଦେଖୁଛି ନା ରାଜ୍ୟସରକାର ଦେଖୁଛି । ସଦାବେଳେ ଚାଷୀକୁଳ ସାଙ୍ଗରେ ଲୁଚକାଳୀ ଖେଳି ଚାଲିଛି କେନ୍ଦ୍ର ଓ ରାଜ୍ୟ ସରକାର । ଧାନଚାଷ ସମୟରେ ମିଳୁନି ୟୁରିଆ ସାର । ଚାଷ ଅମଳ ହେଲେ ଉଚିତ ମୂଲ୍ୟ ନିର୍ଦ୍ଧାରିତ କରି ପାରୁନାହାନ୍ତି ରାଜ୍ୟ ତଥା କେନ୍ଦ୍ର ସରକାର । ଯାହା ପାଇଁ ଆଜି ମଣିଷ ସମାଜ ମୁଠାଏ ଦାନା ପେଟ ପାଇଁ ଯୋଗାଡ଼ କରୁଛି, ତାହାର ଅବସ୍ଥାକୁ ବୁଝୁଛି କିଏ ? ଚାଷୀ ନେତାମାନେ ଏଭଳି ନିଜ କ୍ଷୋଭ ପ୍ରକାଶ କରିଛନ୍ତି । ଆହୁରି କହିଛନ୍ତି ଯେ, ଏଭଳି ଏକ ପରିସ୍ଥିତି ଉପୁଜିଛି ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଅଂଚଳରେ, ଗତବର୍ଷ ୨୦୧୯ ରେ ପାଇକମାଲ ବ୍ଲକର ତିନୋଟି ଗ୍ରାମପଂଚାୟତ ଯଥା- ଲଖମରା, ବାଦିକଟା ଓ ଭେଙ୍ଗରାଜପୁର ଗ୍ରାମପଂଚାୟତ ଖରିଫଚାଷ କ୍ରପ୍ କଟିଙ୍ଗ ଆଧାରରେ ଲଖମରା ଗ୍ରାମପଂଚାୟତ ଶତକଡା ୫୩.୬୦, ବାଦିକଟା ଗ୍ରାମପଂଚାୟତ ୭୧.୬୦ ଓ ଭେଙ୍ଗରାଜପୁର ଗ୍ରାମପଂଚାୟତ ୨୬.୨୫ ଭାବରେ ସରକାର ତଥା ଇନ୍‌ସ୍ୟୁରାନ୍ସ କମ୍ପାନୀ ମିଳିତ ରାଜିନାମା ଅନୁସାରେ ଫସଲବୀମା ଦେବା ପାଇଁ ଘୋଷଣା କଲେ । ହେଲେ ଲୁଚକାଳୀ ଖେଳରେ ଓସ୍ତାଦ ସାଜିଥିବା ପ୍ରଶାସନ ସଦାସର୍ବଦା ଭୂଆଁ ବୁଲାଇ ଚାଲିଛି । ସଦାବେଳେ ମିଛ ପ୍ରତିଶୃତି ଦେଇ ଚାଷୀକୁଳ ସାଥିରେ ଲୁଚକାଳୀ ଖେଳି ଚାଲିଛି । ଫସଲବୀମା ଆଶାରେ ଚାଷୀକୁଳ ବାରମ୍ବାର ଜିଲ୍ଲାପାଳ,ଉ ପଜିଲ୍ଲାପାଳ ତଥା ଇନ୍‌ସ୍ୟୁରାନ୍ସ କମ୍ପାନୀଙ୍କ ପାଖକୁ ଧାଇଁ ଧାଇଁ ନୟାନ୍ତ ହୋଇ ସାରିଲେଣି । ତେଣୁ ଆଜି ଚାଷୀ ସଂଗଠନର ନିଷ୍ପତ୍ତି କ୍ରମେ ଆଜିଠାରୁ ୭ ଦିନ ମଧ୍ୟରେ ଯଦି ଘୋଷିତ ଇନ୍‌ସ୍ୟୁରାନ୍ସ ଟଙ୍କା ଚାଷୀକୁ ପ୍ରଦାନ କରାନଯାଏ ତେବେ ବାଧ୍ୟ ହୋଇ ଛତିଶଗଡ ରାଜ୍ୟର ସରାଇପାଲି ଓ ବସନା ରାସ୍ତାର ସଂଯୋଗ ସ୍ଥାନ ଲଖମରା କଲେଜ ଛକର ରାଜରାସ୍ତା ଅବରୋଧ କରିବାକୁ ଲିଖିତ ଭାବେ ପଦ୍ମପୁର ଉପଜିଲ୍ଲାପାଳଙ୍କୁ ଚାଷୀ ନେତା ସର୍ବଶ୍ରୀ ମୁକ୍ତେଶ୍ୱର ପଟେଲ, ଦହିତ କୁମାର ସାହୁ, ମଳୟ କୁମାର ଭୋଇ, କୈଳାସ ଚନ୍ଦ୍ର ବାରିକ, ପୁଷ୍କର ବରିହା, ସୁବାଷ ମେହେର, ପ୍ରଫୁଲ୍ଲ ଧରୁଆ, ଗଜରାଜ ଦଣ୍ଡସେନା ପ୍ରମୁଖ ଚେତାବନୀ ଦେଇଛନ୍ତି ।

nrusinghnath
Leave A Reply

Your email address will not be published.