oom

ଅବସର ନେଲେ ରାଜ୍ୟ ପୁରସ୍କାରପ୍ରାପ୍ତ ଫରେଷ୍ଟ ରେଞ୍ଜର ବାସୁଦେବ ନାଥ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ପାଟଣାଗଡ ବ୍ଲକ ଫରେଷ୍ଟ ରେଞ୍ଜର ବାସୁଦେବ ନାଥ ନିଜର ଦୀର୍ଘ ଦିନର କର୍ମମୟ ଜୀବନରୁ ଅବସର ନେଇଛନ୍ତି । ବଲାଙ୍ଗିର କଦଳୀମୁଣ୍ଡା କେନ୍ଦ୍ରୀୟ ନର୍ସରୀ ଠାରେ ଓଡିଶା ବନସେବା-୧ ସମୀର କୁମାର ଶତପଥୀଙ୍କ ସଭାପତିତ୍ୱରେ ଓ ଶାନ୍ତନୁ କୁମାର ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ଏସିଏଫ ବାବାଜୀ ଚରଣ ରାଉଳ, ଅଜିତ ବିଶି, ରେଞ୍ଜର ବିଜୟ ଖୁଂଟିଆ, ୧୦ ଜଣ ରେଞ୍ଜ ଅଫିସର ତଥା ବନଖଣ୍ଡ ଅଫିସରଙ୍କ ସହ ଅନ୍ୟାନ୍ୟ କର୍ମଚାରୀ ବୃନ୍ଦ ଶ୍ରୀ ନାଥଙ୍କୁ ଉପଢୌକନ, ପୁଷ୍ପଗୁଚ୍ଛ ଓ ମାନପତ୍ର ପ୍ରଦାନ କରି ଶ୍ରୀ ନାଥଙ୍କର ଅବସର ପରବର୍ତ୍ତୀ ଜୀବନ ମଙ୍ଗଳମୟ ହେବାର କାମନା କରିଥିଲେ । ବିଭାଗୀୟ ଜଙ୍ଗଲ ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟରେ ଶ୍ରୀ ନାଥ ଅଗ୍ରଣୀ ଭୂମିକା ଗ୍ରହଣ କରିବା ସହ କ୍ଷୟପ୍ରାୟ ଜଙ୍ଗଲର ପୁନଃଉଦ୍ଧାର କାର୍ଯ୍ୟ, ନର୍ସରୀ ସୃଷ୍ଟି ଓ ଚାରା ଉତ୍ପାଦନ, ବନ୍ୟଜନ୍ତୁ ସଂରକ୍ଷଣ, ବିଭିନ୍ନ ଜୀବଜନ୍ତୁଙ୍କ ସୁରକ୍ଷା କରିବା ଏବଂ ତାଙ୍କର ଲାଳନ ପାଳନ, ନିଅାଁ ଦାଉରୁ ଜଙ୍ଗଲକୁ ରକ୍ଷା କରିବା, ଜଙ୍ଗଲର ଅଭିବୃଦ୍ଧି ଘଟାଇବା ସହ ଜଙ୍ଗଲ ସୁରକ୍ଷା ସମୟରେ ଅନେକ ଥର କାଠ ମାଫିଆଙ୍କ ଦ୍ୱାରା ଶ୍ରୀନାଥ ଆକ୍ରମଣର ଶୀକାର ହୋଇଛନ୍ତି । ଶ୍ରୀନାଥ ତାଙ୍କର ଚାକିରୀ କାଳରେ ଶତାଧିକ କାଠଚୋରଙ୍କ ଗାଡି ଜବତ କରିବା ସହ ସେମାନଙ୍କୁ କୋର୍ଟ ଚାଲାଣ କରିଛନ୍ତି । ୧୯୮୬ ମସିହାରୁ ବନପାଳ ଭାବେ କାର୍ଯ୍ୟରେ ଯୋଗଦାନ କଲାପରେ ପରବର୍ତ୍ତୀ ସମୟରେ ପଦୋନ୍ନତି ପାଇ ରାୟଗଡା ବନଖଣ୍ଡ ଅଞ୍ଚଳର କଲ୍ୟାଣସିଂପୁର, କଣ୍ଟାବାଞ୍ଜି ଫରେଷ୍ଟ ରେଞ୍ଜ, ଗୁଡଭେଲା, ହରିଶଙ୍କର, ଟିଟିଲଗଡ ବ୍ଲକର ଗୁଲମୀ, ପାଟଣାଗଡ ଫରେଷ୍ଟ ରେଞ୍ଜ ଗୁଡିକରେ ଦୀର୍ଘ ୩୫ ବର୍ଷରୁ ଊଦ୍ଧ୍ୱର୍ ସମୟ ଶ୍ରୀ ନାଥ କାର୍ଯ୍ୟ କରିଥିଲେ । ଜଙ୍ଗଲ ସୁରକ୍ଷା କ୍ଷେତ୍ରରେ ସୁନାମ ଅର୍ଜନ କରି ୨୦୦୧-୦୨ ମସିହାରେ ବେଷ୍ଟ ଫରେଷ୍ଟ ଏୱାର୍ଡ ଓ ୨୦୦୮ ମସିହାରେ ମାନ୍ୟବର ମୁଖ୍ୟମନ୍ତ୍ରୀ, ଓଡିଶା ନବୀନ ପଟ୍ଟନାୟକଙ୍କ ଠାରୁ ବେଷ୍ଟ ଫରେଷ୍ଟର ଭାବେ ସ୍ୱର୍ଣ୍ଣପଦକ ସହ ପ୍ରମାଣପତ୍ର ପାଇଛନ୍ତି ।

jittmm
Leave A Reply

Your email address will not be published.