
କେସିଙ୍ଗା, (ପ୍ରୀତେଶ ପଟେଲ) : କଳାହାଣ୍ଡି ଜିଲ୍ଲା ଅଗ୍ରଣୀ ସାମ୍ବାଦିକ ସଂଘ କେସିଙ୍ଗା ସାମ୍ବାଦିକ ମହାସଂଘର ମାସିକ ବୈଠକ ସଭାପତି ଦୟାନିଧି ସୁନାନାନୀଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଏନଏସି ଗେଷ୍ଟ ହାଉସରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସଭାପତି ଦୟାନିଧି ସୁନାନୀ କେସିଙ୍ଗା ସାମ୍ବାଦିକ ମହାସଂଘ ଗଠନର ମୂଳ ଉଦ୍ଦେଶ ଓ ସଦସ୍ୟଙ୍କ ସଂଘ ପ୍ରତି ଆନୁଗତ୍ୟ ଓ ଆନ୍ତରିକତା ଉପରେ ବୁଝାଇଥିଲେ । ପରେ ସାମ୍ବାଦିକମାନଙ୍କ ସୁରକ୍ଷା, କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ସମସ୍ୟା ସହିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏସିର ସୁବିଧା ସତ୍ୱେ ରୋଗୀମାନଙ୍କୁ ଉପଲବ୍ଧ ନକରେଇବା ଘଟଣା । କେସିଙ୍ଗା ୩ ନମ୍ବର ବିଦେଶୀ ମଦ ଦୋକାନ ବାହାରେ ମଦୁଆଙ୍କ ଭିଡ଼ ଯୋଗୁଁ ତହସିଲ କାର୍ଯ୍ୟାଳୟ, କେସିଙ୍ଗା ଜେଏମଏଫସି କୋର୍ଟକୁ ଆସୁଥିବା ଲୋକଙ୍କୁ ଓ କେସିଙ୍ଗା କଲେଜ ଓ ମଶାଣିମୁଣ୍ଡା ଆଦର୍ଶ ବିଦ୍ୟାଳୟକୁ ଆସୁଥିବା ଛାତ୍ରଛାତ୍ରୀମାନଙ୍କୁ ମଦୁଆଙ୍କ ର୍ଦୁବ୍ୟବହାର ଘଟଣା ସହିତ କେସିଙ୍ଗା ଅଞ୍ଚଳରେ ବେଆଇନ ଭାବେ ବୃଦ୍ଧି ମଦ କାରବାର, ଟ୍ରାଫିକ ସମସ୍ୟା ଉପରେ ଆଲୋଚନା ହୋଇଥିଲା । ଏହି ସମସ୍ୟା ଗୁଡିକୁ ତୁରନ୍ତ ସମାଧାନ କରିବାପାଇଁ ବିଭାଗୀୟ ଅଧିକାରୀମାନଙ୍କ ଠାରେ ଦାବି କରାଯାଇଛି ଏବଂ ସାମ୍ବାଦିକ ମହାସଂଘ ତରଫରୁ କେସିଙ୍ଗା ସହରକୁ ଆସୁଥିବା ପଥଚାରୀମାନଙ୍କ ଶୋଷ ମେଣ୍ଟାଇବା ପାଇଁ କେସିଙ୍ଗା ବ୍ଲକ ପାଖାପାଖି ମୃଦୁ ପାନୀୟ ବ୍ୟବସ୍ଥା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି ମାସିକ ବୈଠକରେ କେସିଙ୍ଗା ସାମ୍ବାଦିକ ମହାସଂଘର ସାଧାରଣ ସମ୍ପାଦକ ପ୍ରିତେଶ ପଟେଲ, ଉପସଭାପତି ଶିବ ପ୍ରସାଦ ସାହୁ, ମହମ୍ମଦ ଆଗଜାନ, ମନୋଜ ସିଂ, ମଧୁ ସିନ୍ଦୁର, କୋଷାଧ୍ୟକ୍ଷ ମଧୁସୂଦନ ଠାକୁର, ସାଙ୍ଗଠନିକ ସମ୍ପାଦକ ବିବେକାନନ୍ଦ ଦାସ, ମିଡ଼ିଆ ସଂଯୋଜକ ସଂଗ୍ରାମ କେଶରୀ ଦେଓ, ସହ ସମ୍ପାଦକ ତେଜରାଜ ସାହୁ, ବିନୋଦ ଜୈନ, ପ୍ରସନ୍ନ ନାଏକ, ଅର୍ଜୁନ ପୋଢ଼, ମାଧବ ସାହୁ ପ୍ରମୁଖଙ୍କ ସହ ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ । ଶେଷରେ ସାଙ୍ଗଠନିକ ସମ୍ପାଦକ ବିବେକାନନ୍ଦ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।