csstore

ଟୁହିଲାମାଲରେ ସାମାଜିକ ଓ ସାଂସ୍କୃତିକ ସଚେତନତା କାର୍ଯ୍ୟକ୍ରମ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ନିକଟସ୍ଥ ଟୁହିଲାମାଲ ଠାରେ ସାମାଜିକ ଓ ସାଂସ୍କୃତିକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସଭାପତି ଭୀଷ୍ମଦେବ କୁମ୍ଭାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଏଲ୍‌ଡିଏ ପ୍ରତିଷ୍ଠାତା ତଥା ଆଇନଜୀବୀ ଲବ ସୁନା ଯୋଗ ଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବେ ଗଣେଶ ଦୀପ, ମୁକେଶ ସୁନା, ବିକାଶ କୁମ୍ଭାର, ପଙ୍କଜ ବାଗ, ଧନୀରାମ କୁମ୍ଭାର, ହେମନ୍ତ ମହାନନ୍ଦ, ଗହଳ ମହାନନ୍ଦ ପ୍ରମୁଖ ଯୋଗ ଦେଇଥିଲେ । ଏହା ସହିତ ଅମୂଲ୍ୟ ସୁନା ଉକ୍ତ ସଭାରେ ମଞ୍ଚ ପରିଚାଳନା କରିଥିଲେ । ସଭାରେ ସଚେତନତା କାର୍ଯ୍ୟକ୍ରମରେ ସମାଜରେ ଅବହେଳିତ, ଅନୁନ୍ନତ ଶ୍ରେଣୀର ଲୋକମାନେ ଏକତା ରହି ସଂଘର୍ଷ କରି ସମାଜରେ ସଫଳତା ହାସଲ କରିବା ସହିତ ଶିକ୍ଷିତ ହୋଇ ଉନ୍ନତି ତଥା ସଂସ୍କାରୀ ହେବା ପାଇଁ ଅତିଥିମାନେ ନିଜ ନିଜ ମତବ୍ୟକ୍ତ କରିଥିଲେ । ଏହି ସଭାରେ ଆକାଶ ମହାନନ୍ଦ ସହିତ ପଦ୍ମାସିନୀ ବିବାହ କର।ଯାଇଥିଲା । ଯାହାକି ବୁଦ୍ଧଦେବ ଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ସାକ୍ଷୀ ପୂର୍ବକ ଶତାଧିକ ଆମ୍ବେଦକର ପ୍ରେମୀଙ୍କ ଉପସ୍ଥିତିରେ ବିବାହ କରାଯାଇଥିଲା । ସାଂସ୍‌ସ୍କସ୍କୃତିକ ସଚେତନତା କାର୍ଯ୍ୟକ୍ରମରେ ଆମ୍ବେଦକର ପ୍ରେମୀମାନେ ମୁଖ୍ୟଅତିଥି ଲବ ସୁନା ଓ ଅନ୍ୟ ଅତିଥିଙ୍କୁ ଗ୍ରାମର ମୁଣ୍ଡଭାଗରୁ ଏକ ଶୋଭାଯାତ୍ରାରେ ବାହାରି ସଭାସ୍ଥଳକୁ ଡିଜେ ବଜାଇ ପାଛୋଟି ଆଣିଥିଲେ ଓ ଏହି ସମୟରେ ନାଚଗୀତରେ ଖୁସିର ପରିବେଶ ଦେଖାଯାଇଥିଲା । ଏହି ସଭାରେ ସୁମନ୍ତ ମୁନା, ବାବୁଲୁ ଲୁହା, ପ୍ରଭୁଲାଲ କୁମ୍ଭାର, ତରଣୀ ନାଗ, ସଲମା କୁମ୍ଭାର, ପୁରୋହିତ କଲେତ, ମହେନ୍ଦ୍ର ନାଗ ପ୍ରମୁଖ ଶତାଧିକ ଆମ୍ବେଦକର ପ୍ରେମୀ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.