csstore

ଭାରତ ମୁକ୍ତି ମୋର୍ଚ୍ଚାର ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଶଙ୍କର ପାତ୍ରଙ୍କ ଅଧ୍ୟକ୍ଷତାରେ ଭାରତ ମୁକ୍ତି ମୋର୍ଚ୍ଚା ବଲାଙ୍ଗିର ଜିଲ୍ଲା ଶାଖାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆସନ୍ତା ୩୦ ମାର୍ଚ୍ଚ ୨୦୨୬ ତାରିଖରେ ବଲାଙ୍ଗିରରେ ଆୟୋଜିତ ହେବାକୁ ଥିବା ସଦଭାବନା ଶୋଭାଯାତ୍ରାକୁ ସଫଳ କରିବା ପାଇଁ ବିସ୍ତୃତ ଯୋଜନା ପ୍ରସ୍ତୁତ କରାଯାଇଛି । ବୈଠକରେ ଭାରତ ମୁକ୍ତି ମୋର୍ଚ୍ଚା ସହ ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ବଲାଙ୍ଗିର ଜିଲ୍ଲା ଶାଖା, ଆଦିବାସୀ ସଂଘ ବଲାଙ୍ଗିର, ଏଲ୍‌ଡିଏ ସଂଗଠନ, ଭୀମ ଆର୍ମି ଜୟ ଭୀମ ସଂଗଠନ ବଲାଙ୍ଗିର ଜିଲ୍ଲା ଶାଖା, ଭୀମ ଆର୍ମି ସଂଗଠନ ବଲାଙ୍ଗିର ଶାଖା ଏବଂ ସାବିତ୍ରୀ ବାଈ ଫୁଲେ ସଂଗଠନ ବଲାଙ୍ଗିର ସମେତ ବିଭିନ୍ନ ସହଯୋଗୀ ସଂଗଠନର କାର୍ଯ୍ୟକର୍ତ୍ତାମାନେ ଯୋଗ ଦେଇଥିଲେ । ବୈଠକର ନିଷ୍ପତ୍ତି ଅନୁଯାୟୀ, ୩୦ ମାର୍ଚ୍ଚ ସକାଳ ୮ ଘଟିକାରେ ସମସ୍ତ କାର୍ଯ୍ୟକର୍ତ୍ତା ଓ ସଦସ୍ୟ ଉପସ୍ଥିତ ରହି ୧୦ ଘଟିକାରେ ଶୋଭାଯାତ୍ରାରେ ସହର ପରିକ୍ରମା କରିବେ । ଏହି ଶୋଭାଯାତ୍ରା ମାଧ୍ୟମରେ ସମସ୍ତ ସଂଗଠନ ଏକତ୍ରିତ ହୋଇ ସାମାଜିକ ନ୍ୟାୟ, ସମାନତା, ମୂଳନିବାସୀ ଅଧିକାର ଏବଂ ବଞ୍ଚିତ ବର୍ଗର ଉନ୍ନୟନ ପାଇଁ ଏକ ମଜବୁତ ସ୍ୱର ଉଠାଇବେ ବୋଲି କୁହଯାଇଛି ।

jayashree
Leave A Reply

Your email address will not be published.