ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ଠାରେ ୫୪ ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦ୍ଯାପିତ ହୋଇଯାଇଛି । ସଂସଦର କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ର ଓ ସାଧାରଣ ସଂପାଦକ ହରି ନାରାୟଣ ପୁଜାରୀଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଉଦ୍ଯାପନ ଉତ୍ସବରେ ଉପ-ସଭାପତି କୃଷ୍ଣଚନ୍ଦ୍ର ମିଶ୍ର ଅଧ୍ୟକ୍ଷତା କରିଥିଲେ । ପୂର୍ବତନ ଲୋଇସିଂହା ବିଧାୟକ ତଥା ସଂସଦର ବରିଷ୍ଠ ସଦସ୍ୟ ରମାକାନ୍ତ ସେଠ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଉପ-ସଭାପତି ଡ. ପ୍ରହ୍ଲାଦ ଶତପଥି, କୋଷାଧ୍ୟକ୍ଷ ହେମନ୍ତ କୁମାର ବେହେରା, କ୍ରୀଡା ସଂପାଦକ ବିଭୁତି ଭୂଷଣ ପଣ୍ଡା, କ୍ରିକେଟ ସଂପାଦକ ଓମ୍ ପ୍ରକାଶ ଚନ୍ଦ, ଫୁଟବଲ ସଂପାଦକ ଶରତ କୁମାର ନନ୍ଦ, ଭଲିବଲ ସଂପାଦକ ସଂଗ୍ରାମ ବହିଦାର, ବରିଷ୍ଠ ସଦସ୍ୟ ଗୌର ଚନ୍ଦ୍ର ପ୍ରଧାନ, ରବିନ୍ଦ୍ର କୁମାର ମିଶ୍ର, ଡା. ସିଦ୍ଧେଶ୍ଵର ମିଶ୍ର, ରାଜେନ୍ଦ୍ର ପୁରୋହିତ, ସୁଧାଂଶୁ ସେଠ, ଭୁପେନ୍ଦ୍ର ପ୍ରସାଦ ସିଂହ ପ୍ରମୁଖ ମଂଚାସିନ ଥିଲେ । ଯୁଗ୍ମ ସଂପାଦକ ଶତୃଘ୍ନ ସିଂ ଧନ୍ୟବାଦ ପ୍ରଦାନ କରିଥିଲେ । ଶୁଭ୍ରାଂଶୁ ଶେଖର ଅମାତ, ସଦାନନ୍ଦ ନାଏକ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ସୁନିଲ ଚନ୍ଦ୍ର ବିଶ୍ୱାଲ, ହରେକୃଷ୍ଣ ନାୟକ, ବିଜୟ କୁମାର ତ୍ରିପାଠୀ, ମାଧୁରି ପଣ୍ଡା, ହୃଷିକେଶ ସାଏ ସଂଯୋଜନା କରିଥିବା ବେଳେ ଦକ୍ଷତା ପୂର୍ଣ୍ଣ ୮୧ ଜଣ ଖେଳ ପରିଚାଳକ ନିୟୋଜିତ ଥିଲେ । ଆଜି ପ୍ରମୁଖ କ୍ରୀଡା ମଧ୍ୟରେ ପୁରୁଷ ୧୦ହଜାର ମିଟର ରନରେ ରାଧେଶ୍ୟାମ ହରିପାଲ, ୨୦୦ମିଟର ରନରେ ହେମନ୍ତ ସେଠ, ଡିସକସ ଥ୍ରୋରେ ନୀଳମାଧବ ବେହେରା, ଜେଭେଲିନ ଥ୍ରୋରେ ନିହାର ରଂଜନ ବୁଡେକ, ୨୩ ବାଳକ ବିଭାଗ ୧୦ହଜାର ମିଟର ରନ୍ ରେ ସିଦ୍ଧେଶ୍ଵର ମାଝି, ୨୦୦ ମିଟର ରନ୍ ରେ ସ୍ୱାଗତ ସା, ୮୦୦ ମିଟର ରନ୍ ରେ ବିଶ୍ୱଜିତ ବନଛୋର, ୨୦ ବାଳକ ୧୦ହଜାର ମିଟର ରନ୍ ରେ ମନୋଜ ପଟେଲ, ୨୦୦ ମିଟର ରନ୍ ରେ ବେଲାର ସେନ ଥନାପତି, ୮୦୦ ମିଟର ରନ୍ ରେ ଶ୍ରବଣ ବଗର୍ତ୍ତି, ୧୮ ବାଳକ ଲଙ୍ଗଜମ୍ପରେ ଅନିକେଟ ସାହୁ, ଜେଭଲିନ ଥ୍ରୋରେ ଦିନେଶ ପ୍ରଧାନ, ୧୬ ବାଳକ ଜେଭେଲିନ ଥ୍ରୋ ରେ ଡମ୍ବରୁଧର କୁଅଁର, ମହିଳା ଲଙ୍ଗଜମ୍ପରେ କୌଶଲ୍ୟା ମାଝି, ୧୮ ବାଳିକା ହାଇଜମ୍ପରେ ସେଓନଜିତ ବାରିକ ପ୍ରଥମ ସ୍ଥାନ ଅଧିକାର କରିଥିଲେ ।
Next Post