csstore

ଖଇରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୬ତମ ମାସିକ ବୈଠକ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଖଇରା ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୬ତମ ମାସିକ କ୍ଲଷ୍ଟର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବଙ୍ଗୋମୁଣ୍ଡା ସିଆର୍‌ସିସି ଜିତାମିତ୍ର ବିଶିଙ୍କ ତତ୍ୱାବଧାନରେ ମୁଖ୍ୟ ଅତିଥି ଭାବରେ ବଙ୍ଗୋମୁଣ୍ଡା ଅତିରିକ୍ତ ଶିକ୍ଷା ଅଧିକାରୀ ଅରୁଣ କୁମାର ଯୋଶୀ, ସମ୍ମାନିତ ଅତିଥି ଭାବରେ ଏବିଇଓ ସୋମନାଥ ମଙ୍ଗରାଜ, କ୍ଲଷ୍ଟରର ସମସ୍ତ ପ୍ରଧାନ ଶିକ୍ଷକ ସହିତ ଏଫ୍‌ଏଲ୍‌ଏନ୍‌ ଶିକ୍ଷକ ଯୋଗଦାନ କରିଥିଲେ ଓ ଶିକ୍ଷାର ଗୁଣାତ୍ମକ ବୃଦ୍ଧି ପାଇଁ ବହୁଶ୍ରେଣୀ ଶିକ୍ଷା ଦାନ ପନ୍ଥା, ଟିଏଲଏମର ବ୍ୟବହାର, ସୌଖିକ ପରିବେଶର ଆବଶ୍ୟକତା ଓ ଅନ୍ୟାନ୍ୟ ଗୁରୁତ୍ୱ ବିଷୟରେ ଚର୍ଚ୍ଚା କରିଥିଲେ । ଶିକ୍ଷୟତ୍ରୀ ବିନୋଦିନୀ ନାୟକ ସଭା ପରିଚାଳନା କରିଥିଲେ ଓ ଶିକ୍ଷକ ହରେରାମ ସତନାମୀ ଧନ୍ୟବାଦ ଦେଇଥିଲେ । ଛାତ୍ରଛାତ୍ରୀମାନେ ତାଙ୍କର ନୃତ୍ୟ ପରିବେଷଣ କରିଥିଲେ । ଏଥିରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.