କ୍ୟାରିୟର କାଉନସେଲିଂ ଶିବିର କାର୍ଯ୍ୟକ୍ରମ

ଆଗଲପୁର, (ବିମଳେନ୍ଦୁ ସାହୁ) : ପଲ୍ଲୀ ଆଲୋକ ପାଠାଗାର ନଅଗାଁ(ଖ) ଓ ଅଜିମ ପ୍ରେମଜୀ ଫାଉଣ୍ଡେସନ ପକ୍ଷରୁ ଆଗଲପୁର ବ୍ଲକ ନୁନିଆପାଲି ପଂଚାୟତର ପାଣ୍ଡେସରା କମ୍ୟୁନିଟି ଗୃହ ଠାରେ କିଶୋରୀ ମାନଙ୍କୁ ନେଇ କ୍ୟାରିଅର କାଉନସେଲିଂ ଉପରେ ଏକ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଆଗଲପୁର ବ୍ଲକ ନୁନିଆପାଲି, ବଡ଼ଟିକା ଓ ଝରଣିପାଲି ପଞ୍ଚାୟତର ଗାଁ ଗୁଡିକରୁ ୬୫ ଜଣ କିଶୋରୀ ସକ୍ରିୟ ଅଂଶଗ୍ରହଣ କରିଥିଲେ । କିଶୋରୀମାନେ କିପରି ଶିକ୍ଷା, ସ୍ୱାସ୍ଥ୍ୟ ତଥା ବ୍ୟବସାୟିକ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହୋଇପାରିବେ ସେ ଉପରେ ମାର୍ଗ ଦର୍ଶନ କରଯିବା ସହିତ ଆଗାମୀ ଦିନରେ ପଲ୍ଲୀ ଆଲୋକ ପାଠାଗାର ତରଫରୁ ଏ ସଂକ୍ରାନ୍ତରେ ବିଭିନ୍ନ ତାଲିମର ବ୍ୟବସ୍ଥା କରାଯିବା ପାଇଁ ଶିବିରରେ ମତ ପ୍ରକାଶ ପାଇଥିଲା । ଏଥିରେ ସାଧନ କର୍ମୀ ସନ୍ଦୀପ କୁଅଁର, ଅଶୋକ କୁମାର ପଧାନ, ହୀରାଲାଲ ମିଶ୍ର ପ୍ରମୁଖ ବ୍ୟବସ୍ଥା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ପ୍ରହଲ୍ଲାଦ ପଧାନ ଓ ସୁଶାନ୍ତ ସା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଗୋବିନ୍ଦ ଚନ୍ଦ୍ର ବିଶି, ପିଣ୍ଟୁ ପଧାନ, ପ୍ରଶାନ୍ତ କୁଅଁର, ବର୍ଷା ଯୁଆଡ଼ି ପ୍ରମୁଖ ସହଯୋଗ କରିଥିଲେ । ପରିଶେଷରେ ନମିତା ପଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.