csstore

ଭୋଟ କେନ୍ଦ୍ର ଗୁଡ଼ିକର ପୁନଃ ବ୍ୟବସ୍ଥା କରିବା ନେଇ ସର୍ବ ଦଳୀୟ ବୈଠକ ଅନୁଷ୍ଠିତ

ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ଭୋଟ କେନ୍ଦ୍ର ଗୁଡ଼ିକର ପୁନଃ ବ୍ୟବସ୍ଥା କରାଯିବା ନେଇ ଆଜି ସ୍ଥାନୀୟ ସଦଭାବନା ଭବନଠାରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ସର୍ବ ଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଭୋଟ କେନ୍ଦ୍ର ଗୁଡ଼ିକର ପୁନଃ ବ୍ୟବସ୍ଥା କରିବାର ଉଦ୍ଦେଶ୍ୟ ହେଉଛି କୌଣସି ଭୋଟ କେନ୍ଦ୍ର ଗୁଡିକ ୧୨୦୦ ଭୋଟରରୁ ଅଧିକ ହୋଇନଥିବ, ସଂକ୍ଷିପ୍ତ, ସୁଗମ ଏବଂ ମାନକୀକରଣ ମତଦାନ କ୍ଷେତ୍ର ସୃଷ୍ଟି କରିବା, ଏଲେକ୍ଟ୍ରୋରାଲ ରୋଲ ଏବଂ ଭୋଟର ପରିଚୟ ପତ୍ରରେ ସମାନତାକୁ ସୁନିଶ୍ଚିତ କରିବା ଆଦି । ଏହି ପରିପ୍ରେକ୍ଷୀରେ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀ ଗୁଡିକରେ ନୂତନ ଭୋଟ କେନ୍ଦ୍ର ଗୁଡିକ ସୃଷ୍ଟି କରାଯାଇଛି । ତଳସରା ନିର୍ବାଚନ ମଣ୍ଡଳୀରେ ପୂର୍ବରୁ ୨୭୭ ଗୋଟି ବୁଥ ଭୋଟ କେନ୍ଦ୍ର ରହିଥିଲା ସେଠାରେ ଏବେ ୨୬ ଗୋଟି ନୂତନ ଭୋଟ କେନ୍ଦ୍ର କରାଯାଇଛି । ସେହିଭଳି ସୁନ୍ଦରଗଡ଼ ନିର୍ବାଚନ ମଣ୍ଡଳୀରେ ପୂର୍ବରୁ ୨୯୬ ଗୋଟି ଭୋଟ କେନ୍ଦ୍ର ରହିଥିବା ବେଳେ ବର୍ତ୍ତମାନ ୧୮ ଗୋଟି କେନ୍ଦ୍ର କରାଯାଇଛି, ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀରେ ୩୦୧ ଗୋଟି ଭୋଟ କେନ୍ଦ୍ର ରହିଥିଲା ଏବଂ ସେଠାରେ ଏବେ ୧୬ ଗୋଟି ନୂତନ ଭୋଟ କେନ୍ଦ୍ର କରାଯାଇଛି, ରଘୁନାଥପାଲି ନିର୍ବାଚନ ମଣ୍ଡଳୀରେ ପୂର୍ବରୁ ୧୯୩ ଗୋଟି ଭୋଟ କେନ୍ଦ୍ର ଥିବାବେଳେ ବର୍ତ୍ତମାନ ୬ ଗୋଟି ନୂତନ କେନ୍ଦ୍ର, ରାଉରକେଲା ନିର୍ବାଚନ ମଣ୍ଡଳୀରେ ଆଗରୁ ୧୯୭ ଭୋଟ କେନ୍ଦ୍ର ଥିଲା ଏବଂ ଏବେ ୧୨ ଗୋଟି ନୂତନ କେନ୍ଦ୍ର କରାହେଲା, ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀରେ ପୂର୍ବରୁ ୨୭୪ ଗୋଟି ଭୋଟ କେନ୍ଦ୍ର ଥିଲା ଏବଂ ଏବେ ୩୬ ଗୋଟି ବୃଦ୍ଧି ହୋଇଛି ସେହିପରି ବଣାଇ ନିର୍ବାଚନ ମଣ୍ଡଳୀରେ ପୂର୍ବରୁ ୩୦୯ ଗୋଟି ଭୋଟ କେନ୍ଦ୍ର ଥିବା ବେଳେ ବର୍ତ୍ତମାନ ୧୬ ଗୋଟି ନୂତନ ଭୋଟ କେନ୍ଦ୍ର କରାଯାଇଛି । ଜିଲ୍ଲାରେ ସମୁଦାୟ ୧୮୪୭ ଗୋଟି ଭୋଟ କେନ୍ଦ୍ର ରହିଥିଲା ବର୍ତ୍ତମାନ ୧୩୦ ଗୋଟି ନୂତନ କେନ୍ଦ୍ର ବୃଦ୍ଧି ହେବାପରେ ତାହା ୧୯୭୭ ଗୋଟି ଭୋଟ କେନ୍ଦ୍ର ହୋଇଛି । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସୁରଜ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅଭିମନ୍ୟୁ ମାଝୀ, ଡେପୁଟି କଲେକ୍ଟର (ନିର୍ବାଚନ) ସୁଶ୍ରୀ ପ୍ରଧାନ, ବିଜେପି ପକ୍ଷରୁ ଭେଷଜ ରଥ, ଆମ ଆଦମୀ ପାର୍ଟିରୁ ରାଧା ମୋହନ ପଟେଲ, ବିଜେଡିରୁ ଜୟ ନାରାୟଣ ତ୍ରୀପାଠୀ, ଆଇ ଏନ ଏଏସି ରୁ ଅଜିତ ପ୍ରସାଦ ଓ ପର୍ଶୁରାମ ସରାଫ ଉପସ୍ଥିତ ରହିଥିଲେ ଏବଂ ନିଜ ନିଜର ମତାମତ ପ୍ରଦାନ କରିଥିଲେ ।

jayashree
Leave A Reply

Your email address will not be published.