ଜିଲ୍ଲା ମତ୍ସ୍ୟ ବିଭାଗ ତରଫରୁ ଜାତୀୟ ମତ୍ସ୍ୟ ଚାଷୀ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ମତ୍ସ୍ୟ ଅଧିକାରୀ ବଲାଙ୍ଗିର କାର୍ଯ୍ୟାଳୟ ଠାରେ ଜିଲ୍ଲା ମତ୍ସ୍ୟବିଭାଗ ତରଫରୁ ଜାତୀୟ ମତ୍ସ୍ୟ ଚାଷୀ ଦିବସ ୨୦୨୫ ଜିଲ୍ଲା ମତ୍ସ୍ୟ ଅଧିକାରୀ ଉମେଶ ଚନ୍ଦ୍ର ଧରୁଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉପମତ୍ସ୍ୟ ନିର୍ଦ୍ଦେଶକ କୁଟିଳ ଚନ୍ଦ୍ର ଦାଶ ମୁଖ୍ୟ ଅତିଥି ଏବଂ ଅତିରିକ୍ତ ମତ୍ସ୍ୟ ଅଧିକାରୀ ଜୟଶ୍ରୀ ଛତ୍ରିଆ ସମ୍ମାନିତ ଅତିଥି ଭାବରେ ଯୋଗଦାନ ଦେଇଥିଲେ । ସହକାରୀ ମତ୍ସ୍ୟ ସଂପ୍ରସାରଣ ଅଧିକାରୀ ତୃପ୍ତିମୟୀ ନେଗୀ ସଭା ପରିଚାଳନା କରିଥିଲେ । ଏଥିରେ ବିଭିନ୍ନ ବ୍ଲକରୁ ଆସିଥିବା ସଫଳ ମତ୍ସ୍ୟ ଚାଷୀ ନରେଶ ବାଗ ଏବଂ ଅନନ୍ୟ ଚାଷୀମାନଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ବିଭିନ୍ନ ବ୍ଲକରୁ ଶତାଧିକ ମତ୍ସ୍ୟ ଚାଷୀ ଯୋଗଦାନ କରି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.