
ନୂଆଦିଲ୍ଲୀ, (ପିଆଇବି) : ଗତ କିଛି ବର୍ଷ ହେଲା ଭାରତ ଏହାର ଶକ୍ତି କ୍ଷେତ୍ରକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି । ଦେଶ ନିଜର ବର୍ଦ୍ଧିତ ବିଦ୍ୟୁତ ଚାହିଦା ପୂରଣ ଏବଂ ସ୍ଥାୟୀତ୍ୱକୁ ପ୍ରୋତ୍ସାହିତ କରିବା ଭଳି ଦ୍ୱୈତ ଲକ୍ଷ୍ୟକୁ ସଫଳତାର ସହିତ ସନ୍ତୁଳିତ କରୁଛି । ଆନ୍ତର୍ଜାତୀୟ ଶକ୍ତି ଏଜେନ୍ସି (ଆଇଇଏ) ଅନୁଯାୟୀ, ଆଗାମୀ ତିନି ବର୍ଷ ମଧ୍ୟରେ ବିଶ୍ୱର ଉଦୀୟମାନ ଅର୍ଥନୀତିଗୁଡ଼ିକରୁ ୮୫% ବିଦ୍ୟୁତ ଚାହିଦା ସୃଷ୍ଟି ହେବ । ଦ୍ରୁତତମ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ମଧ୍ୟରୁ ଅନ୍ୟତମ ଭାରତର ଚାହିଦା ୨୦୩୫ ସୁଦ୍ଧା ଦ୍ୱିଗୁଣିତ ହେବ ବୋଲି ଆକଳନ କରାଯାଇଛି । ଗତ ଦଶନ୍ଧି ମଧ୍ୟରେ, ବର୍ଦ୍ଧିତ ଚାହିଦା, ଭିତ୍ତିଭୂମି ବିକାଶ ଏବଂ ପାରମ୍ପରିକ ଏବଂ ନବୀକରଣୀୟ ଶକ୍ତି ଉତ୍ସ ସୃଷ୍ଟି ଲାଗି ଭାରତର ଦୃଢ଼ ପଦକ୍ଷେପ ଶକ୍ତି କ୍ଷେତ୍ରକୁ ମଜଭୁତ କରିଛି । ବିଦ୍ୟୁତ ଉତ୍ପାଦନ ୨୦୧୫-୧୬ରେ ୧ ହଜାର ୧୬୮ ବିଲିୟନ ୟୁନିଟ୍ରୁ ବୃଦ୍ଧି ପାଇ ୨୦୨୪-୨୫ରେ ଆନୁମାନିକ ୧୮୨୪ ବିଲିୟନ ୟୁନିଟ ହୋଇଛି । ସେହିପରି, ମୋଟ ସ୍ଥାପିତ କ୍ଷମତା ୨୦୧୫-୧୬ ରେ ୩୦୫ ଗିଗାୱାଟ ରୁ ୨୦୨୪-୨୫ରେ ୪୭୫ ଗିଗାୱାଟ ହେବ ବୋଲି ଆକଳନ କରାଯାଇଛି । ଏହି ସମୟ ମଧ୍ୟରେ, ଶକ୍ତି ମନ୍ତ୍ରଣାଳୟ ଅନେକଗୁଡ଼ିଏ ସଂସ୍କାର କାର୍ଯ୍ୟକାରୀ କରିଛି । ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପଗୁଡ଼ିକ ମଧ୍ୟରେ ଏକୀକୃତ ଜାତୀୟ ବିଦ୍ୟୁତ ଗ୍ରୀଡ୍ ସୃଷ୍ଟି, ଗ୍ରାମୀଣ ବିଦ୍ୟୁତୀକରଣ ପାଇଁ ଦୀନ ଦୟାଲ ଉପାଧ୍ୟାୟ ଗ୍ରାମ ଜ୍ୟୋତି ଯୋଜନା ଏବଂ ସାର୍ବଜନୀନ ପରିବାର ବିଦ୍ୟୁତୀକରଣ ପାଇଁ ‘ସୌଭାଗ୍ୟ’ ଯୋଜନା ପ୍ରଭୃତି ଉଲ୍ଲେଖଯାଗ୍ୟ ।
• ବିଦ୍ୟୁତ୍ ଅଭାବ ହ୍ରାସ: ଶକ୍ତି ଅଭାବ ୪.୨% (୨୦୧୩-୧୪) ରୁ ୦.୧% (୨୦୨୪-୨୫) କୁ ହ୍ରାସ ପାଇଛି ।
• ବର୍ଦ୍ଧିତ ବ୍ୟବହାର: ମୁଣ୍ଡପିଛା ବିଦ୍ୟୁତ୍ ବ୍ୟବହାର ୨୦୧୩-୧୪ ରେ ୯୫୭ କିଲେଓ୍ୱାଟ ପ୍ରତି ଘଣ୍ଟାରୁ ୨୦୨୩-୨୪ ରେ ୪୫.୮% ବୃଦ୍ଧି ପାଇ ୧,୩୯୫ କିଲେଓ୍ୱାଟ ପ୍ରତି ଘଣ୍ଟା ହୋଇଛି । ଭାରତର ଶକ୍ତି କ୍ଷେତ୍ର ବିଶ୍ୱର ସବୁଠାରୁ ବିବିଧତାପୂର୍ଣ୍ଣ କ୍ଷେତ୍ର ମଧ୍ୟରୁ ଗୋଟିଏ, ଯେଉଁଠାରେ କୋଇଲା, ଗ୍ୟାସ, ଜଳ ଏବଂ ପରମାଣୁ ଭଳି ପାରମ୍ପରିକ ଉତ୍ସ ଏବଂ ସୌର, ପବନ, ବାୟୋମାସ ଏବଂ କ୍ଷୁଦ୍ର ଜଳବିଦ୍ୟୁତ ଭଳି ନବୀକରଣୀୟ ଉତ୍ସରୁ ଉତ୍ପାଦନ କରାଯାଏ । ଆବଶ୍ୟକତ ଓ ନିରନ୍ତର ବିକାଶ ଲକ୍ଷ୍ୟକୁ ଆଗରେ ରଖି ଭାରତ ଏହାର ଶକ୍ତି କ୍ଷମତା ମଧ୍ୟ ବଢ଼ାଇ ଚାଲିଛି । ଜୁନ୍ ୨୦୨୫ ସୁଦ୍ଧା, ଭାରତର ମୋଟ ସ୍ଥାପିତ ଶକ୍ତି କ୍ଷମତା ୪୭୬ ଗିଗାଓ୍ୱାଟରେ ପହଞ୍ଚିଛି । ଏହି ଶକ୍ତିରୁ ୨୪୦ ଗିଗାଓ୍ୱାଟ ତାପଜ, ୧୧୦.୯ ଗିଗାଓ୍ୱାଟ ସୌର ଏବଂ ୫୧.୩ ଗିଗାଓ୍ୱାଟ ପବନ ଶକ୍ତି ରହିଛି । ନବୀକରଣୀୟ ଶକ୍ତି ଏବଂ ଶକ୍ତି ସୁରକ୍ଷା ଦିଗରେ ଏହା ଏକ ଦୃଢ଼ ପରିବର୍ତ୍ତନ ।
ସ୍ୱଚ୍ଛ ଶକ୍ତି ପ୍ରତି ଭାରତର ପ୍ରତିବଦ୍ଧତା
ଗତ ଏଗାର ବର୍ଷ ମଧ୍ୟରେ, ଭାରତ ନବୀକରଣୀୟ ଶକ୍ତି କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି କରିଛି । ସିଓପି-୨୬ ରେ ଦିଆଯାଇଥିବା ପ୍ରତିଶ୍ରୁତି ଅନୁଯାୟୀ, ନୂତନ ଏବଂ ନବୀକରଣୀୟ ଶକ୍ତି ମନ୍ତ୍ରଣାଳୟ ୨୦୩୦ସୁଦ୍ଧା ଅଣ-ଜୀବାଶ୍ମ ଇନ୍ଧନ ଉତ୍ସରୁ ୫୦୦ ଗିଗାଓ୍ୱାଟ ସ୍ଥାପିତ ବିଦ୍ୟୁତ୍ କ୍ଷମତା ହାସଲ କରିବା ପାଇଁ ଅକ୍ଳାନ୍ତ ପରିଶ୍ରମ କରୁଛି । ଜୁନ୍ ୨୦୨୫ ସୁଦ୍ଧା, ଦେଶ ଅଣ-ଜୀବାଶ୍ମ ଇନ୍ଧନ ଉତ୍ସରୁ ୨୩୫.୭ ଗିଗାଓ୍ୱାଟ ହାସଲ କରିସାରିଛି, ଯେଉଁଥିରେ ୨୨୬.୯ ଗିଗାଓ୍ୱାଟ ନବୀକରଣୀୟ ଶକ୍ତି ଏବଂ ୮.୮ ଗିଗାଓ୍ୱାଟ ପରମାଣୁ ଶକ୍ତି ଅନ୍ତର୍ଭୁକ୍ତ, ଯାହା ମୋଟ ୪୭୬ ଗିଗାଓ୍ୱାଟ ସ୍ଥାପିତ ବିଦ୍ୟୁତ୍ ଉତ୍ପାଦନ କ୍ଷମତାର ୪୯% ଅଟେ । ଏହା ଭାରତର ଡିକାର୍ବନାଇଜେସନ୍ ଲକ୍ଷ୍ୟ ଏବଂ ଏକ ସ୍ଥାୟୀ ଭବିଷ୍ୟତ ପ୍ରତି ଏହାର ପ୍ରତିବଦ୍ଧତା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।
ପ୍ରମୁଖ ସଫଳତା (୨୦୧୪-୨୦୨୫)
•ବିଶ୍ୱ ନେତୃତ୍ୱ:
ଆଇଆର୍ଏନ୍ଏ ଆର୍ଇ ଅନୁଯାୟୀ, ଭାରତର ନବୀକରଣୀୟ ଶକ୍ତି କ୍ଷମତା ବିଶ୍ୱ ସ୍ତରରେ ଚତୁର୍ଥ, ପବନ ଶକ୍ତିରେ ଚତୁର୍ଥ ଏବଂ ସୌର ଶକ୍ତି କ୍ଷମତାରେ ତୃତୀୟ ସ୍ଥାନରେ ଅଛି ।
• ନବୀକରଣୀୟ ଶକ୍ତି କ୍ଷମତାରେ ବିସ୍ତାର:
ସ୍ଥାପିତ ନବୀକରଣୀୟ ଶକ୍ତି କ୍ଷମତା ମାର୍ଚ୍ଚ ୨୦୧୪ ରେ ୭୬.୩୭ ଗିଗାଓ୍ୱାଟରୁ ଜୁନ ୨୦୨୫ ରେ ୨୨୬.୭୯ ଗିଗାଓ୍ୱାଟ କୁ ବୃଦ୍ଧି ପାଇଛି, ଯାହା ପ୍ରାୟ ୩ ଗୁଣ ବୃଦ୍ଧି ପାଇଛି ।
• ଉତ୍ପାଦନରେ ବୃଦ୍ଧି
ନବୀକରଣୀୟ ଶକ୍ତି ଉତ୍ପାଦନ ୨୦୧୪-୧୫ରେ ୧୯୦.୯୬ ବିଲିୟନ ୟୁନିଟରୁ ୨୦୨୪-୨୫ (ଏପ୍ରିଲ ୨୦୨୪ -ଫେବୃଆରୀ ୨୦୨୫) ରେ ୩୭୦.୬୫ ବିଲିୟନ ୟୁନିଟକୁ ବୃଦ୍ଧି ପାଇଛି, ସାମଗ୍ରିକ ଶକ୍ତି ଉତ୍ପାଦନରେ ଏହାର ଅଂଶ ୧୭.୨୦% ରୁ ପ୍ରାୟ ୨୨.୨୦% କୁ ବୃଦ୍ଧି ପାଇଛି ।
ସୌରଶକ୍ତି
ସୌରଶକ୍ତି କ୍ଷମତା ୩୯ ଗୁଣରୁ ଅଧିକ ବୃଦ୍ଧି ପାଇଛି, ୨୦୧୪ ରେ ୨.୮୨ ଗିଗାଓ୍ୱାଟରୁ ୨୦୨୫ ରେ ୧୧୦.୯ ଗିଗାଓ୍ୱାଟକୁ ବୃଦ୍ଧି ପାଇଛି, ଯେଉଁଥିରେ କେବଳ ୨୦୨୪-୨୫ ରେ ୨୩.୮୩ ଗିଗାଓ୍ୱାଟ ଯାଡ଼ାଯାଇଛି ।
• ଉତ୍ପାଦନ ବୃଦ୍ଧି (୨୦୧୪ ରୁ ମାର୍ଚ୍ଚ ୨୦୨୫):
କ୍ଟ ସୌର ପିଭି ମଡ୍ୟୁଲ୍ କ୍ଷମତା ୨.୩ ଗିଗାଓ୍ୱାଟ ରୁ ୮୮ ଗିଗାଓ୍ୱାଟ କୁ ବୃଦ୍ଧି ପାଇଛି, ଯାହା ୩୮ ଗୁଣ ବୃଦ୍ଧି ।
କ୍ଟ ସୌର ପିଭି ସେଲ୍ କ୍ଷମତା ୧.୨ ଗିଗାଓ୍ୱାଟ ରୁ ୨୫ ଗିଗାଓ୍ୱାଟ କୁ ବୃଦ୍ଧି ପାଇଛି, ଯାହା ୨୧ ଗୁଣ ବୃଦ୍ଧି ।
ପବନ ଶକ୍ତି କ୍ଷେତ୍ର
ଭାରତ ପବନ ଶକ୍ତିରେ ବିଶ୍ୱର ଏକ ନେତା ଭାବରେ ଉଭା ହୋଇଛି, ବିଶେଷକରି ଉପକୂଳ ପବନ ଶକ୍ତିରେ । ଏକ ବିକଶିତ ଉତ୍ପାଦନ ଇକୋସିଷ୍ଟମ, ସହାୟକ ନୀତି ଏବଂ ଉପକୂଳ ବିକାଶରେ ନୂତନ ପଦକ୍ଷେପ ସହିତ, ଦେଶ କ୍ଷମତା ବୃଦ୍ଧି ଏବଂ ଭିତ୍ତିଭୂମି ଉଭୟରେ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି କରୁଛି । ସ୍ଥାପିତ ପବନ ଶକ୍ତି କ୍ଷମତା ପାଇଁ ଭାରତ ବର୍ତ୍ତମାନ ବିଶ୍ୱରେ ଚତୁର୍ଥ ସ୍ଥାନରେ ଅଛି ।
ଭାରତର ପବନ ଶକ୍ତି ସଫଳତା (୨୦୧୪-୨୦୨୫)
ଜୁନ୍ ୨୦୨୫ ସୁଦ୍ଧା ସ୍ଥାପିତ କ୍ଷମତା ୨୦୧୪ରେ ଯ୨୧ ଗିଗାଓ୍ୱାଟ ରୁ ୫୧.୩ ଗିଗାଓ୍ୱାଟ କୁ ବୃଦ୍ଧି ପାଇଛି, ଯାହା ଗତ ଦଶନ୍ଧିରେ ଦ୍ୱିଗୁଣିତ ହେବାଠାରୁ ଅଧିକ ।
କେବଳ ୨୦୨୪-୨୫ ଆର୍ଥିକ ବର୍ଷରେ ୪.୧୫ ଗିଗାଓ୍ୱାଟ ଯୋଡାଯାଇଛି ।
ପବନ ଶକ୍ତି ଦ୍ୱାରା ବିଦ୍ୟୁତ ଉତ୍ପାଦନ ଏପ୍ରିଲ ୨୦୨୪ ରୁ ଫେବୃଆରୀ ୨୦୨୫ ମଧ୍ୟରେ ୭୮.୨୧ ବିଲିୟନ ୟୁନିଟ୍ (ବିୟୁ)କୁ ବୃଦ୍ଧି ପାଇଛି, ଯାହା ମୋଟ ବିଦ୍ୟୁତ ଉତ୍ପାଦନରେ ୪.୬୯% ଯୋଗଦାନ ଦେଇଛି । ୧୪ ଟି ଭାରତୀୟ କମ୍ପାନୀ ଦ୍ୱାରା ୩୧ ଟି ପ୍ରମାଣିତ ପବନ ଟର୍ବାଇନ୍ ମଡେଲ୍ ଏବଂ ୧୮ ଗିଗାଓ୍ୱାଟ ବାର୍ଷିକ ଉତ୍ପାଦନ କ୍ଷମତା ସହିତ ଘରୋଇ ଉତ୍ପାଦନ ସୁଦୃଢ଼ ହୋଇଛି ।
ଜଳବିଦ୍ୟୁତ ସମ୍ପ୍ରସାରଣ
୨୦୧୪ ଆର୍ଥିକ ବର୍ଷରୁ ୨୦୨୫ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଜଳବିଦ୍ୟୁତ କ୍ଷମତା ୩୫.୮ ଗିଗାଓ୍ୱାଟ ରୁ ୪୮ ଗିଗାଓ୍ୱାଟ କୁ ବୃଦ୍ଧି ପାଇଛି । ୨୦୩୦ ଆର୍ଥିକ ବର୍ଷ ସୁଦ୍ଧା ୫୫ ଗିଗାଓ୍ୱାଟ ଲକ୍ଷ୍ୟ ରଖାଯାଇଛି, ଉତ୍ତର-ପୂର୍ବ ପ୍ରକଳ୍ପ ପାଇଁ ଆନ୍ତଃରାଜ୍ୟ ପରିବହନ ବ୍ୟବସ୍ଥା ଦେୟ ଛାଡ଼ ଏବଂ ସମାନତା ସହାୟତା ଦ୍ୱାରା ସମର୍ଥିତ ।
ଜୈବଶକ୍ତି
ଗତ ୧୧ ବର୍ଷ ମଧ୍ୟରେ ଜୈବବିଦ୍ୟୁତ ଉତ୍ପାଦନ କ୍ଷମତା ୮.୧ ଗିଗାଓ୍ୱାଟ ରୁ ୧୧.୬ ଗିଗାଓ୍ୱାଟ କୁ ବୃଦ୍ଧି ପାଇଛି । ୨୦୧୪ ମସିହାରେ ପ୍ରତିଦିନ ୮ ଟନ୍ କ୍ଷମା ଥିଲା । ଏବେ ୨୦୨୫ ମାର୍ଚ୍ ସୁଦ୍ଧା ୧୨୧୧ ଟିପିଡି ହୋଇଛି ।
ଜାତୀୟ ଜୈବଶକ୍ତି କାର୍ଯ୍ୟକ୍ରମ (୨୦୨୧-୨୬)
ନୂତନ ଏବଂ ନବୀକରଣୀୟ ଶକ୍ତି ମନ୍ତ୍ରଣାଳୟ ୨ ନଭେମ୍ବର ୨୦୨୨ରେ ଜାତୀୟ ଜୈବଶକ୍ତି କାର୍ଯ୍ୟକ୍ରମ ଆରମ୍ଭ କରିଥିଲା । ଏହା ୧ ଏପ୍ରିଲ ୨୦୨୧ ରୁ ୩୧ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ଅବଧିକୁ ଅନ୍ତର୍ଭୁକ୍ତ କରେ । ମୋଟ ବଜେଟ ବ୍ୟୟବରାଦ ୧୭୧୫ କୋଟି ଥିଲା । ପ୍ରଥମ ପର୍ଯ୍ୟାୟ ପାଇଁ ୮୫୮ କୋଟି ମଞ୍ଜୁର କରାଯାଇଛି ।
କାର୍ଯ୍ୟକ୍ରମରେ ତିନୋଟି ଅଂଶ ରହିଛି :
● ଅପଚୟରୁ ଶକ୍ତି କାର୍ଯ୍ୟକ୍ରମ – ସହରାଞ୍ଚଳ, ଶିଳ୍ପ ଏବଂ କୃଷି ବର୍ଜ୍ୟବସ୍ତୁ ବ୍ୟବହାର କରେ ।
● ବାୟୋମାସ୍ କାର୍ଯ୍ୟକ୍ରମ – ବ୍ରିକେଟ ଏବଂ ପେଲେଟ୍ ପ୍ଲାଣ୍ଟ ଏବଂ ବାୟୋମାସ୍-ଆଧାରିତ ସହ-ଉତ୍ପାଦନକୁ ସମର୍ଥନ କରେ ।
● ବାୟୋଗ୍ୟାସ୍ କାର୍ୟ୍ୟକ୍ରମ – କ୍ଷୁଦ୍ର (୧-୨୫ ଜ୍ଞ³/ଦିନ) ଏବଂ ମଧ୍ୟମ (୨୫-୨୫୦୦ ଜ୍ଞ³/ଦିନ) ବାୟୋଗ୍ୟାସ୍ ପ୍ଲାଣ୍ଟକୁ ସମର୍ଥନ କର ।
ପ୍ରମୁଖ ଯୋଜନା ଏବଂ କାର୍ଯ୍ୟକ୍ରମ
୧. ପ୍ରଧାନମନ୍ତ୍ରୀ-ସୂର୍ଯ୍ୟ ଘର: ମାଗଣା ବିଜୁଳି ଯୋଜନା
ଫେବୃଆରୀ ୨୦୨୪ରେ ଆରମ୍ଭ ହୋଇଥିବା ଏହି ଯୋଜନାର ଲକ୍ଷ୍ୟ ହେଉଛି ୧ କୋଟି ପରିବାରକୁ ଛାତ ଉପରେ ସୌର ପ୍ରଣାଳୀ ମାଧ୍ୟମରେ ମାଗଣା ବିଦ୍ୟୁତ୍ ଯୋଗାଇବା । ₹୭୫,୦୨୧ କୋଟି ବ୍ୟୟ ସହିତ, ଏହା ଆବାସିକ କ୍ଷେତ୍ରରେ ଛାତ ଉପରେ ସୌର ମାଧ୍ୟମରେ ୩୦ ଗିଗାୱାଟ ସୌର କ୍ଷମତା ବୃଦ୍ଧି କରିବା, ୨୫ ବର୍ଷ ମଧ୍ୟରେ ୧ ଲକ୍ଷ କୋଟି ୟୁନିଟ୍ ଉତ୍ପାଦନ କରିବା ଏବଂ ୭୨୦ ଏମ୍ଏମ୍ଟି ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ କରିବା । ଏକ ସମର୍ପିତ ଜାତୀୟ ପୋର୍ଟାଲ୍ ସହଜ ପଞ୍ଜୀକରଣ, ବିକ୍ରେତା ତାଲିକାଭୁକ୍ତ କରିବା ଏବଂ ସବସିଡି ଟ୍ରାକିଂ ନିଶ୍ଚିତ କରେ ।
୨. ପ୍ରଧାନମନ୍ତ୍ରୀ-କୁସୁମ ଯୋଜନା
ମାର୍ଚ୍ଚ ୨୦୧୯ରେ ଆରମ୍ଭ ହୋଇଥିବା ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ଶକ୍ତି ଏବଂ ଜଳ ସୁରକ୍ଷା ଏବଂ କୃଷି କ୍ଷେତ୍ରକୁ ଡିଜେଲମୁକ୍ତ କରି କୃଷକଙ୍କ ଆୟ ବୃଦ୍ଧି କରିବା । ଏହି ଯୋଜନା କୃଷକମାନଙ୍କୁ ଷ୍ଟାଣ୍ଡଆଲୋନ୍ ସୌର ପମ୍ପ ସ୍ଥାପନ ଏବଂ ବିଦ୍ୟମାନ ଗ୍ରୀଡ୍-ସଂଯୁକ୍ତ କୃଷି ପମ୍ପଗୁଡ଼ିକର ସୌରୀକରଣ ଏବଂ ସେମାନଙ୍କର ଅନୁର୍ବର/ପରାଗତ କୃଷି ଜମିରେ ସୌର ଶକ୍ତି ପ୍ଲାଣ୍ଟ ସ୍ଥାପନ ପାଇଁ ଆର୍ଥିକ ସହାୟତା ପ୍ରଦାନ କରିବା । ଏହି ଯୋଜନାରେ ସାରା ଦେଶରେ ୩୪.୮ ଗିଗାଓ୍ୱାଟ ସୌର କ୍ଷମତା ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି, ଯାହାର ମୋଟ ଆର୍ଥିକ ବ୍ୟୟ ₹୩୪୪୨୨ କୋଟି ହେବ ।
ତିନୋଟି ପ୍ରମୁଖ ଉପାଦାନ:
କ୍ଟ ୧୦ ହଜାର ମେଗାଓ୍ୱାଟବିକେନ୍ଦ୍ରୀକୃତ ଭୂମି ଆରୋହଣିତ ଗ୍ରୀଡ୍ ସଂଯୁକ୍ତ ସୌର ଶକ୍ତି କେନ୍ଦ୍ର ।
କ୍ଟ ୧୫ ଲକ୍ଷ ଷ୍ଟାଣ୍ଡଲୋନ୍ ସୌର ଚାଳିତ କୃଷି ପମ୍ପ ସ୍ଥାପନ ।
କ୍ଟ ଫିଡର ସ୍ତର ସୌରୀକରଣ ମାଧ୍ୟମରେ ୩୫ ଲକ୍ଷ ଗ୍ରୀଡ୍-ସଂଯୁକ୍ତ କୃଷି ପମ୍ପର ସୌରୀକରଣ ।
ବର୍ତ୍ତମାନ ସମସ୍ତ ଉପାଦାନ ସହଜ ଆର୍ଥିକ ସହାୟତା ପାଇଁ କୃଷି ଭିତ୍ତିଭୂମି ପାଣ୍ଠି (ଏଆଇଏଫ୍) ଅଧୀନରେ ଅନ୍ତର୍ଭୁକ୍ତ ।
୩. ସୌର ପାର୍କ ଯୋଜନା
ଏହି ଯୋଜନା ସମସ୍ତ ବୈଧାନିକ ମଞ୍ଜୁରୀ ସହିତ ଜମି, ବିଦ୍ୟୁତ୍ ନିଷ୍କାସନ ସୁବିଧା, ରାସ୍ତା ସଂଯୋଗ, ଜଳ ସୁବିଧା ଇତ୍ୟାଦି ଆବଶ୍ୟକ ଭିତ୍ତିଭୂମି ସହିତ ବଡ଼ ଗ୍ରୀଡ୍-ସଂଯୁକ୍ତ ସୌର ଶକ୍ତି ପ୍ରକଳ୍ପଗୁଡ଼ିକୁ ସହଜ କରିଥାଏ ।
୪. ଉଚ୍ଚ ଦକ୍ଷତା ସୌର ପିଭି ମଡ୍ୟୁଲ୍ ପାଇଁ ପିଏଲ୍ଆଇ ଯୋଜନା
ଉଚ୍ଚ ଦକ୍ଷତା ସୌର ପିଭି ମଡ୍ୟୁଲ୍ ପାଇଁ ପିଏମଲ୍ଆଇ ଯୋଜନା ଘରୋଇ ଉତ୍ପାଦନକୁ ବୃଦ୍ଧି କରିବା ଲକ୍ଷ୍ୟ ରଖିଛି । ଏହା ଆମଦାନୀ ନିର୍ଭରଶୀଳତାକୁ ମଧ୍ୟ ହ୍ରାସ କରେ । ଏହି ଯୋଜନାରେ ୨୪ ହଜାର କୋଟି ଟଙ୍କାର ବ୍ୟୟ ଅଟକଳ ରହିଛି । ଏହି ଯୋଜନା ଅଧୀନରେ, ୪୮ ହଜାର ୩୩୭ ମେଗାଓ୍ୱାଟ ପୂର୍ଣ୍ଣ ଅଥବା ଆଂଶିକ ଭାବରେ ସମନ୍ୱିତ ସୌର ପିଭି ମଡ୍ୟୁଲ୍ ଉତ୍ପାଦନ କ୍ଷମତା ସ୍ଥାପନ ପାଇଁ ପୁରସ୍କାର ପତ୍ର ଜାରି କରାଯାଇଛି । ୩୧ ମାର୍ଚ୍ଚ ୨୦୨୫ ସୁଦ୍ଧା ପିଏଲ୍ଆଇ ଯୋଜନା ଅଧୀନରେ ପ୍ରଦାନ କରାଯାଇଥିବା କ୍ଷମତାଠାରୁ ଅଧିକ ପିଏଲ୍ଆଇ ହିତାଧିକାରୀଙ୍କ ଦ୍ୱାରା ସ୍ଥାପନ କରାଯାଇଥିବା ଅତିରିକ୍ତ କ୍ଷମତା ସମେତ, ଉତ୍ପାଦନ ଆରମ୍ଭ କରିଥିବା କ୍ଷମତାଗୁଡ଼ିକ ମଧ୍ୟରେ ପ୍ରାୟ ୧୭ ଗିଗାଓ୍ୱାଟ ସୌର ପିଭି ମଡ୍ୟୁଲ୍ ଉତ୍ପାଦନ, ପ୍ରାୟ ୬ ଗିଗାଓ୍ୱାଟ ସୌର ପିଭି ସେଲ୍ ଉତ୍ପାଦନ ଏବଂ ପ୍ରାୟ ୨ ଗିଗାଓ୍ୱାଟ ଇନଗଟ୍-ୱେଫର ଉତ୍ପାଦନ ଅନ୍ତର୍ଭୁକ୍ତ ।
୫. ପିଏମ୍ ଜନମନ: ସୌର ବିଦ୍ୟୁତୀକରଣ ମାଧ୍ୟମରେ ପିଭିଟିଜି ସମ୍ପ୍ରଦାୟକୁ ସଶକ୍ତ କରିବା
ଇ. ୯ଟି ମନ୍ତ୍ରଣାଳୟରେ ୧୧ଟି ଗୁରୁତ୍ୱପୂର୍ଣ୍ଣ ହସ୍ତକ୍ଷେପ ମାଧ୍ୟମରେ ବିଶେଷ ଭାବରେ ଦୁର୍ବଳ ଜନଜାତି ଗୋଷ୍ଠୀ (ପିଭିଟିଜି) ର ବିକାଶ ଆବଶ୍ୟକତାକୁ ପୂରଣ କରିବା ପାଇଁ ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ (ପିଏମ୍ ଜନମନ) ଆରମ୍ଭ କରାଯାଇଥିଲା । ଏହି ମିଶନ ଏବଂ ଧର୍ତି ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ ଅନ୍ତର୍ଗତ ଏକ ପ୍ରମୁଖ ପଦକ୍ଷେପ ହେଉଛି ନୂତନ ସୌରଶକ୍ତି ଯୋଜନା, ଯାହାର ବ୍ୟୟ ୫୧୫ କୋଟି ଏବଂ ଲକ୍ଷ୍ୟ ହେଉଛି ୧୮ଟି ରାଜ୍ୟର ଆଦିବାସୀ ଏବଂ ପିଭିଟିଜି ବସତିରେ ଏକ ଲକ୍ଷ ଅଣବିଦ୍ୟୁତ ପରିବାରକୁ ବିଦ୍ୟୁତକରଣ କରିବା, ଦୂରବର୍ତ୍ତୀ ଆଦିବାସୀ ଅଞ୍ଚଳରେ ଅନ୍ତର୍ଭୁକ୍ତିମୂଳକ ଅଭିବୃଦ୍ଧି ଏବଂ ସ୍ଥାୟୀ ଶକ୍ତି ପ୍ରବେଶକୁ ପ୍ରୋତ୍ସାହିତ କରିବା ।
ଭାରତର ବିସ୍ତାରିତ ପରମାଣୁ ଶକ୍ତି କାର୍ଯ୍ୟକ୍ରମ
ଗତ ଦଶନ୍ଧି ମଧ୍ୟରେ ଭାରତର ପରମାଣୁ ଶକ୍ତି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପ୍ରସାର ଏବଂ ଆଧୁନିକୀକରଣ ହୋଇଛି । ସ୍ୱଚ୍ଛ ଶକ୍ତି, ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ଏବଂ କାର୍ୟ୍ୟଦକ୍ଷତା ଉତ୍କୃଷ୍ଟତା ଉପରେ ଧ୍ୟାନ ଦେଇ, ଦେଶ ଏହାର କାର୍ଯ୍ୟକ୍ଷମ କ୍ଷମତା ଏବଂ ଭବିଷ୍ୟତ ସମ୍ଭାବନାକୁ ବୃଦ୍ଧି କରିଛି ।
ପରମାଣୁ ଶକ୍ତିରେ ପ୍ରମୁଖ ସଫଳତା (୨୦୧୪-୨୦୨୫)
• ବାର୍ଷିକ ପରମାଣୁ ବିଦ୍ୟୁତ ଉତ୍ପାଦନରେ ୬୦% ବୃଦ୍ଧି:
୨୦୧୪-୧୫ରେ ୩୫୫୯୨ ଏମ୍ୟୁ ରୁ ୨୦୨୪-୨୫ରେ ୫୬୬୮୧ ଏମ୍ୟୁ ।
• ସ୍ଥାପିତ ପରମାଣୁ କ୍ଷମତାରେ ୭୧% ବୃଦ୍ଧି:
ଭାରତୀୟ ପରମାଣୁ ଶକ୍ତି ନିଗମ (ଏନ୍ପିସିଆଇଏଲ୍) ଦ୍ୱାରା ପରିଚାଳିତ ୨୫ଟି ପରମାଣୁ ରିଆକ୍ଟରରେ ୨୦୧୪ରେ ପ୍ରାୟ ୪,୭୮୦ ମେଗାୱାଟ୍ ରୁ ୨୦୨୫ରେ ୮,୭୮୦ ମେଗାୱାଟ୍ ବୃଦ୍ଧି ପାଇଛି ।
• ଆର୍ଥିକ ବର୍ଷ ୨୦୨୪-୨୫ରେ ୮୭% ପ୍ଲାଣ୍ଟ ଲୋଡ୍ ଫ୍ୟାକ୍ଟର ହାସଲ ହୋଇଛି
• ସମସ୍ତ କାର୍ଯ୍ୟକ୍ଷମ ପାଇଁ କ୍ଷମତା ଫ୍ୟାକ୍ଟର ଏବଂ ଉପଲବ୍ଧତା ଫ୍ୟାକ୍ଟର ୮୦% ଉପରେ
ଗତ ପାଞ୍ଚ ବର୍ଷ ମଧ୍ୟରେ ରିଆକ୍ଟର ।
ଜାତୀୟ ସବୁଜ ହାଇଡ୍ରୋଜେନ୍ ମିଶନ
ଜାନୁଆରୀ ୨୦୨୩ ରେ ଆରମ୍ଭ ହୋଇଥିବା ଜାତୀୟ ସବୁଜ ହାଇଡ୍ରୋଜେନ୍ ମିଶନ, ଯାହା ୨୦୨୯-୩୦ପର୍ଯ୍ୟନ୍ତ ୧୯୭୪୪ କୋଟି ଟଙ୍କାର ଆର୍ଥିକ ବ୍ୟୟବରାଦ ସହିତ ଆରମ୍ଭ ହୋଇଥିଲା, ଏହା ଭାରତକୁ ସବୁଜ ହାଇଡ୍ରୋଜେନ୍ ଉତ୍ପାଦନ ଏବଂ ରପ୍ତାନିରେ ବିଶ୍ୱର ଏକ ପ୍ରମୁଖ ସ୍ଥାନରେ ସ୍ଥାନିତ କରିବା ପାଇଁ ଏକ ପ୍ରମୁଖ ପଦକ୍ଷେପ । ଏହା ଶକ୍ତି ଆତ୍ମନିର୍ଭରଶୀଳତାକୁ ପ୍ରୋତ୍ସାହିତ କରିବା, କାର୍ବନ ନିର୍ଗମନ ହ୍ରାସ କରିବା ଏବଂ ସ୍ୱଚ୍ଛ ପ୍ରଯୁକ୍ତିବିଦ୍ୟାରେ ବୃହତ ପରିମାଣର ନିଯୁକ୍ତି ସୃଷ୍ଟି କରିବା ଲକ୍ଷ୍ୟ ରଖିଛି ।
୨୦୩୦ ସୁଦ୍ଧା ମିଶନର ଆଶାକରାଯାଇଥିବା ଫଳାଫଳ ନିମ୍ନଲିଖିତ:
ସ. ଭାରତର ସବୁଜ ହାଇଡ୍ରୋଜେନ୍ ଉତ୍ପାଦନ କ୍ଷମତା ବାର୍ଷିକ ପ୍ରାୟ ୫ ଏମ୍ଏମ୍ଟି ରେ ପହଞ୍ଚିବ, ଯାହା ଜୀବାଶ୍ମ ଇନ୍ଧନ ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ କରିବାରେ ସହାୟକ ହେବ ।
ସସ. ମିଶନ ଲକ୍ଷ୍ୟ ହାସଲ ୨୦୩୦ ସୁଦ୍ଧା ୧ ଲକ୍ଷ କୋଟି ଟଙ୍କାର ଜୀବାଶ୍ମ ଇନ୍ଧନ ଆମଦାନୀ ହ୍ରାସ କରିବ ବୋଲି ଆଶା କରାଯାଉଛି ।
ସସସ. ଏହି ମିଶନ ୮ ଲକ୍ଷ କୋଟିରୁ ଅଧିକ ମୋଟ ନିବେଶକୁ ଲାଭ ଦେବା ଏବଂ ଦେଶରେ ୬ଲକ୍ଷରୁ ଅଧିକ ସବୁଜ ନିଯୁକ୍ତି ସୃଷ୍ଟି କରିବାର ସମ୍ଭାବନା ଅଛି ।
ସଙ୍ଖ. ଏହି ମିଶନ ଲକ୍ଷ୍ୟ ୧୦୦ ଗିଗାୱାଟରୁ ଅଧିକ ନବୀକରଣୀୟ ଶକ୍ତି ଉତ୍ପାଦନ କ୍ଷମତା ଯୋଡିବ ଏବଂ ସବୁଜ ହାଇଡ୍ରୋଜେନର ଉତ୍ପାଦନ ଏବଂ ବ୍ୟବହାର ମାଧ୍ୟମରେ ବାର୍ଷିକ ପ୍ରାୟ ୫୦ ଏମଏମଟି ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ କରିବ ।
ଭାରତର ଅଣ-ନବୀକରଣୀୟ ଶକ୍ତି ଉତ୍ପାଦନ
ଭାରତର ଶକ୍ତି କ୍ଷେତ୍ର ଅଣ-ନବୀକରଣୀୟ ତାପଜ ଉତ୍ସ ଉପରେ ଅତ୍ୟଧିକ ନିର୍ଭରଶୀଳ, ଯାହା ମିଳିତ ଭାବରେ ଦେଶର ବିଦ୍ୟୁତ ଉତ୍ପାଦନ କ୍ଷମତାର ସର୍ବାଧିକ ଅଂଶ ଅଟେ । କେବଳ ତାପଜ ବିଦ୍ୟୁତ ଭାରତର ମୋଟ ସ୍ଥାପିତ ଶକ୍ତି କ୍ଷମତାର ୫୦.୫୨% ଅଟେ, ଯାହା ଦେଶର ବିଦ୍ୟୁତ ଚାହିଦା ପୂରଣ କରିବାରେ ଏହାର କେନ୍ଦ୍ରୀୟ ଭୂମିକାକୁ ସ୍ପଷ୍ଟ କରେ । ଏହି ଉତ୍ସଗୁଡ଼ିକ ସାମୂହିକ ଭାବରେ ମୋଟ ତାପଜ କ୍ଷମତା ୨୪୦ ଗିଗାୱାଟ କରିଥାଏ । ସେମାନଙ୍କ ମଧ୍ୟରେ, କେବଳ କୋଇଲା ମୋଟ ତାପଜ ଶକ୍ତିର ୯୧% ରୁ ଅଧିକ ଅବଦାନ ରଖେ, ଯାହା ଦେଶକୁ ଶକ୍ତି ପ୍ରଦାନ କରିବାରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଉଜ୍ଜ୍ୱଳ କରିଥାଏ ।
ଭାରତର କୋଇଲା କ୍ଷେତ୍ର
ଗତ ଏଗାର ବର୍ଷ ମଧ୍ୟରେ, ଭାରତର କୋଇଲା ମନ୍ତ୍ରଣାଳୟ ଅଧୀନରେ ଉଲ୍ଲେଖନୀୟ ପରିବର୍ତ୍ତନ ଦେଖାଦେଇଛି । ଆତ୍ମନିର୍ଭରଶୀଳତା, ସ୍ଥାୟୀତ୍ୱ ଏବଂ ଦକ୍ଷତା ଉପରେ ଧ୍ୟାନ ଦେଇ, ପ୍ରମୁଖ ସଂସ୍କାର ଏବଂ ଭିତ୍ତିଭୂମି ବିକାଶ ରେକର୍ଡ ଉତ୍ପାଦନ, ଗୁରୁତ୍ୱପୂର୍ଣ୍ଣ ଆମଦାନୀ ହ୍ରାସ ଏବଂ ସ୍ୱଚ୍ଛ, ଅଧିକ ସ୍ୱଚ୍ଛ କାର୍ଯ୍ୟକୁ ସକ୍ଷମ କରିଛି ।
ପ୍ରମୁଖ ସଫଳତା (୨୦୧୪-୨୦୨୫)
କୋଇଲା ପରିବହନକାରୀ ରାଜ୍ୟଗୁଡ଼ିକ ସହିତ ରାଜସ୍ୱ ବଣ୍ଟନ
କୋଇଲା ପରିବହନକାରୀ ରାଜ୍ୟଗୁଡ଼ିକୁ ପ୍ରଦାନ କରାଯାଇଥିବା ରାଜସ୍ୱ ଭିତ୍ତିଭୂମି, ସ୍ୱାସ୍ଥ୍ୟସେବା, ଶିକ୍ଷା, ସାମାଜିକ-ଆର୍ଥିକ ଅଭିବୃଦ୍ଧି ଏବଂ ନାଗରିକମାନଙ୍କ ପାଇଁ ‘ସହଜ ଜୀବନଯାପନ’ରେ ଉନ୍ନତି ଆଣିଛି । କୋଇଲା ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକ ୨୦୧୪-୧୫ ପରଠାରୁ କୋଇଲା ପରିବହନକାରୀ ରାଜ୍ୟଗୁଡ଼ିକୁ ମୋଟ ୧.୮ ଲକ୍ଷ କୋଟି ଟଙ୍କା ରାଜସ୍ୱ ବଣ୍ଟନ କରିଛନ୍ତି ।
ଉତ୍ପାଦନ ଏବଂ ଯୋଗାଣ ଅଭିବୃଦ୍ଧି
• କୋଇଲା ଉତ୍ପାଦନ ୨୦୧୪-୧୫ରେ ୬୦୯.୧୮ ମେଟ୍ରିକ ଟନ୍ରୁ ୨୦୨୪-୨୫ରେ ୧,୦୪୭.୬୮ ମେଟ୍ରିକ ଟନକୁ ବୃଦ୍ଧି ପାଇଛି । ଏହା ୭୨% ବୃଦ୍ଧି ।
• କୋଇଲା ଯୋଗାଣ ୬୦୩.୭୭ ମେଟ୍ରିକ ଟନରୁ ୧,୦୨୫.୨୫ ମେଟ୍ରିକ ଟନକୁ ବୃଦ୍ଧି ପାଇଛି, ଯାହା ବର୍ଦ୍ଧିତ ଘରୋଇ ଚାହିଦାକୁ ପୂରଣ କରୁଛି, ବିଶେଷକରି ବିଦ୍ୟୁତ୍ ଉତ୍ପାଦନରେ ।
ଆମଦାନି ହ୍ରାସ ଏବଂ ସଞ୍ଚୟ
• ୨୦୧୪-୧୫ ପରଠାରୁ ଆମଦାନୀ ନିର୍ଭରଶୀଳତା ନିରନ୍ତର ହ୍ରାସ ପାଇଛି, ଯାହା ୨୦୨୩-୨୪ରେ ୨୬% ରୁ ପ୍ରାୟ ୨୧% କୁ ହ୍ରାସ ପାଇଛି । ୨୦୨୪-୨୫ ଆର୍ଥିକ ବର୍ଷରେ ଜାନୁଆରୀ ୨୦୨୫ ପର୍ଯ୍ୟନ୍ତ, ଆମଦାନୀ ନିର୍ଭରଶୀଳତା ୧୯.୬୦% କୁ ହ୍ରାସ ପାଇଛି ।
• ଏପ୍ରିଲ-ଜାନୁଆରୀ ଆର୍ଥିକ ବର୍ଷ ୨୦୨୪-୨୫ ଆର୍ଥିକ ବର୍ଷରେ ଗତ ବର୍ଷର ସମାନ ସମୟ ତୁଳନାରେ ଘରୋଇ ବିଦ୍ୟୁତ୍ କେନ୍ଦ୍ର ପାଇଁ କୋଇଲା ଆମଦାନି ୩୪.୨୪% ହ୍ରାସ ପାଇଛି ।
• ଆମଦାନୀ ମୂଲ୍ୟ ହ୍ରାସ ପାଇଛି, ଯାହା ଫଳରେ ଆର୍ଥିକ ବର୍ଷ ୨୦୨୪-୨୫ (ଜାନୁଆରୀ ପର୍ୟ୍ୟନ୍ତ) ୫.୮୮ ବିଲିୟନ ଆମେରିକୀୟ ଡଲାର ୪୫୩୦୧ କୋଟି) ର ଯଥେଷ୍ଟ ସଞ୍ଚୟ ହୋଇଛି, ଯାହା ଉନ୍ନତ ଆତ୍ମନିର୍ଭରଶୀଳତା ଦର୍ଶାଉଛି ।
ବାଣିଜ୍ୟିକ ଖଣି ବିପ୍ଳବ
• ବାଣିଜ୍ୟିକ ଖଣି ନୀତି ଅଧୀନରେ ୧୨୪ କୋଇଲା ବ୍ଲକ ଆବଣ୍ଟିତ; ୧୭ଟି ପୂର୍ବରୁ କାର୍ଯ୍ୟକ୍ଷମ ।
• କ୍ୟାପ୍ଟିଭ୍/ବାଣିଜ୍ୟିକ ଖଣିରୁ ଉତ୍ପାଦନ ୫୨.୭ ଏମ୍ଟି ରୁ ୧୯୦.୯ ଏମ୍ଟି କୁ ବୃଦ୍ଧି ପାଇଛି, ଯାହା ୧୦ ବର୍ଷରେ ୨୬୨% ଅଭିବୃଦ୍ଧି ।
ସ୍ଥାୟୀତ୍ୱ ଏବଂ ପରିବେଶ
ଏକ ସ୍ଥାୟୀ ଭବିଷ୍ୟତ ସୁନିଶ୍ଚିତ କରିବା ପାଇଁ, କୋଇଲା କ୍ଷେତ୍ର ସୌର ଏବଂ ପବନ ପରି ନବୀକରଣୀୟ ଶକ୍ତି ଗ୍ରହଣ କରି ଏକ ସନ୍ତୁଳିତ ଶକ୍ତି ମିଶ୍ରଣ ଆଡକୁ ମୁହାଁଇଛି, ଯେତେବେଳେ କାର୍ବନ କ୍ୟାପଚର, ପୁନଃବନୀକରଣ ଏବଂ ସ୍ୱଚ୍ଛ ଶକ୍ତି ପଦକ୍ଷେପ ମାଧ୍ୟମରେ ପୂର୍ବ ପରିବେଶଗତ ପ୍ରଭାବକୁ ପୂରଣ କରୁଛି ।
୨୧୫୦୦ ହେକ୍ଟରରୁ ଅଧିକ ଜମିରେ ୪୭୭.୭ ଲକ୍ଷ ଗଛ ଲଗାଯାଇଛି – ୧୦.୭୮ଲକ୍ଷ ଟନ୍ ଅଙ୍ଗାରକାମ୍ଳ ସମକକ୍ଷ ।
• ଆର୍ଥିକ ବର୍ଷ ୨୦୧୪-୧୫ ରୁ ଆର୍ଥିକ ବର୍ଷ ୨୦୨୪-୨୫ ମଧ୍ୟରେ, ୧୭ ଟି ଇକୋ-ପାର୍କ / ଖଣି ପର୍ଯ୍ୟଟନ ସ୍ଥଳ / ମନୋରଞ୍ଜନ ପାର୍କ ପ୍ରତିଷ୍ଠା କରାଯାଇଥିଲା ଏବଂ ୭ ଟି ପାର୍କକୁ ସ୍ଥାନୀୟ ପର୍ଯ୍ୟଟନ ସର୍କିଟ ସହିତ ସଂଯୁକ୍ତ କରାଯାଇଥିଲା ।
କର୍ପୋରେଟ୍ ସାମାଜିକ ଦାୟିତ୍ୱ (ସିଏସ୍ଆର୍)
• ପିଏସ୍ୟୁ ଗୁଡ଼ିକ ଦ୍ୱାରା ସିଏସ୍ଆର ଖର୍ଚ୍ଚ ୨୦୧୪-୧୫ରେ ୩୬୦.୫ କୋଟି ଟଙ୍କାରୁ ବୃଦ୍ଧି ପାଇ ୨୦୨୪-୨୫ରେ ୭୩୯.୬୨ କୋଟି ଟଙ୍କାକୁ ବୃଦ୍ଧି ପାଇଛି (୧୩୨% ବୃଦ୍ଧି) ।
• ଗତ ୧୧ ବର୍ଷରେ ମୋଟ ଖର୍ଚ୍ଚ: ₹୬୪୪୮ କୋଟି, ଯାହା ୩.୫ କୋଟି ନାଗରିକଙ୍କୁ ଲାଭ ଦେଇଛି ।
• ସ୍ୱାସ୍ଥ୍ୟସେବା, ଦକ୍ଷତା ବିକାଶ, ଆକାଂକ୍ଷୀ ଜିଲ୍ଲା, କ୍ରୀଡା ଏବଂ ଦିବ୍ୟାଙ୍ଗଜନ ଅନ୍ତର୍ଭୁକ୍ତିରେ ପ୍ରମୁଖ ପ୍ରକଳ୍ପ ।
ନିଯୁକ୍ତି ସୃଷ୍ଟି
• ସିଆଇଏଲ୍ ଏବଂ ଏଏଲ୍ ସିଆଇଏଲ୍ଦ୍ୱାରା ମିଶନ ମୋଡ୍ ନିଯୁକ୍ତି (୨୦୧୪-୨୦୨୫) ଅଧୀନରେ ୧୬୨୦୯ ଚାକିରି ପ୍ରଦାନ କରାଯାଇଛି ।
ସିଏସ୍ଆର୍ ମାଧ୍ୟମରେ, ଦକ୍ଷତା ଏବଂ ଜୀବିକା କାର୍ଯ୍ୟକ୍ରମ ମାଧ୍ୟମରେ ୬୨୦୦୦ରୁ ଅଧିକ ବ୍ୟକ୍ତିଙ୍କୁ ସଶକ୍ତ କରାଯାଇଛି ।
ଡିଜିଟାଲ୍ କ୍ରୟରେ ଉତ୍କର୍ଷ
• ଆର୍ଥିକ ବର୍ଷ ୨୦୨୪-୨୫: ଜେମ୍ ପୋର୍ଟାଲ ମାଧ୍ୟମରେ ₹୨.୧୧ ଲକ୍ଷ କୋଟି ଟଙ୍କାର ସାମଗ୍ରୀ ଏବଂ ସେବା କ୍ରୟରେ ୧୦୮% ଅଭିବୃଦ୍ଧି ।
• କୋଇଲା ମନ୍ତ୍ରଣାଳୟ ମନ୍ତ୍ରଣାଳୟ ମଧ୍ୟରେ ଏରଗ କ୍ରୟରେ ୰୧ ସ୍ଥାନ ଅଧିକାର କରିଛି ।
ଭାରତରେ ତୈଳ ଏବଂ ଗ୍ୟାସ କ୍ଷେତ୍ର: ଗୁରୁତ୍ୱ ଏବଂ ସଫଳତା
ତୈଳ ଏବଂ ଗ୍ୟାସ କ୍ଷେତ୍ର ଭାରତର ଆଠଟି ମୁଖ୍ୟ ଶିଳ୍ପ ମଧ୍ୟରୁ ଗୋଟିଏ ଏବଂ ଦେଶର ଅର୍ଥନୈତିକ ଇଞ୍ଜିନକୁ ଚଳାଇବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଭାରତ ବିଶ୍ୱରେ ତୃତୀୟ ସର୍ବବୃହତ ତୈଳ ଗ୍ରାହକ (୨୦୨୩ ସୁଦ୍ଧା), ଏହି କ୍ଷେତ୍ରକୁ ଦେଶର ଶକ୍ତି ସୁରକ୍ଷା ଏବଂ ଭବିଷ୍ୟତର ଅଭିବୃଦ୍ଧି ପାଇଁ ଗୁରୁତ୍ୱପୂର୍ଣ୍ଣ କରିଥାଏ । ୨୦୪୦ ସୁଦ୍ଧା ଭାରତର ଜିଡିପି ୮.୬ ଟ୍ରିଲିୟନ ଆମେରିକୀୟ ଡଲାରକୁ ବୃଦ୍ଧି ପାଇବାର ଆଶା କରାଯାଉଥିବାରୁ, ଶକ୍ତିର ଚାହିଦା, ବିଶେଷକରି ତେଲ ଏବଂ ପ୍ରାକୃତିକ ଗ୍ୟାସ, ପ୍ରାୟ ଦ୍ୱିଗୁଣିତ ହୋଇ ୧,୧୨୩ ନିୟୁତ ଟନ୍ ତେଲ ସମତୁଲ୍ୟ ହେବ, ଯାହା ଏହି କ୍ଷେତ୍ରକୁ ଘରୋଇ ଏବଂ ଆନ୍ତର୍ଜାତୀୟ ନିବେଶ ପାଇଁ କ୍ରମାଗତ ଭାବରେ ଆକର୍ଷଣୀୟ କରିଥାଏ ।
ପ୍ରମୁଖ ସଫଳତା (୨୦୧୪-୨୦୨୫)
• ତରଳ ପେଟ୍ରୋଲିୟମ୍ ଗ୍ୟାସ୍ (ଖଚଏ) ବିପ୍ଳବ:
କ୍ଟ ବିଗତ ୧୦ ବର୍ଷ ଭିତରେ ଏଲପିଜି ସଂଯୋଗ ୧୪.୫୧ କୋଟିରୁ ୩୨.୯୭ କୋଟିକୁ ବୃଦ୍ଧି ପାଇଛି ।
• ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା (ପିଏମ୍ୟୁଓ୍ୱାଇ)
ମେ ୨୦୧୬ରେ ଆରମ୍ଭ ହୋଇଥିବା ପିଏମ୍ୟୁଓ୍ୱାଇର ଲକ୍ଷ୍ୟ ଥିଲା ଗରିବ ପରିବାରର ବୟସ୍କ ମହିଳାଙ୍କୁ ଜମାମୁକ୍ତ ଏଲ୍ପିଜି ସଂଯୋଗ ପ୍ରଦାନ କରିବା, ଜାଳେଣି କାଠ ଏବଂ ଗୋବର ପିଠା ଭଳି ପାରମ୍ପରିକ ରୋଷେଇ ଇନ୍ଧନକୁ ବଦଳାଇ ସ୍ୱାସ୍ଥ୍ୟ, ପରିବେଶଗତ ସ୍ଥିରତା ଏବଂ ମହିଳା ସଶକ୍ତିକରଣକୁ ପ୍ରୋତ୍ସାହିତ କରିବା । ଉଜ୍ଜ୍ୱଳା-୨.୦ ଅଧୀନରେ, ପ୍ରବାସୀ ପରିବାର ପାଇଁ ଏକ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା, ଯାହା ସେମାନଙ୍କୁ ଠିକଣା ପ୍ରମାଣ ଏବଂ ରାସନ କାର୍ଡ ଆବଶ୍ୟକ କରିବା ପରିବର୍ତ୍ତେ ସ୍ୱୟଂ-ଘୋଷଣା ମାଧ୍ୟମରେ ଏକ ନୂତନ ଏଲପିଜି ସଂଯୋଗ ପାଇବାକୁ ଅନୁମତି ଦେଇଥିଲା ।
• ପାଇପ୍ ପ୍ରାକୃତିକ ଗ୍ୟାସ (ପିଏନ୍ଜି) ଏବଂ କମ୍ପ୍ରେସ୍ଡ ପ୍ରାକୃତିକ ଗ୍ୟାସ (ଜିଏନ୍ଜି) ର ବିସ୍ତାର
କ୍ଟ ପିଏନ୍ଜି ସଂଯୋଗ ପ୍ରାୟ ୬ଗୁଣ ବୃଦ୍ଧି ପାଇଛି,
କ୍ଟ ସିଏନ୍ଜି ଷ୍ଟେସନ ଦଶ ଗୁଣରୁ ଅଧିକ ବୃଦ୍ଧି ପାଇଛି,
କ୍ଟ ନିର୍ଦ୍ଦିଷ୍ଟ ଭୌଗୋଳିକ କ୍ଷେତ୍ର ପାଇଁ ସିଟି ଗ୍ୟାସ ବଣ୍ଟନ ନେଟୱାର୍କ ୫୩ ରୁ ୩୦୭ ହୋଇଛି ।
• ପ୍ରାକୃତିକ ଗ୍ୟାସ ପାଇପଲାଇନ ଏବଂ ଏଲ୍ଏ଼୍ଜି ଭିତ୍ତିଭୂମି:
କ୍ଟ ପ୍ରାକୃତିକ ଗ୍ୟାସ ପାଇପଲାଇନ ଗତ ଦଶନ୍ଧିରେ ୧୫,୩୪୦ କିଲୋମିଟର ରୁ ୨୫,୧୨୪ କିଲୋମିଟରକୁ ବୃଦ୍ଧି ପାଇଛି ।
କ୍ଟ ଏଲ୍ଏନ୍ଜି ଟର୍ମିନାଲ ସଂଖ୍ୟା ୪ ରୁ ୮ କୁ ଦ୍ୱିଗୁଣିତ ହୋଇଛି ।
• ଜୈବ ଇନ୍ଧନ ଏବଂ ଇଥାନଲ୍ ମିଶ୍ରଣ ପ୍ରଗତି:
କ୍ଟ ଜାତୀୟ ଜୈବ ଇନ୍ଧନ ନୀତି (୨୦୧୮, ୨୦୨୨ ରେ ସଂଶୋଧିତ) ୨୦୨୫-୨୬ ସୁଦ୍ଧା ୨୦% ଇଥାନଲ୍ ମିଶ୍ରଣ ଲକ୍ଷ୍ୟ ରଖିଛି ।
କ୍ଟ ଇଥାନଲ୍ ମିଶ୍ରଣ ୧.୫୩% (୨୦୧୪) ରୁ ୧୮.୫% (୨୦୨୫) କୁ ବୃଦ୍ଧି ପାଇଛି ।
କ୍ଟ ଇଥାନଲ୍ କ୍ରୟ ୨୦୧୪ରେ ୩୮ କୋଟି ଲିଟରରୁ ୨୦୨୫ରେ ୪୪୦.୭୪ କୋଟି ଲିଟରକୁ ବୃଦ୍ଧି ପାଇଛି ।
କ୍ଟ ଜୈବ ଡିଜେଲ୍ କ୍ରୟ ୧.୧୯ କୋଟି ଲିଟରରୁ ୪୩.୯୯ କୋଟି ଲିଟରକୁ ଦ୍ରୁତ ଗତିରେ ବୃଦ୍ଧି ପାଇଛି ।
ନିଷ୍କର୍ଷ
ଭାରତ କେବଳ ଏହାର ଶକ୍ତି କ୍ଷମତା ବୃଦ୍ଧି କରୁନାହିଁ, ଏହାକୁ ପୁନଃଆକାର ଦେଉଛି, ଶକ୍ତି ସୁରକ୍ଷା ସୁନିଶ୍ଚିତ କରିବା ସହିତ ଜଳବାୟୁ ପରିବର୍ତ୍ତନକୁ ମୁକାବିଲା କରୁଛି ଏବଂ ସମସ୍ତଙ୍କୁ ଆଧୁନିକ ଶକ୍ତି ଉପଲବ୍ଧତା ପ୍ରଦାନ କରୁଛି । ଗତ ଦଶନ୍ଧିରେ ଭାରତର ଶକ୍ତି ଯାତ୍ରା ଆତ୍ମନିର୍ଭରଶୀଳତା, ସ୍ଥିରତା ଏବଂ ନବସୃଜନ ଦିଗରେ ଏକ ରଣନୈତିକ ପରିବର୍ତ୍ତନକୁ ପ୍ରତିଫଳିତ କରୁଛି । ସାହସିକ ସଂସ୍କାର, ବ୍ୟାପକ ଭିତ୍ତିଭୂମି ପ୍ରସାରଣ ଏବଂ ନବୀକରଣ ପାଇଁ ଏକ ଦୃଢ଼ ପ୍ରୟାସ ସହିତ, ଦେଶ କେବଳ ଏହାର ବର୍ଦ୍ଧିତ ଶକ୍ତି ଚାହିଦା ପୂରଣ କରୁନାହିଁ ବରଂ ବିଶ୍ୱ ଜଳବାୟୁ ଲକ୍ଷ୍ୟରେ ଅର୍ଥପୂର୍ଣ୍ଣ ଯୋଗଦାନ ଦେଉଛି । ସବୁଜ ହାଇଡ୍ରୋଜେନ୍ ଠାରୁ ସୌର ଛାତ, ଗ୍ରାମୀଣ ବିଦ୍ୟୁତୀକରଣ ଏବଂ ଡିଜିଟାଲ୍ କ୍ରୟ ପର୍ୟ୍ୟନ୍ତ, ପ୍ରତ୍ୟେକ ପଦକ୍ଷେପ ସମସ୍ତଙ୍କ ପାଇଁ ଅନ୍ତର୍ଭୁକ୍ତ, ସୁରକ୍ଷିତ ଏବଂ ସ୍ୱଚ୍ଛ ଶକ୍ତିର ଭାରତର ଦୃଷ୍ଟିକୋଣକୁ ଗୁରୁତ୍ୱ ଦିଏ । ଦେଶ ଆଗକୁ ବଢ଼ିବା ସହିତ, ଏହାର ସନ୍ତୁଳିତ ଏବଂ ଭବିଷ୍ୟତ ଦୃଷ୍ଟିକୋଣ ଅର୍ଥନୈତିକ ଅଭିବୃଦ୍ଧି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ଶକ୍ତି ପ୍ରଦାନ କରୁଛି।