csstore

ଅର୍ଥନୈତିକ ସର୍ଭେ 2024-25 ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (MSME)କୁ ନିୟନ୍ତ୍ରଣମୁକ୍ତ କରିବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଆହ୍ୱାନ କରିଛି

  • ନିୟମଗୁଡ଼ିକର ବୋଝ ହ୍ରାସ କରି, ସରକାର ବ୍ୟବସାୟକୁ ଅଧିକ ଦକ୍ଷ ହେବାରେ, ଖର୍ଚ୍ଚ ହ୍ରାସ କରିବାରେ ଏବଂ ଅଭିବୃଦ୍ଧି ପାଇଁ ନୂତନ ସୁଯୋଗ ପ୍ରଦାନ କରିବାରେ ସାହାଯ୍ୟ କରିପାରିବେ: ଅର୍ଥନୈତିକ ସର୍ଭେ
  • ଅର୍ଥନୈତିକ ସର୍ଭେ 2024-25 ସେମାନଙ୍କର ମୂଲ୍ୟ-କାର୍ଯ୍ୟକ୍ଷମତା ପାଇଁ ନିୟମାବଳୀର ଏକ ପଦ୍ଧତିଗତ ସମୀକ୍ଷା କରିବା ଉଦ୍ଦେଶ୍ୟରେ ଏକ ତିନି-ସ୍ତରୀୟ ପ୍ରକ୍ରିୟାର ରୂପରେଖ ପ୍ରଦାନ କରୁଛି
  • ବ୍ୟବସାୟ କରିବାର ସହଜତା (EODB) 2.0 ବ୍ୟବସାୟର ପ୍ରତିବନ୍ଧକକୁ ଦୂର କରିବା ଲାଗି ଏକ ରାଜ୍ୟ-ନେତୃତ୍ୱାଧୀନ ପଦକ୍ଷେପ ହେବା ଉଚିତ ଯାହା

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ସଂସଦରେ ଅର୍ଥନୈତିକ ସର୍ଭେ 2024-25 ଉପସ୍ଥାପନ କରି କହିଛନ୍ତି, “ଭାରତ ପାଇଁ ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି ଅତ୍ୟନ୍ତ ଜରୁରୀ। “ଏହା କେବଳ ସେତେବେଳେ ସମ୍ଭବ ଯେତେବେଳେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଆର୍ଥିକ ସଂସ୍କାର ଜାରି ରଖି କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗଗୁଡ଼ିକୁ ଦକ୍ଷତାର ସହିତ କାର୍ଯ୍ୟ କରିବାକୁ ଏବଂ କମ ଖର୍ଚ୍ଚରେ ପ୍ରତିଯୋଗିତା କରିବାକୁ ସକ୍ଷମ କରିବେ।” ସେ କହିଛନ୍ତି ଯେ ବିଭିନ୍ନ କଠୋର ନିୟମକକୁ ହ୍ରାସ କରି ସରକାର କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗଗୁଡ଼ିକୁ ରୋଜଗାର କରିବା ସହଜ କରିପାରିବେ। ଏହା ବ୍ୟବସାୟଗୁଡ଼ିକୁ ଅଧିକ ଦକ୍ଷ କରିବା ସହ ସେମାନଙ୍କ ଉତ୍ପାଦ ଖର୍ଚ୍ଚ ହ୍ରାସ କରିବା ଏବଂ ଅଭିବୃଦ୍ଧି ପାଇଁ ନୂତନ ସୁଯୋଗ ସୃଷ୍ଟି କରିବ।
ଅର୍ଥନୈତିକ ସର୍ଭେ ଅନୁଯାୟୀ, ଅତ୍ୟଧିକ ନିୟନ୍ତ୍ରଣ କମ୍ପାନୀଗୁଡ଼ିକର ସମସ୍ତ କାର୍ଯ୍ୟକ୍ଷମ ନିଷ୍ପତ୍ତିର ମୂଲ୍ୟ ବୃଦ୍ଧି କରେ। ଗତ ଦଶନ୍ଧି ଧରି ସରକାର ଏମ୍‍ଏସ୍‍ଏମ୍‍ଇ ଗୁଡ଼ିକର ଅଭିବୃଦ୍ଧିକୁ ସହାୟତା ଏବଂ ପ୍ରୋତ୍ସାହନ ପାଇଁ ଅନେକ ନୀତି ଏବଂ ପଦକ୍ଷେପ କାର୍ଯ୍ୟକାରୀ କରିଛନ୍ତି । ରିପୋର୍ଟରେ କୁହାଯାଇଛି ଯେ ନିୟାମକ ଦୃଶ୍ୟପଟରେ କିଛି ଚ୍ୟାଲେଞ୍ଜ ଏବେ ବି ରହିଛି। ନିୟାମକ ଅନୁପାଳନ ଚାପ ଆନୁଷ୍ଠାନିକୀକରଣ ଏବଂ ଶ୍ରମ ଉତ୍ପାଦକତା, ନିଯୁକ୍ତି ଅଭିବୃଦ୍ଧି ଏବଂ ନବସୃଜନକୁ ବାଧା ଦେଉଛି। ପରୋକ୍ଷରେ ଏହା ଅଭିବୃଦ୍ଧି ହାର ଉପରେ ମଧ୍ୟ ଚାପ ସୃଷ୍ଟି କରୁଛି।
ସର୍ଭେ ଅନୁଯାୟୀ, ଭାରତରେ କମ୍ପାନୀଗୁଡ଼ିକ କ୍ଷୁଦ୍ର ହୋଇ ରହିବାର ଏକ ଧାରା ଦେଖାଯାଉଛି ଏବଂ ଏହା ପଛରେ ଯୁକ୍ତି ହେଉଛି ବିଭିନ୍ନ କଠୋର ନିୟମ। ବିଶେଷକରି ସେମାନେ ଶ୍ରମ ଓ ସୁରକ୍ଷା ଆଇନକୁ ଏଡାଇବାକୁ ଚାହୁଁଛନ୍ତି। ଏହା ନିଯୁକ୍ତି ସୃଷ୍ଟି ଏବଂ ଶ୍ରମ କଲ୍ୟାଣ ଉପରେ ସବୁଠାରୁ ନକାରାତ୍ମକ ପ୍ରଭାବ ପକାଇଥାଏ, ଯଦିଓ ଅଧିକାଂଶ ନିୟମ ମୂଳତଃ ଏଗୁଡ଼ିକୁ ପ୍ରୋତ୍ସାହିତ ଏବଂ ସୁରକ୍ଷା ଦେବା ପାଇଁ ଡିଜାଇନ୍ କରାଯାଇଛି।
ସର୍ବେକ୍ଷଣ ଅନୁଯାୟୀ, କେନ୍ଦ୍ର ସରକାର ଶାସନ ପ୍ରୟାରେ ସଂସ୍କାର, ଟିକସ ଆଇନରେ ସରଳୀକରଣ , ଯୁକ୍ତିଯୁକ୍ତ ଶ୍ରମ ନିୟମର କାର୍ଯ୍ୟକାରୀତା ଏବଂ ବ୍ୟବସାୟ ଆଇନକୁ ଅପରାଧମୁକ୍ତ କରି ଏମ୍‍ଏସ୍‍ଏମ୍‍ଇ ଉପରେ ନିୟନ୍ତ୍ରଣର ବୋଝ ହ୍ରାସ କରିଛନ୍ତି। “ଏହି ପରିପ୍ରେକ୍ଷୀରେ, ରାଜ୍ୟଗୁଡ଼ିକ ପ୍ରକ୍ରିୟାଗୁଡ଼ିକୁ ସରଳ ଏବଂ ଡିଜିଟାଇଜେସନ୍ କରି ଅନୁପାଳନ ବୋଝ ହ୍ରାସ କରିବା ଏବଂ ନିୟନ୍ତ୍ରଣମୁକ୍ତ କରିବା ପାଇଁ ମଧ୍ୟ କାର୍ଯ୍ୟରେ ଅଂଶଗ୍ରହଣ କରିଛନ୍ତି,” ବୋଲି ରିପୋର୍ଟରେ କୁହାଯାଇଛି। DPIIT ଦ୍ୱାରା ପ୍ରସ୍ତୁତ ବ୍ୟବସାୟ ସଂସ୍କାର କାର୍ଯ୍ୟ ଯୋଜନା (BRAP) ଅନୁଯାୟୀ, ରାଜ୍ୟଗୁଡ଼ିକର ମୂଲ୍ୟାଙ୍କନ ଦର୍ଶାଉଛି ଯେ ନିୟନ୍ତ୍ରଣ ମୁକ୍ତ କରିବା ପ୍ରକ୍ରିୟା ଶିଳ୍ପାୟନକୁ ତ୍ୱରାନ୍ୱିତ କରିବାରେ ସାହାଯ୍ୟ କରୁଛି।
ରାଜ୍ୟଗୁଡ଼ିକରେ ସଂସ୍କାରର ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ଏହି ପ୍ରକାରର ପ୍ରୟାସ ମୂଳଦୁଆ ପକାଇବ ବୋଲି ଉଲ୍ଲେଖ କରି, ଅର୍ଥନୈତିକ ସର୍ଭେ 2024-25 ରାଜ୍ୟଗୁଡ଼ିକ ପାଇଁ ମୂଲ୍ୟ-ସଙ୍କଟପୂର୍ଣ୍ଣ ନିୟମାବଳୀର ଏକ ବ୍ୟବସ୍ଥିତ ସମୀକ୍ଷା କରିବା ପାଇଁ ଏକ ତିନି-ସ୍ତରୀୟ ପ୍ରକ୍ରିୟାକୁ ଦର୍ଶାଇଛି।। ଏହି ପଦକ୍ଷେପଗୁଡ଼ିକରେ ନିୟନ୍ତ୍ରଣ ହ୍ରାସ ପାଇଁ କ୍ଷେତ୍ର ଚିହ୍ନଟ, ଅନ୍ୟ ରାଜ୍ୟ ଏବଂ ଦେଶଗୁଡ଼ିକ ସହିତ ନିୟମାବଳୀର ବ୍ୟାପକ ତୁଳନା ଏବଂ ବ୍ୟକ୍ତିଗତ ଉଦ୍ୟୋଗ ଉପରେ ପ୍ରତ୍ୟେକ ନିୟମାବଳୀର ମୂଲ୍ୟ ଆକଳନ ଅନ୍ତର୍ଭୁକ୍ତ।
ସମୀକ୍ଷାରେ ଉଲ୍ଲେଖ କରାଯାଇଛି ଯେ ବ୍ୟବସାୟ କରିବାର ସହଜତା (EoDB) 2.0 ଏକ ରାଜ୍ୟ ସରକାରଙ୍କ ନେତୃତ୍ୱାଧୀନ ପଦକ୍ଷେପ ହେବା ଉଚିତ ଯାହା ବ୍ୟବସାୟ କରିବାରେ ଥିବା ପ୍ରତିବନ୍ଧକଗୁଡ଼ିକୁ ଦୂର କରିବା ପାଇଁ ଧ୍ୟାନ ଦେବ। ଏହା ଉଲ୍ଲେଖ କରିଛି ଯେ EoDBର ପରବର୍ତ୍ତୀ ପର୍ଯ୍ୟାୟରେ, ରାଜ୍ୟଗୁଡ଼ିକ ମାନଦଣ୍ଡ ଏବଂ କଟକଣା ହ୍ରାସ କରିବା, ପ୍ରବର୍ତ୍ତନ ପାଇଁ ଆଇନଗତ ସୁରକ୍ଷା ପ୍ରଦାନ କରିବା, ଶୁଳ୍କ ଏବଂ ଚାର୍ଜ ହ୍ରାସ କରିବା ଏବଂ ବିପଦ-ଆଧାରିତ ନିୟନ୍ତ୍ରଣ କାର୍ଯ୍ୟକାରୀ କରିବା ସହିତ ଜଡିତ ନୂତନ ପଦକ୍ଷେପ ଉପରେ ଧ୍ୟାନ ଦେବା ଉଚିତ।
ଅନ୍ୟ ଦେଶର ଉଦାହରଣ ଦେଇ ରିପୋର୍ଟରେ କୁହାଯାଇଛି, “ରପ୍ତାନି, ପରିବେଶ, ଶକ୍ତି ଏବଂ ନିର୍ଗମନ ସହିତ ଜଡ଼ିତ ଚ୍ୟାଲେଞ୍ଜ ମଧ୍ୟରେ ଅଭିବୃଦ୍ଧି ପାଇଁ ସୁଯୋଗ ଖୋଜିବା ଅର୍ଥ ହେଉଛି ନିୟମାବଳୀକୁଡ଼ିକର ତୁରନ୍ତ ହ୍ରାସ ପାଇଁ କାମ କରିବା। ନିୟନ୍ତ୍ରଣ ହ୍ରାସ ନକରି, ଅନ୍ୟାନ୍ୟ ନୀତିଗତ ପଦକ୍ଷେପ ସେମାନଙ୍କର ଉଦ୍ଦିଷ୍ଟ ଲକ୍ଷ୍ୟ ହାସଲ କରିପାରିବ ନାହିଁ। କ୍ଷୁଦ୍ର ଉଦ୍ୟୋଗଗୁଡ଼ିକୁ ସଶକ୍ତ କରି, ଆର୍ଥିକ ସ୍ୱାଧୀନତା ବୃଦ୍ଧି କରି ଏବଂ ସମସ୍ତଙ୍କ ପାଇଁ ସମାନ ସୁଯୋଗ ପ୍ରଦାନ କରି, ସରକାର ଏପରି ଏକ ପରିବେଶ ସୃଷ୍ଟି କରିବାରେ ସାହାଯ୍ୟ କରିପାରିବେ ଯେଉଁଠାରେ ଅଭିବୃଦ୍ଧି ଏବଂ ନବସୃଜନ କେବଳ ସମ୍ଭବ ନୁହେଁ, ବରଂ ଅନିବାର୍ଯ୍ୟ ହେବ। ଭାରତର ବିକାଶ ଆକାଂକ୍ଷାକୁ ପୂରଣ କରିବା ପାଇଁ ଏହି କାର୍ଯ୍ୟଗୁଡ଼ିକୁ ରୂପାୟନ ପଡିବ।

jayashree
Leave A Reply

Your email address will not be published.