oom

ମୁରିବାହାଲ ବ୍ଲକସ୍ତରୀୟ ଲୋକ ମହୋତ୍ସବ ଅନୁଷ୍ଠିତ : ମୋଟ ୭୬ଟି କଳା ପରିବେଷଣ

jsmm

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ କାର୍ଯ୍ୟାଳୟ ପରିସରରେ ଗୁରୁବାର ବ୍ଲକସ୍ତରୀୟ ଲୋକ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଡ଼ିଓ ବାସନ୍ତୀ ସେଠୀଙ୍କ ସଭାପତିତ୍ୱରେ ତଥା ବିପିଏମ୍ ଡ. ଗୋପାଳକୃଷ୍ଣ ଦୀପଙ୍କ ସଂଯୋଜନାରେ ଅନୁଷ୍ଠିତ ଉତ୍ସବରେ ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର ମୁଖ୍ୟ ଅତିଥି, ତହସିଲଦାର ଜଗଦୀଶ କର୍ତ୍ତାମୀ, ବିଇଓ ଶାନ୍ତନୁ କୁମାର ପଢ଼ିହାରୀ, ସିଡିପିଓ ପୂର୍ଣ୍ଣିମା ବୈଠାରୁ, ଅର୍ଥ ଅଧିକାରୀ ଘେନୁରାମ ତାଣ୍ଡି, ଜିପିଡିଓ ଗଙ୍ଗାଧର ଛତର, ବିଧାୟକ ପ୍ରତିନିଧି ଗଙ୍ଗାଧର ହେର୍ଣ୍ଣା, ବ୍ଲକ କଳାକାର ସଂଘ ଉପସଭାପତି କୈଳାସ ଦଣ୍ଡସେନା ଓ ବିଏସ୍‌ଏସ୍‌ଓ ରିଙ୍କୁ ମେହେର ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ଲୋକ ମହୋତ୍ସବରେ ବିଚାରକ ରୂପେ ଅଧ୍ୟାପକ ଦିଲ୍ଲୀପ ପଶାୟତ, ବରିଷ୍ଠ କଳାକାର ସୁଦର୍ଶନ ଦୀପ, କନିଷ୍ଠ ଯନ୍ତ୍ରୀ ଦାଶରଥି ଶବର, ପିଇଓ ଗଣାଦୀପ ପୋଢ଼ ଓ ସୁଧାଂଶୁ ଶେଖର ପଟ୍ଟନାୟକ ରହିଥିଲେ । ଏଥିରେ ଲୋକବାଦ୍ୟ ଦଳୀୟ, ଲୋକବାଦ୍ୟ ଏକକ, ଲୋକ ସଙ୍ଗୀତ ଦଳୀୟ, ଲୋକ ସଙ୍ଗୀତ ଏକକ, ଲୋକ ନୃତ୍ୟ ଦଳୀୟ ଓ ଲୋକ ନାଟକ ଦଳୀୟରେ ପଞ୍ଜିକରଣ କରିଥିବା ମୋଟ ୭୬ଟି କଳା ପରିବେଷଣ ହୋଇଥିଲା । ଅଂଶଗ୍ରହଣ କରିଥିବା ସମସ୍ତ କଳାକାରମାନଙ୍କୁ ଅତିଥିମାନଙ୍କ ଦ୍ଵାରା ମାନପତ୍ର ପ୍ରଦାନ କରାଯାଇଥିଲା । ବ୍ଲକ କାର୍ଯ୍ୟାଳୟ ପରିସରରେ ବିଭିନ୍ନ ବିଭାଗର ଷ୍ଟଲ ଖୋଲାଯାଇଥିଲା । ଏହି ଉତ୍ସବରେ ବ୍ଲକ ଅଞ୍ଚଳର ସମସ୍ତ କଳାକାରଙ୍କ ସହ ସମସ୍ତ ସରପଞ୍ଚ, ସମିତି ସଭ୍ୟ, ବ୍ଲକ କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି, ଅଙ୍ଗନୱାଡ଼ି କର୍ମୀ, ସମସ୍ତ ଓଏଲ୍‌ଏମ୍‌ କର୍ମଚାରୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ବ୍ଲକ ଏଇଇ ଅବିନାଶ ମୁଦି ଧନ୍ୟବାଦ୍ ଦେଇଥିଲେ ।

jittmm
Leave A Reply

Your email address will not be published.