ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ଗ୍ରାମର ଜଣେ ବରିଷ୍ଟ ବିଜେପି କାର୍ଯ୍ୟକର୍ତ୍ତା ତଥା ପ୍ରତିଷ୍ଠାତା କୁଳମଣୀ ବେହେରା(୭୩)ଙ୍କ ଗତକାଲି ରାୟପୁର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଅକାଳ ବିୟୋଗ ଘଟିଛି । ସେ ଜଣେ ଭଦ୍ର ଓ ଆମାୟିକ ବ୍ୟକ୍ତି ଭାବରେ ପରିଚିତ ଥିଲେ । ତାଙ୍କ ପ୍ରଚେଷ୍ଟାରେ ବହୁତ କର୍ମୀ ବିଜେପିରେ ଯୋଗଦାନ କରିଛନ୍ତି । ତାଙ୍କୁ ବିଜେପି ତରଫରୁ ଅଟଳ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଗତକାଲି ସନ୍ଧ୍ୟାରେ ତାଙ୍କ ମର ଶରୀର ରାୟପୁରରୁ ପହଞ୍ଚିବା ପରେ ତାଙ୍କ ପରିବାର ଲୋକ ଓ ମାଣ୍ଡୋସିଲ ପଞ୍ଚାୟତ ସରପଞ୍ଚ ଓମ୍ପ୍ରକାଶ ନାୟକ, ଲଳିତ ଜଗତ, କୈଳାସ ଦାସ, ନବୀନ ପ୍ରଧାନ, ଘନଶ୍ୟାମ ସାହୁ, ସହଦେବ ମେହେର, ହୃଷୀକେଶ ପ୍ରଧାନ ଓ କଲାକାହ୍ନୁ କଲେତ, ନିତ୍ୟାନନ୍ଦ ସାହୁ ଓ ଫିରୋଜ୍ ଖାଁନ ଉପସ୍ଥିତିରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । ସେ ତାଙ୍କ ପଛରେ ତାଙ୍କ ସ୍ତ୍ରୀ ଯଶୋଦା ବେହେରା ଓ ୨ଟି ଝିଅ ୨ଟି ଜ୍ୱାଇଁ ୫ଟି ନାତି ନାତୁଣୀଙ୍କୁ ଛାଡ଼ି ଯାଇଛନ୍ତି । ତାଙ୍କ ଅକାଳ ବିୟୋଗରେ ଗାଁରେ ଶୋକର ଛାୟା ଖେଳି ଯାଇଛି ।
Next Post