oom

ଖଡ୍ଗ ଶୋଭାଯାତ୍ରା ସମ୍ପନ୍ନ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରିୟ ମହାସଭାର ୧୨ ହାତ ଖଡ୍ଗ ଶୋଭାଯାତ୍ରା ମହାସମାରୋହରେ ସମ୍ପନ୍ନ ହୋଇଯାଇଛି । ମହାସଭାର କାର୍ଯ୍ୟକାରୀ ସଭାପତି ଉପେନ୍ଦ୍ର କୁମାର ନାୟକ ଓ ସାଧାରଣ ସମ୍ପାଦକ ଶଶଧର ପାତ୍ରଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଭାପତି ଦିଲ୍ଲୀପ ରାୟଙ୍କ ଅନୁପସ୍ଥିତିରେ ତାଙ୍କ ପ୍ରତିନିଧି ସମାଜସେବୀ ହରିହର ରାଉତରାୟ ସଭାପତିତ୍ୱ କରିଥିଲେ । ପ୍ରାରମ୍ଭରେ ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ ନଡ଼ିଆ ଭାଙ୍ଗି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିବା ବେଳେ ଡାକ୍ତର ଉତ୍ତମ ଚରଣ ଜେନା, ନିହାରିକା ବସ୍ତିଆ, ପ୍ରାକ୍ତନ ବିଧାୟକ ପ୍ରଭାତ ମହାପାତ୍ର ଓ ସୁବ୍ରତ ତରାଇ, ଉପଦେଷ୍ଟା ଯଦୁମଣି ସ୍ୱାଇଁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଅନୁଷ୍ଠାନର ମୁଖପାତ୍ର କୁଞ୍ଜବିହାରୀ ରାଉତଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଅଧ୍ୟାପକ କରୁଣାକର ପାଟ୍ଟଶାଣୀ ଯୋଗଦେଇ ଖଣ୍ଡାୟତ କ୍ଷତ୍ରିୟଙ୍କ ଐତିହ୍ୟ ଓ ପରମ୍ପରା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ସାଧାରଣ ସମ୍ପାଦକ ଶ୍ରୀ ପାତ୍ର ଅନୁଷ୍ଠାନର ଇତିବୃତ୍ତି ସହ ମହାସଭାକୁ ଏକ ଅନନ୍ୟ ସଂଗଠନ ଭାବେ ଗଢିତୋଳିବାକୁ ଆହ୍ୱାନ ଦେଇଥିଲେ । ସଭାପତି ଶ୍ରୀ ରାଉତରାୟ ତାଙ୍କ ବକ୍ତବ୍ୟରେ ଲକ୍ଷ୍ୟ ଓ ଆଭିମୁଖ୍ୟ ହେଲେ ତାହା ଅନୁଷ୍ଠାନକୁ ଶକ୍ତିଶାଳୀ କରିବ ବୋଲି ମତ ରଖିବା ସହ ଅନୁଷ୍ଠାନ ପାଇଁ ଅର୍ଥର ଅଭାବ ରହିବ ନାହିଁ ବୋଲି କହିଥିଲେ । ଅତିଥି ଡାକ୍ତର ଜେନା ଐକ୍ୟବଦ୍ଧତା ଓ ସଂଗଠନ ପ୍ରତିବଦ୍ଧତାକୁ ଗୁରୁତ୍ୱାରୋପ କରିଥିଲେ । ଅତିଥି ତଥା ବିଧାୟକ ଶ୍ରୀତନ୍ତୀ ଅନୁଷ୍ଠାନକୁ ଆର୍ଥିକ ସହାୟତା ଯୋଗାଇଦେବାକୁ କହିବା ସହ ଆଗାମୀ ଦିନରେ ଏହି ଅନୁଷ୍ଠାନ ସମଗ୍ର ଜିଲ୍ଲାରେ ନିଜର କର୍ତ୍ତବ୍ୟନିଷ୍ଠା ପାଇଁ ସ୍ଵତନ୍ତ୍ର ପରିଚିତି ଲାଭ କରିବ ବୋଲି ଆଶା ପ୍ରକଟ କରିଥିଲେ । ପ୍ରାରମ୍ଭରେ ଉପସଭାପତି ରବିନାରାୟଣ ପରିଡ଼ା କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ଶେଷରେ ସଂଗଠନ ସମ୍ପାଦକ ଜଗନ୍ନାଥ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟତମ ବରିଷ୍ଠ ଉପଦେଷ୍ଟା ସୁରେନ୍ଦ୍ର କୁମାର ରାଉତଙ୍କ ଦିଗ୍‌ଦର୍ଶନରେ ଖଣ୍ଡାୟତ କ୍ଷତ୍ରିୟ ମହିଳା ଓ ଭାଇମାନେ ଖଡ୍ଗ ଭବନରୁ ବାହାରି ସେକ୍ଟର-୨ ସ୍ଥିତ ବିଜୁ ପଟ୍ଟନାୟକ ଛକକୁ ଯାଇ ସେଠାରେ ମାଲ୍ୟାର୍ପଣ ପରେ ପୁଣି ଖଡ୍ଗ ଭବନକୁ ଫେରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନିରଦ କୁମାର ରାଉତ, ସୁଧୀର ସୁନ୍ଦର ରାୟ, ବାବାଜୀ ଚରଣ ସ୍ୱାଇଁ, ମୀନତି ବିଶ୍ୱାଳ ପ୍ରମୁଖ ବକ୍ତବ୍ୟ ରଖିଥିବା ବେଳେ କାର୍ଯ୍ୟକ୍ରମ ପରିଚାଳନାରେ ପ୍ରଯୁକ୍ତା ଭବାନୀ ନାୟକ, ପ୍ରଶାନ୍ତ ଭୁଜବଳ, ସାଗରିକା ଭୁଜବଳ, କିଶୋର ନାୟକ, ଗଙ୍ଗାଧର ନାୟକ, ଶମ୍ଭୁନାଥ ପରିଡା, ରତ୍ନାକର ବଳ, ରଥିନ୍ଦ୍ର ପ୍ରଧାନ, ରାଜେନ୍ଦ୍ର ନାୟକ, ନାରାୟଣ ସାମଲ, ତନୁ ପ୍ରଧାନ, ସ୍ୱପ୍ନାରାଣୀ ଭଞ୍ଜଦେଓ, ତପସ୍ୱିନୀ ନାୟକ, ଅମୂଲ୍ୟ ଚରଣ ବରାଳ, ରୀତା ସାମଲ, ସସ୍ମିତା ପ୍ରଧାନ, ରଞ୍ଜନ ବିଶ୍ୱାଳ, ଉଗ୍ରସେନ ବିଶ୍ୱାଳଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଚଳିତ ବର୍ଷ ଅନୁଷ୍ଠାନ ପ୍ରତି କିଛି ସମର୍ପିତ ସଦସ୍ୟ, ସଦସ୍ୟାଙ୍କୁ ମାନପତ୍ର ଓ ଉପଢ଼ୌକନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାରମ୍ଭରେ ଗୁରୁ ଜ୍ୟୋତିର୍ମୟ ଆଚାର୍ଯ୍ୟ ଓ ସାଥୀ ପ୍ରାରମ୍ଭିକ ସଂଗୀତ ଗାନ କରିଥିବା ବେଳେ ପୂଜକ ଭାବେ ଦୁର୍ଯ୍ୟୋଧନ ମିଶ୍ର ଦାୟିତ୍ଵ ତୁଲାଇଥିଲେ ।

jittmm
Leave A Reply

Your email address will not be published.