oom

ନବୀନ ନିବାସରେ ବିଜେଡ଼ିର ବରିଷ୍ଠ ନେତାଙ୍କ ଭିଡ଼

jsmm

ଭୁବନେଶ୍ୱର : ନବୀନ ନିବାସରେ ବିଜେଡ଼ିର ବରିଷ୍ଠ ନେତାଙ୍କ ଭିଡ଼ ଦେଖିବାକୁ ମିଳିଛି । ନବୀନ ନିବାସରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗ ଦେଇଛନ୍ତି ବିଜେଡ଼ିର ବରିଷ୍ଠ ନେତାମାନେ । ବୈଠକରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ ଭି.କେ.ପାଣ୍ଡିଆନ୍‌ ମଧ୍ୟ ଉପସ୍ଥିତ ଥିବା ଖବର ମିଳୁଛି । ବିଜେଡ଼ି କାହିିଁକି ଏଭଳି ବିପର୍ଯ୍ୟୟର ସମ୍ମୁଖୀନ ହେଲା ତାହାର ତର୍ଜମା କରାଯିବା ସହ ଆଗାମୀ ସମୟରେ କ’ଣ ରଣନୀତି ଅବଲମ୍ବନ କରିବ ବିଜେଡ଼ି, ଏ ସଂପର୍କରେ ବୈଠକରେ ଆଲୋଚନା ହେବ ବୋଲି କୁହାଯାଉଛି । ନବୀନ ନିବାସରେ ପହଂଚିଛନ୍ତି କଳିକେଶ ନାରାୟଣ ସିଂହଦେଓ, ପ୍ରତାପ ଦେବ, ପ୍ରତାପ ଜେନା, ବରିଷ୍ଠ ଉପସଭାପତି ଦେବୀ ମିଶ୍ର, ଅତନୁ ନାୟକ ତଥା ଆହୁରି ବହୁ ବିଜେଡ଼ିର ବରିଷ୍ଠ ନେତା ସମୂହ । ଓଡ଼ିଶାବାସୀଙ୍କ ପୁଣି ପ୍ରିୟଭାଜନ ହେବା ପାଇଁ କ’ଣ ପଦକ୍ଷେପ ନେବ ବିଜେଡ଼ି, କିଏ ହେବ ବିରୋଧୀ ଦଳ ନେତା, ବିଜେଡ଼ି ଗାଦିଚ୍ୟୁତ ହେବାର ପ୍ରମୁଖ କାରଣ ଗୁଡ଼ିକ କ’ଣ ଏସବୁ ବିଷୟରେ ଏହି ବୈଠକରେ ବିଶେଷ ଭାବେ ଆଲୋଚନା ହେବ ବୋଲି କୁହାଯାଉଛି ।

jittmm
Leave A Reply

Your email address will not be published.