ହନୁମାନ ପ୍ରତିମୂର୍ତ୍ତି – ଜମି ଜାଗାକୁ ନେଇ ବିବାଦ ଗାଳିଗୁଲଜ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଥାନା ଅଧୀନସ୍ଥ ଦାମୋରପୁର ଗ୍ରାମର ହନୁମାନଙ୍କ ବାର୍ଷିକ ଉତ୍ସବ ପାଳନ ପାଇଁ ଆଲୋଚନା ଚାଲିଥିବା ବେଳେ ବସନ୍ତ ଦାସ ତାଙ୍କ ସ୍ତ୍ରୀ ଓ ପୁଅ ତଥା ରାଧା ଦାମୋଦର ମନ୍ଦିରର ମାଲିକ ବୋଲାଉଥିବା ଜ୍ୟନିକ ମହିଳା ଜଣକ ଅଶ୍ଳୀଳ ଭାଷାରେ ଜାତୀ ସମ୍ପର୍ଯ୍ୟଦୟକଙ୍କୁ ନେଇ ଗାଳିଗୁଲଜ କରିବା ସହ ଗ୍ରାମବାସୀ ଆକ୍ଷେପ କରି ଗ୍ରାମର ଜୈନେକ ଯୁବକକୁ ମାଡ଼ ମାରିଥିଲେ । ଏଥି ସହ ମା ଓ ପୁଅ ତୁମ ଗ୍ରାମର ଅଧା ଲୋକ ମୋର ଜାଗାରେ ଘର କରିଛନ୍ତି । ମୁଁ ଚାହିଁଲେ ତୁମ ମାନଙ୍କୁ ଗ୍ରାମରୁ ବାହାର କରିଦେବି ବୋଲି ଧମକ ଦେଇଥିଲେ । ଉକ୍ତ ଖବର ଗ୍ରାମରେ ପ୍ରଚାରିତ ହେବା ପରେ ଶହ ଶହ ମହିଳା ଓ ପୁରୁଷ ଘଟଣାସ୍ଥଳରେ ଏକତ୍ରିତ ହେବା ସହ ମା ଓ ପୁଅଙ୍କୁ ଗାଳିଗୁଲଜ ଓ ମାଡ଼ ମାରିବା ପ୍ରତିବାଦରେ ପ୍ରାୟ ଅଢେଇ ଘଣ୍ଟାରୁ ଅଧିକ ସମୟ ଅଟକ ରଖିଥିଲେ । ଖବର ପାଇ ଗଞ୍ଜାମ ଥାନା ଏସ୍‌ଆଇ ଅନିରୁଦ୍ଧ ସ୍ୱାଇଁ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରିଥିଲେ ମଧ୍ୟ ଗ୍ରାମବାସୀ ଶୁଣି ନଥିଲେ । ଫଳରେ ପୁଲିସକୁ ନାକେଦମ୍‌ ହେବାକୁ ପଡିଥିଲା । ପୁଲିସ ଯେତେ ଲୋକଙ୍କୁ ବୁଝାଇଥିଲେ ମଧ୍ୟ ଗ୍ରାମବାସୀ ଶୁଣି ନଥିଲେ । ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା । ଏନେଇ ମାଡ଼ ଖାଇଥିବା ଯୁବକ ରଞ୍ଜନ ବେହେରା କହିବା ଅନୁଯାଇ ହନୁମାନଙ୍କ ବର୍ଷକ ପୂଜା ପାଇଁ ଆଲୋଚନା ଚାଲିଥିବା ବେଳେ ସେ ଆସି ମୋ ଜାଗାରେ ଜେସିବି ଲଗାଇବାକୁ ତୁମେମାନେ କିଏ କହିବା ସହ ମୋ ଉପରକୁ ହାତ ଉଠାଇଥିଲେ । ଏବଂ ଗ୍ରାମର ଜୈନେକ ମାଛ ବ୍ୟବସାୟୀ ବୀରବର ବେହେରା ଏହାର ବାରଣ କରିବା ବେଳେ ତାଙ୍କ ହାତକୁ କାମୁଡିବାକୁ ଚେଷ୍ଟା କରିଥିଲେ । ଉକ୍ତ ଘଟଣା ନେଇ ଗ୍ରାମର ଅପ୍ରୀତି କର ପରିସ୍ଥିତି ସୁଷ୍ଟି ହେଇଥିଲା ଗଞ୍ଜାମ ଆଇ. ଆଇ. ସି. ସୁମିତ୍ରା ପାତ୍ର ଆସି ଶତାଧିକ ମହିଳା ଓ ଯୁବକଙ୍କୁ ଆଲୋଚନା କରି ଏହାର ସମାଧାନ କରିଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.