csstore

କନଗାଁ ଉଚ୍ଚ ବିଦ୍ୟାଳୟରେ ଭାଷା, ସାହିତ୍ୟ ଓ ସୃଜନଶୀଳତା ଉତ୍ସବ

ବରଗଡ଼, (କେପିଏନ୍‌ଏସ୍‌) : ସୋହେଲା ବ୍ଲକ ଅନ୍ତର୍ଗତ କନଗାଁ ଉଚ୍ଚ ବିଦ୍ୟାଳୟଠାରେ ମହାସମାରୋହରେ ଭାଷା, ସାହିତ୍ୟ ଓ ସୃଜନଶୀଳତା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରଧାନଶିକ୍ଷକ ଡୋଳାମଣୀ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ୟାମକୁମର ବାରିକ, ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଶିକ୍ଷକ ସୁଦାମ ବାରିକ, ସମ୍ମାନିତ ଅତିଥି ଭାବେ ସିଆର୍‌ସିସି କେଦାରନାଥ ସାହୁ, ବିଦ୍ୟାଳୟ ମୋ ସ୍କୁଲ କମିଟିର ସଭାପତି ବାଳମୁକୁନ୍ଦ ବାରିକ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ସହ ପୁରସ୍କାର ପ୍ରଦାନ କରିଥିଲେ । ଛାତ୍ରୀ ହାସିନା ଭୋଇ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । କ୍ରୀଡ଼ାଙ୍ଗନ, ସାହିତ୍ୟ ସୃଜନ, କୌଶଳ ଏବଂ ଜିଜ୍ଞାସା କ୍ଲବର ସଦସ୍ୟ ପ୍ରକଳ୍ପ ଉପସ୍ଥାପନା ସହ ସ୍ୱରଚିତ ଗଳ୍ପ, କବିତା ପଠନ କରିଥିଲେ । ଏହାପରେ ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟର ଶିକ୍ଷକ ନିରଞ୍ଜନ ସାହୁ, ଚିନ୍ତାମଣୀ ପାତ୍ର, ଭୂବନେଶ୍ୱର ପ୍ରଧାନ, ନୀଳମଣୀ ପଧାନଙ୍କ ସହ ପରିଚାଳନା କମିଟିର ସଦସ୍ୟ, ସଦସ୍ୟା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ଅଭିଭାବକ ଅଭିଭାବିକା ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ ।

jayashree
Leave A Reply

Your email address will not be published.