csstore

ମଧୁମୟ କଳା ସଂଗଠନର ଆଲୋଚନା ଚକ୍ର

ବରଗଡ଼, (ନିରୋଜ କୁମାର ପାଣୀ) : ମଧୁମୟ କଳା ସଂଗଠନ ଏବଂ ହଜାରୁ ବାଗ ଫାଉଣ୍ଡେସନର ମିଳିତ ଆନୁକୁଳ୍ୟରେ ମଧୁମୟ କଳା ସଂଗଠନର ଅଧ୍ୟକ୍ଷ ମୋତିଲାଲ ବାଗଙ୍କ ଅଧ୍ୟକ୍ଷତାରେ ଆଲୋଚନା ଚକ୍ରରେ ସାଂପ୍ରତିକ ସ୍ଥିତିରେ ଲୋକକଳା ସଂସ୍କୃତି ଏବଂ କଳାକାର ପ୍ରସଙ୍ଗ ଉପରେ ମୁଖ୍ୟ ଅତିଥି ଭାବରେ ମୁକ୍ତାକାଶ ରଙ୍ଗମଞ୍ଚ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ବରଗଡର କଂସ ଅଭିନେତା ଭୁବନେଶ୍ବର ପ୍ରଧାନ, ସମ୍ମାନିତ ଅତିଥି ଭାବେ ଆଶୁତୋଷ ରଥ ରାଜ୍ୟ ଉପସଭାପତି ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘ, ସୁମନ୍ତ ସୁନା ସଂସ୍କୃତି ପ୍ରେମୀ ତଥା ସମାଜସେବୀ ବଲାଙ୍ଗିର ଏବଂ ମୁଖ୍ୟ ବକ୍ତା ଭାବରେ ଡକ୍ଟର ବିରେନ୍ଦ୍ର କୁମାର ବାଗ, ଲୋକ ସଂସ୍କୃତି ଗବେଷକ ଓଡିଶା ଯୋଗ ଦେଇ ଲୋକକଳା ସଂସ୍କୃତି ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ସମାଜସେବୀ ଦିବସ କୁମାର ସାହୁ ଏବଂ ସମାଜସେବୀ ସୁବ୍ରତ ବିର୍ତ୍ତିଆଙ୍କୁ ମାଟିର ଗୌରବ ସମ୍ମାନରେ ସମ୍ମାନିତ କରାଯାଇଥିବା ବେଳେ କଣ୍ଠଶିଳ୍ପୀ ସୁଶ୍ରୀ ସୌଭାଗ୍ୟ ଲକ୍ଷ୍ମୀ ଦାଶ, ନୃତ୍ୟଶିଳ୍ପୀ ବଳରାମ ସାହୁ, ନୃତ୍ୟଶିଳ୍ପୀ ଆଲିଶା ଅଗ୍ରଓ୍ବାଲଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ପୁର୍ବରୁ ଉଭୟ ସଂଗଠନର ମିଳିତ ଆନୂକୁଳ୍ୟରେ ହୋଇଥିବା ଅନଲାଇନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ସଂପାଦକ ଜଗନ୍ନାଥ କୁମ୍ଭାର ଧନ୍ୟବାଦ ଜ୍ଞାପନ କରିଥିଲେ ।

jayashree
Leave A Reply

Your email address will not be published.