ଧନୁଯାତ୍ରା ମହୋତ୍ସବର କଳାକାରମାନଙ୍କୁ ଆର୍ଥିକ ସହାୟତା ଦାବୀ

ବରଗଡ଼, (ସତ୍ୟନାରାୟଣ ପଧାନ) : ବିଶ୍ଵ ବିଖ୍ୟାତ ଧନୁଯାତ୍ରା ମହୋତ୍ସବ ଚଳିତ ବର୍ଷ କୋଭିଡ କଟକଣା ଯୋଗୁଁ ବାତିଲ ହେବା ପରେ ମସୋତ୍ସବର କଳାକାରମାନେ ଆର୍ଥିକ ସଂକଟର ସମ୍ମୁଖୀନ ହୋଇଛନ୍ତି । ଏହି କଳାକାରମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ପଶ୍ଚିମ ଓଡ଼ିଶା କଳାକାର ମହାସଂଘ ପକ୍ଷରୁ ଜିଲ୍ଲାପାଳ ତଥା ମହୋତ୍ସବ ସମିତିର ସଭାପତି ଜ୍ୟୋତିରଞ୍ଜନ ପ୍ରଧାନଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଥିଲେ । କଳାକାର ମହାସଂଘର ଅଧ୍ୟକ୍ଷ ଚୈତନ୍ୟ ପାଇକ, ଭୁବନେଶ୍ୱର ପ୍ରଧାନଙ୍କ ସହ ସମସ୍ତ କଳାକାର ଉପସ୍ଥିତ ଥିଲେ ।

Leave A Reply

Your email address will not be published.