oom

ବଲାଙ୍ଗିର ଜିଲ୍ଲା ସିନିୟର ନକଆଉଟ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟରେ ଭାଗ ନେବେ ୧୨୦ ଦଳ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ତା.୨୪.୦୯.୨୦୨୩ ରବିବାରଠାରୁ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ । ଏଥିରେ ୧୨୦ଟି ଦଳ ଅଂଶ ଗ୍ରହଣ କରିବେ । ୨୪ ତାରିଖ ରବିବାର ପଲ୍ଲିଶ୍ରୀ ଷ୍ଟାଡିୟମ ସାଇଟ ସଦାଇପାଲିଠାରେ ସାଇଟ ସ୍ପୋର୍ଟ ସୋସାଇଟି ସଦାଇପାଲି ବନାମ ଜେଏଫ୍‌ସି ପରଧିଆପାଲି, କଣ୍ଟାବାଞ୍ଜି ରେଲୱେ ପଡିଆଠାରେ ଚଟୁଅନକା ବନାମ ବାଜୀରାଉତ ଏଫ୍‌.ସି., ଜରାସିଂହା ମିନି ଷ୍ଟାଡିୟମଠାରେ ବି.ଏନ୍‌.ଏ.ଏ. ଜରାସିଂହା ବନାମ ବଡଙ୍ଗୋମୁଣ୍ଡା, ଖପ୍ରାଖୋଲ ପଡିଆରେ ଖପ୍ରାଖୋଲ ବନାମ କୁହାବବାଉଁଶ ଓ ଚୁଡାପାଲି ପଡିଆରେ ଢୁଲୁସର ବନାମ ଡଙ୍ଗାଘାଟ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ ହେବ । ୨୫ ତାରିଖ ସୋମବାର ସୁଜିଆ ପଡିଆରେ ସୁଜିଆ ବନାମ ସଲତରପାଲି ଲୋଇସିଂହା ମିନିଷ୍ଟାଡିୟମରେ ଲୋଇସିଂହା ଏ.ଏ. ବନାମ ଏସ୍‌ଆରଏଫ୍‌ଏ ତେନ୍ତୁଳିଖୁଣ୍ଟି, ଖୁଜେନପାଲି ପଡିଆରେ ରେଲୱେ ମର୍ଣିଂଷ୍ଟାର ବନାମ କୁରୁଲ, ଟିଟିଲାଗଡ ସି.ଟି ସ୍କୁଲ ପଡିଆରେ ଜେ.ତି କ୍ଲବ ଭାଟିପଡା ବନାମ ରାଜୀବ କ୍ଲବ ନାନେଝର, ପାଟଣାଗଡ ପଡିଆରେ କୁତମୁଣ୍ଡା ବନାମ ଭରୁଆମୁଣ୍ଡା ମଧ୍ୟରେ ଖେଳ ହେବ । ୨୬ ତାରିଖ ମଙ୍ଗଳବାର ହଳଦି ପଡିଆରେ ହଳଦି ବନାମ ଡୁଡୁକାପଡା, ଖୋଲାନ ପଡିଆରେ ଖୋଲାନ ବନାମ ମହଗାଁ ଓ ଟାଉନ ହାଇସ୍କୁଲ ବଲାଙ୍ଗିର ପଡିଆରେ ପୋଗ୍ରେସିଭ୍‌ (ବି) ବନାମ ମାଣିକେଶ୍ୱରୀ କନ୍ଧପାଲି ମଧ୍ୟରେ ଖେଳ ହେବ । ନକ୍‌ ଆଉଟ ପଦ୍ଧତିରେ ୧୩ ଗୋଟି ପଡିଆରେ ୮ଟି ଗୃପରେ ୬ ତାରିଖ ପର୍ଯ୍ୟନ୍ତ ଖେଳ ଗୁଡିକ ହେବ ।

ସେହିପରି ଗାନ୍ଧୀ ଷ୍ଟାଡିୟମ ବଲାଙ୍ଗିରଠାରେ ସୁପର ନକ୍‌ ଆଉଟ ଅକ୍ଟୋବର ୭ରୁ ୧୦ ତାରିଖ ପର୍ଯ୍ୟନ୍ତ ହେବ । ୧୧ ତାରିଖ ପ୍ରଥମ ସେମି ଓ ୧୨ ତାରିଖ ଦ୍ୱିତୀୟ ସେମି ଫାଇନାଲ ଖେଳ ହେବ । ୧୪ ତାରିଖ ଗ୍ରାଣ୍ଡ ଫାଇନାଲ ଖେଳ ଗାନ୍ଧୀ ଷ୍ଟାଡିୟମଠାରେ ହେବ ବୋଲି କ୍ରିଡା ସଂସଦ ସୁତ୍ରରୁ ପ୍ରକାଶ । ବହୁ ସଂଖ୍ୟାରେ କ୍ରିଡାପ୍ରେମୀ ଉପସ୍ଥିତ ରହି ଖେଳାଳୀମାନଙ୍କୁ ଉତ୍ସାହିତ କରିବାକୁ ସଂସଦର କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ର, ସାଧାରଣ ସଂପାଦକ ହରିନାରାୟଣ ପୁଜାରୀ, ଫୁଟବଲ ସଂପାଦକ ହେମନ୍ତ କୁମାର ବେହେରା ଅନୁରୋଧ ଜଣାଇଛନ୍ତି ।

jittmm
Leave A Reply

Your email address will not be published.