ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି ଅଭିଯୋଗ

ଦେଓଗାଁ, (କେପିଏନ୍‌ଏସ୍‌) : ଦେଓଗାଁ ଥାନା ଦେଓଗାଁ କନ୍ଧପାଲିର ଅବସରପ୍ରାପ୍ତ ଶିକ୍ଷକ ଚୈତନ୍ୟ ସାହୁଙ୍କ ଘରୁ ରବିବାର ରାତିରେ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଦେଓଗାଁ ହାଇସ୍କୁଲର ସଂସ୍କୃତ ଶିକ୍ଷକ ଚୈତନ୍ୟ ସାହୁ ରବିବାର ଅବସର ଗ୍ରହଣ କରିଥିଲେ । ତେବେ ସେହି ଦିନ ରାତିରେ ସପରିବାର ଅନୁପସ୍ଥିତ ଥିବା ବେଳେ ତାଙ୍କ ଘରୁ ଚୋରି ହୋଇଥିଲା । ଘରେ ଲାଗିଥିବା ସିସିଟିଭି କ୍ୟାମେରା ଭାଙ୍ଗିବା ସହ କିଛି ଟଙ୍କା ଚୋରି କରିଥିବା ଜଣାପଡିଛି । ସୋମବାର ସକାଳେ ତାଙ୍କୁ ସାନଭାଇର ପୁଅ ବବୁଲୁ ସାହୁ ଜଣାଇବା ସହ ଥାନାରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ପାଇବା ପରେ ଦେଓଗାଁ ଥାନା ପୋଲିସ ଏକ ମାମଲା ରୁଜୁ କରି ଏଏସ୍‌ଆଇ ମନୋଜ ମୁଣ୍ଡା ତଦନ୍ତ କରୁଛନ୍ତି ।

Leave A Reply

Your email address will not be published.