oom

ମହିଳା ହିଂସା ନିରୋଧ ଉପରେ ଆଲୋଚନା ଚକ୍ର

jsmm

ବରଗଡ଼, (ସତ୍ୟନାରାୟଣ ପଧାନ) : ଆଜି ବରଗଡ଼ ସଂଯୁକ୍ତ ଯୁବ ସଂଗଠନ ତରଫରୁ ଶାନ୍ତି ତପୋବନ ଆଶ୍ରମ ଚକରକେନ୍ଦ ଛକ, ବରଗଡ଼ ଠାରେ ମହିଳା ହିଂସା ନିରୋଧ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମ ରେ ସଂଯୁକ୍ତ ଯୁବ ସଂଗଠନର ସଭାପତି ସୁରେନ୍ଦ୍ର ମେହେର ସଭାପତିତ୍ବ କରିଥିବା ବେଳେ ମହିଳା ସୁରକ୍ଷା ଅଧିକାରିଣୀ ଶ୍ରୀମତୀ ଚନ୍ଦ୍ରା ସାହୁ, ଆଇନଜୀବୀ ଜୟଶ୍ରୀ ମହାପାତ୍ର, ପ୍ରତିମା ନାୟକ, କ୍ଷେତ୍ର ପରିଦର୍ଶିକା (ଆଇସିଡ଼ିଏସ) ଅନନ୍ୟା ମହାପାତ୍ର, ସଖୀ ସଂସ୍ଥାର ରାମରାଜ ତ୍ରିପାଠୀ ଯୋଗ ଦେଇ ମହିଳା ହିଂସା ନିରୋଧ ଉପରେ ସରକାରଙ୍କ ନିତି ନିୟମ ରହିଥିବା ତଥା ସରକାରଙ୍କ ଆଇନ ପ୍ରଣୟନ ଉପରେ ସମସ୍ତ ଅତିଥିମାନେ ଆଲୋକପାତ କରିଥିଲେ । ଏଥିରେ ବିଭିନ୍ନ ଗ୍ରାମରୁ ଅଙ୍ଗନବାଡ଼ି କର୍ମୀ ଯୋଗ ଦେଇଥିବା ବେଳେ ମାତୃଛାୟା ଓ ଵାନପ୍ରସ୍ଥ ର ଅନ୍ତେବାସିନୀ ଯୋଗ ଦେଇଥିଲେ । ମାତୃଛାୟାର ସ୍ଵେଚ୍ଛାସେବୀ ସୁଶ୍ରୀ ଲବଙ୍ଗ ସାହୁ ଅତିଥି ମାନଙ୍କୁ ସ୍ବାଗତ କରିଥିବା ବେଳେ ସଙ୍ଗୀତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.