● ଅଧିକରୁ ଅଧିକ ନମୁନା ପରୀକ୍ଷା ହେଉଥିବାରୁ ପଜିଟିଭ୍ ହାର ହ୍ରାସ ପାଉଛି
● କରୋନା ସକ୍ରିୟ ମାମଲା ଏବେ ମୋଟ ମାମଲାର ୪.୮୬%କୁ ହ୍ରାସ ପାଇଛି
ନୂଆଦିଲ୍ଲୀ, (ପିଆଇବି) : ବିଶ୍ୱ ମହାମାରୀ କରୋନା ସହ ଲଢ଼େଇରେ ଭାରତ ପୁଣି ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି । ପ୍ରତିଦିନ ୧୦ ଲକ୍ଷରୁ ଅଧିକ ନମୁନା ପରୀକ୍ଷା ପାଇଁ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୦,୬୬,୦୨୨ ନମୁନା ପରୀକ୍ଷା କରାଯାଇଛି । ଏହାକୁ ମିଶାଇ ଦେଶରେ ଏ ପର୍ୟ୍ୟନ୍ତ ମୋଟ ୧୩,୦୬,୫୭,୮୦୮ ନମୁନା ପରୀକ୍ଷା ହୋଇଛି ।
ବିଗତ ମାତ୍ର ୧୦ ଦିନ ମଧ୍ୟରେ ୧ କୋଟି ନମୁନା ପରୀକ୍ଷା ହୋଇପାରିଛି ।
ଦୈନିକ ପ୍ରାୟ ୧୦ ଲକ୍ଷ ନମୁନା ପରୀକ୍ଷା ଫଳରେ କରୋନା ପଜିଟିଭ୍ ହାର ହ୍ରାସ ପାଇଛି ଏବଂ ଏହା କ୍ରମାଗତ ଭାବେ ନିମ୍ନମୁଖୀ ହୋଇ ରହିଛି । ଆଜି ଜାତୀୟ ପଜିଟିଭ୍ ହାର ରହିଛି ୬.୯୩%, ଯାହାକି ୭%ରୁ କମ୍ । ଦୈନିକ ପଜିଟିଭ୍ ହାର ଗତକାଲି ଥିଲା ୪.୩୪% । ନମୁନା ପରୀକ୍ଷାର ସଂଖ୍ୟା ବୃଦ୍ଧି ହୋଇଥିବାରୁ ପଜିଟିଭ୍ ହାର ହ୍ରାସ ପାଇଛି ।
ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୬,୨୩୨ ଜଣ କୋଭିଡ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହୋଇଛନ୍ତି । ଦୈନିକ ପଜିଟିଭ୍ ହାର ୪.୩୪% ଥିବାରୁ କେତେ ଅଧିକ ନମୁନା ପରୀକ୍ଷା ହେଉଛି ତାହା ସ୍ପଷ୍ଟ । ୟୁରୋପ ଓ ଆମେରିକାରେ ଦୈନିକ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଭାରତରେ ଏହି ମହାମାରୀକୁ ନିୟନ୍ତ୍ରଣରେ ରଖିବାକୁ ସମସ୍ତ ପ୍ରଚେଷ୍ଟା କରାଯାଉଛି । ଉତ୍ତର ଭାରତର କେତେକ ରାଜ୍ୟରେ ଅଚାନକ ପଜିଟିଭ୍ ସଂଖ୍ୟା ବୃଦ୍ଧି ହୋଇଥିବାରୁ ନମୁନା ପରୀକ୍ଷା ବୃଦ୍ଧି କରିବାକୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦିଆଯାଇଛି ।
ପ୍ରତି ଦଶ ଲକ୍ଷ ଜନସଂଖ୍ୟାରେ ଜାତୀୟ ହାରଠାରୁ ଅଧିକ ନମୁନା ପରୀକ୍ଷା କରିଛନ୍ତି ୨୪ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ।
ଦଶଲକ୍ଷ ଜନସଂଖ୍ୟାରେ ଜାତୀୟ ହାରଠାରୁ କମ୍ ନମୁନା ପରୀକ୍ଷା କରିଛନ୍ତି ୧୨ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ।
ଭାରତରେ ଆଜି କରୋନା ସକ୍ରିୟ ମାମଲା ରହିଛି ୪,୩୯,୭୪୭, ଯାହାକି ମୋଟ କରୋନା ମାମଲାର ମାତ୍ର ୪.୮୬% ଏବଂ ଏହା ୫% ଠାରୁ କମ୍ ।
ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୯,୭୧୫ ଜଣ ସୁସ୍ଥ ହୋଇଛନ୍ତି । ଫଳରେ ମୋଟ ସୁସ୍ଥଙ୍କ ସଂଖ୍ୟା ୮୪,୭୮,୧୨୪ ହୋଇଛି । ସୁସ୍ଥ ହାର ଆଜି ୯୩.୬୭%କୁ ବୃଦ୍ଧି ପାଇଛି । ସୁସ୍ଥ ଏବଂ ସକ୍ର୍ରିୟ ମାମଲାର ସଂଖ୍ୟା ମଧ୍ୟରେ ପାର୍ଥକ୍ୟ ବୃଦ୍ଧି ପାଇ ୮୦,୩୮,୩୭୭ ହୋଇପାରିଛି ।
ନୂଆ ସୁସ୍ଥଙ୍କ ମଧ୍ୟରୁ ୭୮.୧୯% ଆସିଛନ୍ତି ୧୦ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ । ଦିଲ୍ଲୀରେ ୮,୭୭୫ ଜଣ ସୁସ୍ଥ ହୋଇଛନ୍ତି । ଏହା ପଛକୁ ମହାରାଷ୍ଟ୍ର ଓ କେରଳରେ ଯଥାକ୍ରମେ ୬,୯୪୫ ଏବଂ ୬,୩୯୮ ଜଣ ସୁସ୍ଥ ହୋଇଛନ୍ତି ।
ନୂଆ ପଜିଟିଭଙ୍କ ମଧ୍ୟରୁ ୭୭.୬୯% ଆସିଛନ୍ତି ୧୦ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ । ଦିଲ୍ଲୀରେ ଗତ ୨୪ ଘଣ୍ଟା ମଧ୍ୟରେ ୬,୬୦୮ ଜଣ ଆକ୍ରାନ୍ତ ହୋଇଛନ୍ତି । ଏହା ପଛକୁ କେରଳରେ ୬,୦୨୮ ଏବଂ ମହାରାଷ୍ଟ୍ରରେ ୫,୬୪୦ ଜଣ ଆକ୍ରାନ୍ତ ହୋଇଛନ୍ତି ।
ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ମୋଟ ୫୬୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏଥିରୁ ୮୨.୬୨% ମୃତ୍ୟୁ ହୋଇଛି ୧୦ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ । ୨୭.୪୮% ଅର୍ଥାତ ୧୫୫ ଜଣଙ୍କ ମୃତ୍ୟୁ ହୋଇଛି ମହାରାଷ୍ଟ୍ରରେ । ଏହା ପଛକୁ ଦିଲ୍ଲୀରେ ୧୧୮ ଜଣଙ୍କ ମୃତ୍ୟୁ ହୋଇଛି ଯାହାକି ୨୦.୯୨% ।