ଓଡିଶାରେ ଭିଣ୍ଟେଜ୍‌ ଯାନ ପାଇଁ ନୂତନ ପଞ୍ଜିକରଣ

  • ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ଓଡିଶା ହେଉଛି ପ୍ରଥମ ରାଜ୍ୟ
  • ନୂତନ ପଞ୍ଜିକରଣ ପ୍ରାପ୍ତ ଭିଣ୍ଟେଜ ଯାନ ଗୁଡିକୁ ଭିଏ (ଭିଣ୍ଟେଜ୍‌) ଠାରୁ ଆରମ୍ଭ କରି ଏକ ସ୍ୱତନ୍ତ୍ର ପଞ୍ଜିକରଣ ମାର୍କ ଦିଆଯିବ

କଟକ : ଭିଣ୍ଟେଜ୍‌ ଯାନ ସଂଗ୍ରହକାରୀଙ୍କ ପାଇଁ ଏକ ଖୁସି ଖବର, ନୂତନ ବର୍ଷ ଠାରୁ, ୫୦ ବର୍ଷରୁ ଅଧିକ ସମୟର କ୍ଲାସିକ୍‌ ଯାନଗୁଡିକ ସ୍ୱତନ୍ତ୍ର ନମ୍ବର ପ୍ଲେଟ ପାଇଁ ଆବେଦନ କରିପାରିବେ ଏବଂ ଓଡିଶାର ‘ସ୍କ୍ରୋପେଜରୁ’ (scrappage) ମୁକ୍ତି ଉପଭୋଗ କରିପାରିବେ । ଭିଣ୍ଟେଜ ଯାନଗୁଡିକ ଐତିହ୍ୟକୁ ସଂରକ୍ଷଣ ତଥା ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ (moRTH) ଭିଣ୍ଟେଜ ମୋଟର ଯାନଗୁଡିକର ପଞ୍ଜିକରଣ ପ୍ରକ୍ରିୟା ପାଇଁ ସିଏମ୍‌ଭି ନିମୟ, ୧୯୮୯ ଅନୁଯାୟୀ ବ୍ୟବସ୍ଥା କରିଛି । ଯାନ ମାଲିକଙ୍କ ଇଚ୍ଛାକୁ ପୂରଣ କରିବା ପାଇଁ ଯେଉଁମାନେ ଏହିପରି ଯାନ ରଖିବାକୁ ଇଚ୍ଛା କରନ୍ତି ଏବଂ ଐତିହ୍ୟ ଓ ସଂସ୍କୃତି ବଜାୟ ରଖିବା ପାଇଁ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ଓଡିଶା ପ୍ରଥମ ରାଜ୍ୟ ଅଟେ ।

ଏହି ପରିପ୍ରେକ୍ଷୀରେ ଯୁଗ୍ମ କମିଶନର ପରିବହନ, ଦୀପ୍ତିରଞ୍ଜଦ ପାତ୍ର (ଟେକ୍ନିକାଲ) କହିଛନ୍ତି, ‘ସ୍କ୍ରାପ୍‌ ନୀତି ପ୍ରଣୟନ କରି ପୁରୁଣା ଗାଡିର ବ୍ୟବହାରକୁ ନିରୁତ୍ସାହିତ କରିବା ପାଇଁ moRTH ପଦକ୍ଷେପ ନେଇଛନ୍ତି ଏବଂ ସେହି ସମୟରେ ଭାରତରେ ଥିବା ପୁରୁଣା ଯାନଗୁଡିକର ଐତିହ୍ୟକୁ ସଂରକ୍ଷଣ ଏବଂ ପ୍ରୋତ୍ସାହିତ କରିବା ଦିଗରେ ଭିଣ୍ଟେଜ ମୋଟର ଯାନଗୁଡିକର ପଞ୍ଜିକରଣ ପ୍ରକ୍ରିୟା ସରକାର ଆନୁଷ୍ଠାନିକ ଭାବରେ ଅନୁମତି ଦେଇଛନ୍ତି । ନୂତନ ନିୟମଗୁଡିକ ଏକ ବିଶେଷ ଭିଣ୍ଟେଜ ପଞ୍ଜିକରଣ ମାର୍କ ‘ଭିଏ’ ସିରିଜ (ୟୁନିକ ରେଜଜିଷ୍ଟ୍ରେସନ୍‌ ମାର୍କ) ସହିତ ପୁରୁଣା ପଞ୍ଜିକୃତ ଯାନଗୁଡିକର ଧାରଣ ଭଳି ଯାନର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିବ ।

ନିମୟ ଅନୁଯାୟୀ, ଦୁଇ ଚକିଆ ଯାନ ଏବଂ ଚାରି ଚକିଆ ଯାନ(ବ୍ୟକ୍ତିଗତ ବ୍ୟବହାର) ଯାହା ସେମାନଙ୍କର ପ୍ରଥମ ପଞ୍ଜିକରଣ ତାରିଖ ଠାରୁ ୫୦ ବର୍ଷରୁ ଅଧିକ ପୁରୁଣା ହୋଇଥିବ(ଆମଦାନୀ ହୋଇଥିବା ଯାନ ମଧ୍ୟ ଅନ୍ତର୍ଭୁକ୍ତ) ସେଗୁଡିକୁ ଭିଣ୍ଟେଜ ମୋଟର ଯାନ ଭାବେ ଗ୍ରହଣ କରାଯିବ । ଯେଉଁ ଯାନବାହାନର ଚେଚିସ୍‌ କିମ୍ବା ବଡି ସେଲର ପରିବର୍ତ୍ତନ ଏବଂ ଇଞ୍ଜିନରେ କୌଣସି ପ୍ରମୁଖ ମରାମତି ହୋଇନଥିବ ତାହାକୁ ଭିଣ୍ଟେଜ ମୋଟର ଯାନ ଭାବରେ ଗ୍ରହଣ କରାଯିବ ।

ଫର୍ମ ୨୦ ଅନୁଯାୟୀ ପଞ୍ଜିକରଣ/ ପୁନଃ ପଞ୍ଜିକରଣ ପାଇଁ ଆବେଦନ କରାଯିବ ଏବଂ ଆମଦାନୀ ହୋଇଥିବା ଯାନ କ୍ଷେତ୍ରରେ ବୀମା ପଳିସି, ଫି, ପ୍ରବେଶ ବିଲ୍‌ ଏବଂ ପୁରୁଣା ଆର୍‌ସି ସହିତ ଆସିବ । ଭାରତରେ ପୂର୍ବରୁ ପଞ୍ଜିକୃତ ହୋଇଥିବା ଯାନ, ଥରେ ଭିଣ୍ଟେଜ ମୋଟର ଯାନ ଭାବେ ପଞ୍ଜିକୃତ ହେବା ପରେ ସେହି ଯାନରେ ପୁରୁଣା ପଞ୍ଜିକରଣ ପ୍ରମାଣପତ୍ରକୁ ବାତିଲ କରାଯିବ କିନ୍ତୁ ମାଲିକ କେବଳ ଐତିହାସିକ ଉଦ୍ଦେଶ୍ୟରେ ଏହିପରି ବାତିଲ ହୋଇଥିବା ପଞ୍ଜିକରଣ ପ୍ରମାଣପତ୍ରକୁ ରଖିପାରିବେ ।

Leave A Reply

Your email address will not be published.

error: Content is protected !!