jsm

ଗରିବ ଭୂମିହୀନମାନଙ୍କୁ ଆବାସ ସହ ଭୂମିପଟ୍ଟା ପ୍ରଦାନ ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର

csstore

ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲାର ଘରବାଡି ତଥା ପକ୍କା ଘର ବିହିନ ଭୂମିହୀନ ନାଗରିକମାନଙ୍କ ଦାରିଦ୍ରତା ଏବଂ ଦାଦନ ସମସ୍ୟାର ସମାଧାନ ପାଇଁ ବଲାଙ୍ଗିର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଭିଲେଜର୍ସ ଇଣ୍ଡିଆ ପାର୍ଟି ଏବଂ ବଲାଙ୍ଗିର ଭୂମିହୀନ ମହିଳା ସଂଘ ଦ୍ୱାରା ଧାରଣା ଦିଆଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ବଲାଙ୍ଗିର ଜିଲ୍ଲା ସହ କେବିକେ ଏବଂ ଓଡିଶା ସାରା ୯୦% ଗରିବ ଭୂମିହୀନ ନାଗରିକମାନେ ଆବାସ ଯୋଜନାରୁ ନିଜ ରୟତି ପ୍ଲଟ ଘରବାଡି ନ ଥିବା ଯୋଗୁଁ ବଂଚିତ ହୋଇଯାଉଛନ୍ତି ଏବଂ ମୁଖ୍ୟମନ୍ତ୍ରୀଙ୍କ ସହରାଂଚଳରେ ଜାଗା ମିଶନ ପଟ୍ଟା ଯେପରି ବଲାଙ୍ଗିର ମୁ୍ୟନିସିପାଲିଟିରେ ୮୦୦୦ ଡ୍ରୋନ କ୍ୟାମେରା ଗ୍ରୀନ କାର୍ଡ ସର୍ଭେ ଭୂମିହୀନ ନାଗରିକଙ୍କୁ ପଟ୍ଟା ବଂଟନ କରିବାକୁ ଅଛି; କିନ୍ତୁ ଏ ପର୍ଯ୍ୟନ୍ତ ହିତାଧିକାରୀ ସରକାରଙ୍କ ତରଫରୁ ପଟ୍ଟା ପାଇ ନାହାନ୍ତି ବୋଲି ଭିଲେଜର୍ସ ଇଣ୍ଡିଆ ପାର୍ଟି ଅଧ୍ୟକ୍ଷ ଡ. ବିପିନ କୁଶୁଲିଆ ଜିଲ୍ଲା ପ୍ରଶାସନ ତଥା ବଲାଙ୍ଗିର ମୁ୍ୟନିସିପାଲିଟିକୁ ମୁଖ୍ୟମନ୍ତ୍ରୀଙ୍କ ଘରବାଡି ପଟ୍ଟା ଜାଗା ମିଶନ ଆବାସ ଯୋଜନା ଲାଗୁ କରିବାର ଅସଫଳତା ପାଇଁ ଦାୟୀ କରିଛନ୍ତି । ଆଜିର ଧାରଣା କାର୍ଯ୍ୟକ୍ରମରେ ଭିଲେଜର୍ସ ଇଣ୍ଡିଆ ପାର୍ଟି ଅଧ୍ୟକ୍ଷ ଡ. କୁଶୁଲିଆ, କୋଶଳବାଦୀ ନେତା ରାମଭକ୍ତ ଫରିକର, ବଲାଙ୍ଗିର ଭୂମିହୀନ ମହିଳା ସଂଘ ଅଧ୍ୟକ୍ଷ କୁନୁ ମହାପାତ୍ର, ଅଞ୍ଜନା ନନ୍ଦଙ୍କ ସମେତ ଭୂମିହୀନ ନାଗରିକମାନେ ବହୁ ସଂଖ୍ୟାରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦେ୍ଧଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ସିଂ ଲାଗୁରିଙ୍କ ଜରିଆରେ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି ।

yuvodaya
Leave A Reply

Your email address will not be published.