ଗୋପାଳପୁର ବନ୍ଦର ପକ୍ଷରୁ ସାପ୍ତାହିକ ସଫେଇ ଅଭିଯାନ ଅନୁଷ୍ଠିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗୋପାଳପୁର ବନ୍ଦର ଲିଃ. ଏହାର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ ଶାଖା ଆନୁକୂଲ୍ୟରେ ନିକଟବର୍ତ୍ତୀ ବଡ ଆର୍ଯ୍ୟପଲ୍ଲୀ ଗ୍ରାମରେ ଅବସ୍ଥିତ ଶ୍ରୀ ସିଦ୍ଧି ପୋଲାମା ମନ୍ଦିର ପରିସର ଏବଂ ଏହାର ଆଖପାଖ ଅଞ୍ଚଳରେ ଏକ ସାପ୍ତାହବ୍ୟାପୀ ସଫେଇ, ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସାପ୍ତାହିକ ସଫେଇ କାର୍ଯ୍ୟକ୍ରମରେ ବନ୍ଦରର କର୍ମକର୍ତ୍ତା, ବହୁ ସ୍ଥାନୀୟ ଗ୍ରାମବାସୀ ଏବଂ ବହୁ ଯୁବକ ସ୍ଵେଚ୍ଛାକୃତ ଭାବେ ଅଂଶଗ୍ରହଣ କରିବା ସହ ଏହି ସଫେଇ ଅଭିଯାନକୁ ସଫଳ କରିଥିଲେ । ମନ୍ଦିର ପରିସର ଏବଂ ଆଖପାଖ ଅଞ୍ଚଳରୁ ପ୍ରାୟ ଚାରୋଟି ଟ୍ରକ୍‌ରେ ପରିପୂର୍ଣ୍ଣ ଆବର୍ଜନା, ବର୍ଜ୍ୟବସ୍ତୁ ତଥା ପ୍ଲାଷ୍ଟିକ/ ପଲିଥିନ ଇତ୍ୟାଦି ସଂଗ୍ରହ କରାଯାଇ ପୃଥକ ଭାବେ ସ୍ଥାନାନ୍ତର କରାଯାଇଥିଲା । ସପ୍ତାହବ୍ୟାପୀ ଚାଲିଥିବା ଏହି ସଫେଇ ଅଭିଯାନ କାର୍ଯ୍ୟକ୍ରମଟି ଗୁରୁବାର ପରିସମାପ୍ତି ଘଟିଛି । ଏହି ଅବସରରେ ଅଜୟ କୁମାର ମିଶ୍ର, ଭିପି (ଏଚଆର/ ଆଇଆର୍‌), ଗୋପାଳପୁର ବନ୍ଦର କହିଥିଲେ ଯେ, ସ୍ଥାନୀୟ ଜନସାଧାରଣଙ୍କ ସାମୂହିକ ଯୋଗଦାନ ଏହି ସଫେଇ କାର୍ଯ୍ୟକ୍ରମକୁ ବହୁଳ ଭାବେ ସଫଳ ହୋପାରିଛି । ବିଶେଷ ଭାବେ ଯୁବକମାନଙ୍କ ସ୍ଵେଚ୍ଛାକୃତ ଅଂଶଗ୍ରହଣ ଆମକୁ ଅଧିକ ଅନୁପ୍ରାଣିତ କରିଛି । ଗୋପାଳପୁର ବନ୍ଦର ପରିସର, ଆଖପାଖ ଅଞ୍ଚଳ ସର୍ବଦା ସ୍ୱଚ୍ଛତା, ପରିଷ୍କାର, ପରିଚ୍ଛନତା ଦିଗରେ ଗୋପାଳପୁର ବନ୍ଦର ବିଶେଷ ଧ୍ୟାନଦେଇ ବିହିତ ପଦକ୍ଷେପ ଗ୍ରହଣ କରିଆସିଛି ।

ଗୋପାଳପୁର ବନ୍ଦର ସ୍ୱଚ୍ଛ ଭାରତ ଅଭିଯାନକୁ ସର୍ବଦା ଗୁରୁତ୍ୱ ଦେଇଆସିଛି । ପରିବେଶକୁ ସ୍ୱଚ୍ଛତା, ସବୁଜ ସୁନ୍ଦର, ନିର୍ମଳ ତଥା ସୁରକ୍ଷା ପ୍ରଦାନ କରିବା ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହ ଅଧିକରୁ ଅଧିକ ବୃକ୍ଷ ରୋପଣ, ସାମାଜିକ ବନୀକରଣ କରି ସବୁଜ ବନାନୀ ଦିଗରେ ଏକାଧିକ ପଦକ୍ଷେପ ଉପରେ ଗୋପାଳପୁର ବନ୍ଦର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ କରିଆସିଛି । ବାସ୍ତବିକ ନିକଟରେ ଗୋପାଳପୁର ବନ୍ଦର ଭାରତୀୟ ତଟରକ୍ଷୀ ବାହିନୀ ଷ୍ଟେସନ, ଗୋପାଳପୁର ସହ ମିଶି ସର୍ବବୃହତ ଉପକୂଳ ସ୍ୱଚ୍ଛତା ଅଭିଯାନ ଅନ୍ତର୍ଜାତୀୟ ଉପକୂଳ ସ୍ୱଚ୍ଛତା ଦିବସ ଅବସରରେ ବିହିତ ପଦକ୍ଷେପ ନେଇ ଏହାକୁ ଲୋକାଭିମୁଖୀ କରାଇଥିଲେ ।

Leave A Reply

Your email address will not be published.

error: Content is protected !!