- ଆନଂଦ ଚଂଦ୍ର ସାହୁ
କବି ଚତୁର୍ଭୁଜ ସାଆନ୍ତ ଆମର ସମିଆଁର ଝନେ ଶିଘା କବି । ୧୯୬୬ ମାର୍ଚ୍ଚ ୨ ତାରିଖ ଦିନ ବଲାଙ୍ଗିର ଜିଲ୍ଲାର ଶିବତଲା ପାଖର ତାଲପାଲି ଗାଁ ଥି କବି ଚତୁର୍ଭୁଜ ଜନମ୍ ହେଇଥିଲେ । ୰ମାଁ ଲକ୍ଷ୍ମୀ ସାଆନ୍ତ ଆର୍ ବା’ ୰ବାଦୁ ସାଆନ୍ତଙ୍କର ଗେଲ୍ହା ପୁଓ କବି ଚତୁର୍ଭୁଜ କବିତାର ଦୁର୍ବିନ୍ ଥି ସାରା ପୁରଥି କେ ଠଅଁକେଇ ପାର୍ବାର ବଫୁ ବାନ୍ଧି ପାରିଥିଲେ ଛାତି ନେ । ଟିଟିଲାଗଡ଼ ଶିକ୍ଷା ବିଭାଗର ବିଇଓ ଅଫିସ୍ ଥି ସେକ୍ସନ୍ ଅଫିସର୍ ଭାବେ ଚାକିରୀ କରୁଥିଲେ ସେ । କବିତା ଲେଖା ଥି ଖୋବ୍ ସଁସେ ଥିଲା ତାକର୍ । ଗାଁ ମାଁର ପର୍ଛା ଚିନ୍ହା ବନା ତାକର୍ କବିତା କେ ହର୍ମେସା ସୁରୁତ୍ କରୁଥିଲା ।
ମାତର୍କ’ ବଡ଼ା ଜଲ୍ଦି ସଁସାର୍ ଛାଡ଼ିଦେଲେ କବି ଚତୁର୍ଭୁଜ । ଗଲା ବଛରର୍ ମେ’ ୩୧ ତାରିଖ ଦିନେ କବି ଚତୁର୍ଭୁଜଙ୍କର୍ ଦେହାନ୍ତ ହେଇଗଲା । ଇ’ଧାମ୍ ଛାଡ଼ିକରି ସେ ସରଗ୍ବାସୀ ହେଇଗଲେ । ସଁସାର୍ ଛାଡ଼ିକରି ସେ ପଲେଇ ଗଲେ ସିନା, ହେଲେ ତାଁକର କୋଶଲୀ ସାହିତ୍ୟ ଜଗତ୍ ସବୁଦିନେ ଗୁଟେ ଦଗ୍ଦଗା ସକାଲ୍ ହେଇ ରହେବା ସଁସାରେ । ତାଙ୍କର ଜୀବିତ୍ ଅବସ୍ଥା ଥି ‘ଦଲ୍ଦଲି’ ଆର୍ ‘ଧର୍ସା’ ଦୁଇଟା କୋଶଲୀ କବିତା ସଂକଳନ ବାହାରିଥିଲା । ହେଲେ ତାକର୍ ଲେଖ୍ଲା ଖୋବ୍ଟେ କବିତା ବହି ହେବାର୍କେ ସମିଆଁ କେ ଟାକିକରି ବସିଥିଲା । ମାତର୍ ଆର୍ ବହି ବାହାରିବାର୍ ଆଘୋନୁ ଆମ୍କୁ ନିରାଶ୍ କରି କବି ନିଜର୍ ଦିହିଁ ପାଲ୍ଟି ଦେଇ ଛୁ’ ମାରିଦେଲେ । ତାକର୍ ଲେଖ୍ଲା କବିତା ସବୁକେ ଠୁଲେଇ ଏଛିନ୍ ତାକର ତିନ୍ ନମର୍ କବିତା ସଂକଳନ ‘ଉର୍ଘା’ ବାହାରିଛେ ଆର୍ ଆପଣ ମାନ୍କର୍ ହାତେ ପୁହୁଁଚିଛେ । କବି ଚତୁର୍ଭୁଜଙ୍କର ମହାନ୍ କବିତା ସାଧନାର୍ ବର୍କସ୍ ଦିଗ୍ ଇ’ ବହି ଥି ବାରି ହେଇଯାଉଛେ, ଇ’ କଥା ଛାତି ଥି ହାତ୍ ଦେଇକରି କହିହେବା ।
ଆମର ଭାଷା ଥି କବି ଚତୁର୍ଭୁଜ ସାଆନ୍ତ ବନେ ଶିଘା ତକ୍ ଲହଁପେଇ ପାରିଥିଲେ ତାକର୍ ଡେନା । ସପନ୍ ବୁଚ୍କା କେ ଖନ୍ଦେ ଉଲେଇ କେତେବେଲେ ମହୁଲ ଝାରର୍ ରଟ୍ ଖରା ଥି ଗାଁ ମୁର୍ସାର ବଘୁଆ ମେତାନ୍ ହବ୍ଡେ଼ଇ ହେଇଛନ୍, ତ’ କେତେବେଲେ ଅଲାଏକ୍ ମର୍ଡ଼ି ଥି ଖେତ୍ ଖଲାର ଆଏଁଖ ନୁଁ ରକତ୍ ଥିପୁଥିବାର ଦେଖି ପାରିଛନ୍ । କେତେବେଲେ ଆମ୍ ବୁରେଇ ନେ ନିଜେ କାବ୍ୟ ପୁରୁଷ ହେଇ ଟାକିଛନ୍ ମନର୍ ମଏନା କେ ତ’ ଆର କେତେବେଲେ ବାହାଁ ପେସ୍ରେଇ ମେଘ ବାଦଲ୍ କେ ପୁଟଲେଇ ପକେଇଛନ ନିଜର ଛାତି ଥି । କବିର ଭାଷା ଖୋବ୍ ମଧୁର । କବି ସାଆନ୍ତଙ୍କର କବିତା ପଢ଼ଲେ ଠିକେ ଠିକ୍ ଜାନି ପାର୍ବା ଝନେ ଲୋକ୍ ଆମର ଭାଷାର କୁବେର୍ ପନ୍ ଉପ୍ରେ । ସୁରୁ ସୁରୁ ଟେ କଥା ନୁଁ ଗଖା ଗଖା ଭାବ ଲସ୍ଲସା ହେଇ ଢ଼ାପି ପଡ଼ୁଥିବା ପୁର୍ଥୀ କେ …. ହେନ୍ତା ଉଁଚା ଦର୍ଜାର୍ କବି ଥିଲେ ଚତୁର୍ଭୁଜ । କେତେ କେତେ ଦିନର କଥା, କେତେନି କେତେ ଗୁଲ୍ଗୁଲିଆ ମୁନୁଷର୍ ଦୁଖା… ବଡ଼ା ଗହ ଗହ ହେଇ ପହଁରୁଥୁସନ୍ ତାକର୍ କବିତା ନଏଦ୍ ନେ । ତାକର୍ କବିତା ଥି ମହୁଲିର୍ ବିଭୋର୍ ପନ୍ ନୁଁ ବୌଦ୍ଧିକ ସତ୍ତାର ଧୋବ୍ ଫର୍ ଫର୍ ଆକାଶ ପର୍ଛା ଦେଖି ହେସି, ଠିକ୍ ବତ୍ରେ ଠଅଁକେଇ ହେସି ।
ମାଁ ମାଏଟ୍, ପାଏନ୍ ପବନ୍ କେ ଥାବେ ଥୁଇ କବିତା କେ ଖୋବ୍ ସୁରୁତ୍ କର୍ବାର୍ କବାର୍ ତାହାକୁଁ ଠିକ୍ ଭାବେ ଜନା ଥିଲା । ଯେନ୍ତା ଭାବ୍, ସେନ୍ତା କବିତାର ଡାହି ପଖ୍ରା… ସେନ୍ତା ପାଆଁଲି ଯିବାର୍ ସର୍ସା ସଉକ୍, ତାକର୍ କବିତାକେ ଆର୍ ଆର୍ ସୁରୁତ୍ କରି ପକଉଥିଲା । ଶବରେନ୍, ଉର୍ମିଲା, ସୀତୟା, ଅହଲ୍ୟା, ରୋମା ଲେଖେନ୍ ମିଥ୍ ଚରିତ୍ରମାନେ ବଡା ଗହକି ଥି ପହଁରୁଥିସନ୍ ତାକର୍ କବିତାର୍ ଇମେଜ୍ର ନଏଦ୍ ଥି । ପାଠକ୍ କେ ସାଆଁଟି ନେବାର୍ ବଫୁ ଭର୍ପୂର୍ ରହିଥିସି ତାକର୍ କବିତା ଭିତ୍ରେ ।
କବି ଚତୁର୍ଭୁଜ ଆଏଜ୍ ଦିହିଁ ଧରିକରି ଆମର୍ ସାଙ୍ଗେ ନେଇଁନ’ । ମାତର୍କ’ ତାକର୍ କବିତା ଥି ସେ ହର୍ମେସା ଅଛନ୍ ଆର୍ ରହିଥିବେ ସବୁଦିନେ ଆମର୍ ସାଙ୍ଗେ… ସଁସାର୍ ସାଙ୍ଗେ ।